ଚତୁର୍ଥୀ ରାତିରେ ସାମାନ୍ୟ କଥା ପାଇଁ କନ୍ୟାକୁ ହତ୍ୟାକଲା ବର, ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ଏଭଳି ଘଟଣା ବିଷୟରେ ଯାହା ଶୁଣି ଆପଣ ମୁଣ୍ଡରେ ହାତ ଦେବେ । ତେବେ ଏହି ଘଟଣା ହେଉଛି ରାଜସ୍ଥାନର । ଯେଉଁଠି ନୂଆ ବିବାହିତ ଦମ୍ପତ୍ତି ଭିତରେ ଏକ ସମନ୍ୟା କଥାକୁ ନେଇ ବଡ ଅଘଟଣ ଘଟି ଯାଇଅଛି । ସ୍ତ୍ରୀ ର ସାମାନ୍ୟ କଥା ପାଇଁ ସ୍ଵାମୀ ତାର ତଣ୍ଟି ଚିପି ହତ୍ୟା କରିଛି । ତେବେ କଣ ଏହାର କାରଣ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ।

ଏପ୍ରିଲ ୨୨ ତାରିଖରେ ନୂଆ ହୋଇ ବାହା ହୋଇ ଆସିଥିବା ଝିଅଟିର ନୂଆ ସଂସାର ଆରମ୍ଭ ହେବା ପୂର୍ବରୁ ହିଁ ଭାଙ୍ଗି ଚୁର୍ମାର ହୋଇଯାଇଛି । ବିବାହର ଦୁଇଦିନ ପରେ ଝିଅର ମାମୁଁ ସେହି ତାର ସ୍ଵାମୀ ନାଁ ରେ ଏଫଆଇଆର ଦେଇଥିଲେ । ମାମୁଁ କହିଥିଲେ ଯେ ତାଙ୍କର ଭାଣେଜୀ ୨୨ ତାରିଖ ଦିନ ଐହସାନ ତଳ ସାହିର ଯୁବକ ଓମପ୍ରକାଶ ସହ ବିବାହ କରିଥିଲେ ।  ଏବଂ ଚତୁର୍ଥୀ ରାତିରେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି ।

ପୋଲିସ ଏହି ମାମଲା ରୁଜୁ କରି ଦୋସିକୁ କୋର୍ଟ ଚାଲାଣ କରିଛି । ତେବେ ଘଟଣାଟି ହେଲା ଚତୁର୍ଥୀ ରାତିରେ ନୂଆ ନୂଆ ବିବାହ କରିଥିବା ଦମ୍ପତ୍ତି ନିଜର ନୂଆ ଜୀବନ ଆରମ୍ଭ କରିବାକୁ ଯିବା ବେଳକୁ ଝିଅଟିକୁ ପୁଅ ବିଷୟରେ କିଛି ବଡ କଥା ଜଣା ପଡିଥିଲା । ସେ କହିଥିଲେ କି ଓମପ୍ରକାଶ ହେଉଛନ୍ତି ନପୁଂସକ ।

କିନ୍ତୁ ଏହାକୁ ଓମପ୍ରକାଶ ମାନି ନଥିଲେ ଓ ଏହା ପରେ ଚମ୍ପାଦେବି ତାଙ୍କ ବିଷୟରେ ସମସ୍ତଙ୍କୁ କହିବେ ବୋଲି କହିବାରୁ ସେ ରାଗି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଚମ୍ପାଦେବୀଙ୍କୁ ସେ ହତ୍ୟାକରି ନାହାନ୍ତି ବୋଲି ଅଦାଲତରେ ଓମପ୍ରକାଶ ସଫେଇ ଦେଇଥିଲା। ହେଲେ ୨୭ଟି ଦସ୍ତାବିଜ ଓ ସାକ୍ଷ୍ୟପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ପାଇଁ ଅଦାଲତ ରାୟ ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *