Viral Video: ଚୋରୀ କରିବାକୁ ଆସିଥିବା ଏହି ବ୍ୟକ୍ତି ସହ ମହିଳା ଜଣଙ୍କ ଯାହା କଲେ ଦେଖି ହୋସ ଉଡିଯିବ

ଆଜି ଆମେ ଆପଣଙ୍କ ପାଇଁ ଏକ ସିସିଟିଭି ଫୁଟେଜ ନେଇ ଆସିଛୁ । ଯେଉଁଥିରେ ଚୋର ମହିଳା ଠାରୁ ଟଙ୍କା ଛଡାଇବା ପାଇଁ ଚେଷ୍ଟା କରୁଛି । ଶେଷରେ କଣ ହେଉଛି ଚାଳନ୍ତୁ ଜାଣିବା । ଏହି ଘଟଣା ଟି ଦିଲ୍ଲୀର ନରେଳାର ବବାନା ଅଞ୍ଚଳର ଅଟେ । ୨୫ ଅଗଷ୍ଟ ୨୦୨୧ ଦିନ ଦ୍ଵିପହର ୩.୨୮ ମିନିଟରେ ହାତରେ ଗୋଟିଏ ପ୍ୟାକେଟ ଧରି ମହିଳା ଜଣକ ନିଜ ଘର ଆଡକୁ ଚାଲି ଚାଲି ଯାଉଥିଲା । ସେହି ସମୟରେ ପଛରୁ ଗୋଟିଏ ଯୁବକ ମୁହଁରେ ମାସ୍କ ପିନ୍ଧି ସେହି ମହିଳା ପାଖକୁ ଆସିଲା ଓ ମହିଳା ପାଖରୁ ଏହି ପ୍ୟାକେଟକୁ ଛଡାଇ ନେବା ପାଇଁ ଚେଷ୍ଟା କରିଲା ।

ଚୋର ମହିଳା ଠାରୁ ପ୍ୟାକେଟ ଛଡାଇବା ପାଇ ପାଇଁ ବହୁତ ଜୋର ଲଗାଇଲା । କିନ୍ତୁ ମହିଳା ଜଣକ ବି ପ୍ୟାକେଟକୁ ନିଜ ହାତରେ ବହୁତ ଜୋରରେ ଧରି ରଖିଥିଲେ । ଏହା ମଧ୍ୟରେ ଦୁଇ ଜଣ ତଳେ ବି ପଡି ଯାଇ ଗଲେ । ଏହା ସହିତ ମହିଳା ଜଣକ ଗୋଇଠା ମାରି ଚୋରକୁ ହଟାଇବାକୁ ଚେଷ୍ଟା କରିଲା ।

ଏହି ପ୍ୟାକେଟ ଟଣା ଟାଣି ମଧ୍ୟରେ ଚୋରର ମୁଣ୍ଡ କାନ୍ଥରେ ଯାଇ ବାଜିଲା । ଏହି ସମୟରେ ମହିଳା ଜଣକ ଚୋର ଚୋର ବୋଲି ଚିତ୍କାର ବି କରୁଥିଲା । ସେ ଏଥିପାଇଁ କରୁଥିଲେ ଯାହା ଦ୍ଵାରା ସେହି ସ୍ଥାନରେ କିଛି ଲୋକମାନେ ଆସି ତାର ସାହାର୍ଯ୍ୟ କରିବେ । ଚୋର ବାରମ୍ବାର ପ୍ୟାକେଟକୁ ଛଡାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ମହିଳା ଜଣକ ସେହି ପ୍ୟାକେଟକୁ ଛାଡୁ ନ ଥିଲା । ଚୋରକୁ ହାତରେ ଯାହା ବି ଲାଗିଲା ସେ ତାକୁ ନେଇ ଯିବାକୁ ଲାଗିଲା ।

ଚୋର ପୁଣି ଥରେ ଚେଷ୍ଟା କରିଲା ଓ ଶେଷରେ ସେ ମହିଳାର ପର୍ସ ନେଇ ଯିବାକୁ ଲାଗିଲା । ଏହା ମଧ୍ୟରେ ସେହି ସ୍ଥାନରୁ ଗୋଟିଏ ଘରର କବାଟ ଖୋଲି ଜଣେ ବ୍ୟକ୍ତି ବାହାରକୁ ଆସିଲା । କହିବାକୁ ଗଲେ ଏହି ମହିଳା ଜଣକ ବ୍ୟାଙ୍କରୁ ୨.୫ ଲକ୍ଷ ଟଙ୍କା ଧରି ନିଜ ଘରକୁ ଯାଉଥିଲେ ଓ ତିନି ଜଣ ଚୋର ବ୍ୟାଙ୍କରୁ ହିଁ ସେହି ମହିଳାର ପିଛା କରୁଥିଲେ ।

ଯାହା ବିଷୟରେ ମହିଳା ଜଣକ ଜାଣି ନ ଥିଲା । ଦୁଇ ଜଣ ଚୋର ବାଇକ ଧରି ଗଳି ବାହାରେ ଛିଡା ହୋଇଥିଲେ ଯେତେବେଳେ କି ତୃତୀୟ ଚୋର ମହିଳା ଠାରୁ ତାଙ୍କ ଚୋରୀ କରିବା ପାଇଁ ଗଳି ଭିତରକୁ ଯାଇ ଥିଲା । କିନ୍ତୁ ବୟସ୍କ ହେବା ସତ୍ବେ ବି ମହିଳା ଜଣକ ଚୋର ସହ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଲଢେଇ କରିଲା ।

ଯାହା ଦ୍ଵାରା ଚୋର ସେହି ମହିଳା ଠାରୁ ବ୍ୟାଗ ଛଡାଇବାରେ ସଫଳ ହେଲା ନାହିଁ । ଏହି ପ୍ୟାକେଟ ଟଣା ଟାଣିରେ ଚୋର ଟି କେବଳ ତଳେ ପଡିଯାଇଥିବା ୫୦ ହଜାର ଟଙ୍କା ଓ ମହିଳାର ପର୍ସ ଯେଉଁଥିରେ ୭ ରୁ ୮ ହଜାର ଟଙ୍କା ଥିଲା ତାକୁ ନେଇ ଫେରାର ହୋଇଗଲା । ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରା ଯାଉଛି । ସମସ୍ତେ ଏହି ମହିଳାର ସାହାସର ପ୍ରଶଂସା କରୁଛନ୍ତି । ଅନ୍ୟ ପଟେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଚୋରମାନଙ୍କୁ ଧରିବାରକୁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *