ଚଷମାକୁ କହିବାର ଅଛି ବାଏ ବାଏ ତ ଆପଣାନ୍ତୁ ଏହି ଟିପ୍ସ- Acharya Balkrishna

ସକାଳୁ ଉଠି ପାଟିରେ ପାଣି ଭର୍ତି କରି ମୁହଁ ରେ ପାଣି ଛିଟା ମାରିବା ଦ୍ଵାରା ଆପଣଙ୍କର ଚକ୍ଷୁ ସମସ୍ଯା ଦୂର ହୋଇଥାଏ । ଏହା ଆପଣ ଛୋଟ ଛୁଆ, ବୃଦ୍ଧ ବ୍ୟକ୍ତି ସକାଳୁ ଉଠି ପଟି ରେ ପାଣି ଭର୍ତି କରି ଅଳ୍ପ ସମୟ ବା ୨ମିନିଟ ପର୍ଯ୍ୟନ୍ତ ମୁହଁରେ ଆଖି ଖୋଲି କରି ପାଣି ଛାଟନ୍ତୁ । ୨ମିନିଟ ପର୍ଯ୍ୟନ୍ତ ୨୦-୨୫ ଥର ଆଖି ପକ୍ଷରୁ ଆଖି କୁ ପାଣି ଛାଟନ୍ତୁ ଯେପରି ଆଖି ରେ ପାଣି ବାଜିବା ଆବଶ୍ୟକ ।

ଏହା କରିବା ଦ୍ଵାରା ଯାହାକୁ ଚଷମା ପିନ୍ଧିବାରେ କିଛି ଅସୁବିଧା ହେଉଥାଏ ତାହା ଦୂର ହୋଇଯିବ । ଏହା କରିବା ଦ୍ଵାରା ଆପଣଙ୍କୁ ଚଷମା ପିନ୍ଧିବାର ଆବଶ୍ୟକ ରହିବା ନାହିଁ ।

ଭାରତ ର କୋଟି କୋଟି ଛୁଆ ମାନଙ୍କର ମଧ୍ୟ ଏହି ସମସ୍ୟା ରହିଛି । ଯେଉଁଠି ବି ଦେଖା ଛୋଟ ଛୋଟ ଛୁଆ ମାନେ ବଡ ବଡ ଚଷମା ପିନ୍ଧି ବୁଲୁଛନ୍ତି । ଏହି ସମସ୍ୟା ରୁ ମୁକ୍ତି ପାଇଁ ସକାଳୁ ଉଠି ଏହି ଆଖି ରେ ପାଣି ଦବା କାର୍ଯ୍ୟ ନିଶ୍ଚୟ କରନ୍ତୁ । ଛୋଟ ଛୁଆଙ୍କୁ ପ୍ରାଣାୟମ କରାଇବା ଆରମ୍ଭ କରନ୍ତୁ । ଏବଂ ତ୍ରିଫଳା ଘୃତ ଆୟୁର୍ବେଦ ର ଏକ ଅଦ୍ଭୁତ ପଦାର୍ଥ ଅଟେ । ଏହାର ଅଭ୍ଯାସ ମଧ୍ୟ ଛୋଟ ଛୁଆ ଙ୍କର କରନ୍ତୁ । ଗରମ କ୍ଷୀର ରେ ପକାଇ ଛୋଟ ଛୁଆ ଙ୍କୁ ପିଇବାକୁ ଦିଅନ୍ତୁ ।

ଏହା ଦ୍ଵାରା ପେଟ ମଧ୍ୟ ସଫା ରହିବା ସହ ଦୃଷ୍ଟିଜ୍ୟୋତି ମଧ୍ୟ ଭଲ ରହିଥାଏ । ଯଦି କାହାକୁ ଆଖିର ଅଧିକ ସମସ୍ୟା ରହିଛି ତେବେ ଆପଣ ଶୁଖା ଅଁଳା ବା ତ୍ରିଫଳା ଚୁର୍ଣ କୁ ଅଳ୍ପ ମାତ୍ରା ପାଣି ରେ ପକାଇ ଏକ କାଚ ବାସନ ରେ ରକନ୍ତୁ । ଏହାକୁ କିଛି ସମୟ ଭିଜାଇ ରଖି ସକାଳୁ ତା ଉପରେ ଥିବା ପଦାର୍ଥ କୁ ହଟାଇ ସେ ପାଣି କୁ ବିନା ହଲାଇ ବା ଘଣ୍ଟାଘଣ୍ଟି କରି ସେହି ପରି ଭାବରେ ସେହି ପାଣି ରେ ଆଖିକୁ ଧୋଇ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣ ଙ୍କ ଆଖି ବହୁତ ଭଲ ରହିଥାଏ ।

ଏହା ପରେ ଏକ ନିୟମ କରନ୍ତୁ ଯାହା ଦ୍ଵାରା ଆପଣଙ୍କୁ ପ୍ରତିଦିନ ପ୍ରାଣାୟମ ଏବଂ ଯୋଗ ନିହାତି କରିବା ଜରୁରୀ ଅଟେ । ଆପଣ ଯଦି ଏକ୍ସେର୍ସିଜ କରୁଛନ୍ତି ଜିମ ଯାଉଛନ୍ତି ତେବେ ତାହା ସହ ମଧ୍ୟ ଏହା କରିବା ନିହାତି ଆବଶ୍ୟକ ଅଟେ । କମ ସେ କମ ୪୦ମିନିଟ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାଣାୟମ ନିଶ୍ଚୟ କରନ୍ତୁ । ଯୋଗାସନ ରେ ଆପଣ ସୂର୍ଯ୍ୟ ନମସ୍କାର କରନ୍ତୁ ନିଶ୍ଚୟ ଭାବରେ । ଏହାକୁ ଆପଣ ଆପଣଙ୍କ ଜୀବନ ର ଏକ ଅଙ୍ଗ ବନାନ୍ତୁ । ଏହି କରିବା ଦ୍ଵାରା ଆପଣ ଜାଣି ପାରିବେ ସକାଳୁ କରିଥିବା ଏତିକି ଦିନଚର୍ଜ୍ୟା ଆପଣଙ୍କ ପୁରାଦିନ କୁ ସୁସ୍ଥ ରଖିଥାଏ ଏବଂ ଏହି ପ୍ରକାର ରେ ଆପଣଙ୍କ ପୁରା ଜୀବନକୁ ମଧ୍ୟ ସୁସ୍ଥ ରଖିବା ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *