ହିନ୍ଦୁ ଧର୍ମ ରେ ନବରାତ୍ରି ପର୍ବକୁ ବହୁତ ମହତ୍ଵ ଦିଆଯାଏ, ଏହା ବହୁତ ଶ୍ରଦ୍ଧାର ସହ ପାଳନ କରା ଯାଏ, ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ଏହି ୯ ଦିନରେ ମାଙ୍କର ୯ଟି ସ୍ୱରୂପକୁ ଆରାଧନା ଓ ଉପାଶନା କରା ଯାଇଥାଏ, ଏହି ଦିନ ଭକ୍ତ ବ୍ରତ ବା ଉପବାସ କରନ୍ତି । ତେବେ ଏହା ମାନ୍ୟତା ଅଟେ ଯେ ଝିଅମାନେ ମା’ଙ୍କର ସ୍ୱରୂପରେ ପୃଥିବୀରେ ବାସ କରନ୍ତି ଓ ଏହି ସଂସାର କୁ ନିଜ ପରିଶ୍ରମ ଦ୍ଵାରା ଗଢିବା ପାଇଁ ଚେଷ୍ଟା କରନ୍ତି ।
ନବରାତ୍ରିରେ କନ୍ୟା ପୂଜନ ବହୁତ ମହତ୍ଵପୂର୍ଣ ବୋଲି କୁହା ଯାଏ, ତେବେ ନବରାତ୍ରି ରେ କନ୍ୟା ପୂଜନର ଧାର୍ମିକ ମହତ୍ଵ କଣ ଆସନ୍ତୁ ଜାଣିବା ।
ଏମିତି ମାନ୍ୟତା ଅଛି ଯେ ଝିଅମାନଙ୍କ ଭିତରେ ମା ଦୂର୍ଗାଙ୍କ ବାସ ହୋଇଥାଏ, ଶାସ୍ତ୍ର ଅନୁଯାଇ କନ୍ୟା ଜନ୍ମ ପରେ କନ୍ୟାକୁ କୁଆଁରୀ ବୋଲି କୁହା ଯାଇଥାଏ, ତେବେ ଏହା କିଛି ଏପରି ଅଟେ – ଦୁଇ ବର୍ଷର ଝିଅକୁ ରୋହିଣୀ, ୬ ବର୍ଷର ଝିଅକୁ କାଳିକା, ୭ ବର୍ଷର ଝିଅକୁ ଚଣ୍ଡିକା, ୮ ବର୍ଷର ଝିଅକୁ ଶାମ୍ଭବୀ, ୯ ବର୍ଷର ଝିଅକୁ ଦୂର୍ଗା ଏବଂ ୧୦ ବର୍ଷ ଝିଅକୁ ସୁଭଦ୍ରା ବୋଲି ଧର୍ମ ଗ୍ରନ୍ଥ ରେ ଉଲ୍ଲେଖ କରା ଯାଇଛି ।
ଗ୍ରନ୍ଥ ଅନୁଯାଇ ୩ ବର୍ଷ ଠାରୁ ୯ ବର୍ଷ ଯାଏଁ ଝିଅ ସାକ୍ଷାତ ଦେବୀ ମା ସ୍ୱରୂପ ହୋଇଥାନ୍ତି । ନବରାତ୍ରି ପୂଜା କରିବା ଆଗରୁ କୁଆଁରୀ କନ୍ୟା ପୂଜା କରିବା ଉଚିତ ବୋଲି ଗ୍ରନ୍ଥ ରେ ଲେଖା ହୋଇଛି କନ୍ୟା ପୂଜା ସମାପ୍ତ ପରେ ମା ଦୂର୍ଗାଙ୍କ ପୂଜା କରିବା ଉଚିତ ।
ଭକ୍ତିଭାବ ରେ କରା ଯାଇଥିବା ପୂଜା ଗୋଟେ ବର୍ଷ କନ୍ୟା ପୂଜା ଦ୍ଵାରା ଐଶ୍ଵର୍ଯ୍ୟ ପ୍ରାପ୍ତ ହୋଇଥାଏ, ଦୁଇ ବର୍ଷ କନ୍ୟା ପୂଜା ଦ୍ଵାରା ଭୋଗ, ୩ ବର୍ଷ କନ୍ୟା ଦ୍ଵାରା ୪ରି ପୁରୁଷାର୍ଥ, ୪ ବର୍ଷ କନ୍ୟା ପୂଜା ଦ୍ଵାରା ରାଜ ସମ୍ମାନ, ୫ ବର୍ଷ କନ୍ୟା ପୂଜା ଦ୍ଵାରା ବୁଦ୍ଧି ବିଦ୍ୟା, ୬ ବର୍ଷ କନ୍ୟା ପୂଜା ଦ୍ଵାରା କାର୍ଯ୍ୟ ସିଧି, ୭ ବର୍ଷ କନ୍ୟା ପୂଜା ଦ୍ଵାରା ପରମପଦ, ୮ ବର୍ଷ କନ୍ୟା ପୂଜା ଦ୍ଵାରା ଅଷ୍ଟଲକ୍ଷ୍ମୀ ଓ ୯ ବର୍ଷ କନ୍ୟା ପୂଜା ଦ୍ଵାରା ସବୁ ପ୍ରକାର ସଫଳତା ପ୍ରାପ୍ତ ହୋଇଥାଏ । ତେବେ ଆପଣ ମଧ୍ୟ ଏହି ନବରାତ୍ରିରେ ମାଙ୍କର ପୂଜା କରନ୍ତୁ ଓ ସଉଖ ସମୃଦ୍ଧି ପ୍ରାପ୍ତ କରନ୍ତୁ ।