ଛୋଟ ଛୋଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଔଷଧ ଛାଡ଼ନ୍ତୁ, କରନ୍ତୁ ଏହି 5 ଟି ଘରୋଇ ଉପାୟ

ଯଦି ଆପଣ ବି ଟିକେ ଟିକେ ଯନ୍ତ୍ରଣାରେ ପେନ କ୍ଲିଅର ବ୍ୟବହାର କରୁଛନ୍ତି, ତ ସେସବୁ ଛାଡ଼ି ପ୍ରାକୃତିକ ଉପାୟ ଅପଣାନ୍ତୁ । ଅଧିକାଂଶ ଲୋକ ଅଛନ୍ତି ଯିଏ କି ସାଧାରଣ କଷ୍ଟରେ ଆଣ୍ଟିବାୟୋଟିକ ବା କଷ୍ଟ ନିବାରଣ ଔଷଧ ବ୍ୟବହାର କରନ୍ତି । କିନ୍ତୁ ଏହାକୁ ଅଧିକ ଖାଇଲେ ସ୍ବାସ୍ଥ୍ୟ ରେ ସମସ୍ୟା ଦେଖାଦିଏ । ତେଣୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ପ୍ରାକୃତିକ ଉପାୟ ବ୍ୟବହାର କରିବା ଉଚିତ । କଷ୍ଟ ରୁ ମୁକ୍ତି ପାଇଁ ଘରୋଇ ବା ପ୍ରାକୃତିକ ଉପାୟ ଆସନ୍ତୁ ଜାଣିବା ।

1. ଲବଙ୍ଗ-

ଲବଙ୍ଗ ଦାନ୍ତ ଯନ୍ତ୍ରଣା ରୁ ଉପଶମ ଦେଇଥାଏ । ଏହାକୁ ପେଟ ଯନ୍ତ୍ରଣା ଓ ଥଣ୍ଡା ଭଲ ହେବାରେ ମଧ୍ୟ ଉପଯୋଗ କରିପାରିବେ ।

2.ହଳଦୀ-

ଏଥିରେ ଔଷଧୀୟ ଗୁଣ ଭରପୁର ରହିଥାଏ । ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇଁ ଏହାର ଉପଯୋଗ କରାଯାଏ । ଏଥିରେ ଆଣ୍ଟିବ୍ୟାକ୍ଟରିଆଲ ଓ ଆଣ୍ଟିଅକ୍ସିଡେନ୍ଟ ଗୁଣ ରହିଛି । ଶରୀରର ବାହାର ବା ଭିତରର କ୍ଷତ ଭଲ ହେବା ପାଇଁ ବ୍ୟବହାର କରାଯାଏ । ହଳଦୀ ମିଶା ଚା ବା କ୍ଷୀର ସ୍ବାସ୍ଥ୍ୟ ପାଇଁ ହିତକର ।

3.ଅଦା-

ଏହା ଥଣ୍ଡା କାଶ ସହ ସୁଜନ ଓ ମାଂସପେଶୀକୁ ଯନ୍ତ୍ରଣାରୁ ଆରମ ଦେଇଥାଏ । ଥଣ୍ଡା ପାଗରେ ଅଦା ଚା ପିଇବା ଭଲ । ଖାଇବାରେ ସତେଜ କଞ୍ଚା ଅଦା ଖାଆନ୍ତୁ ।

4. ଏସେଂଶିଆଲ ଅଏଲ-

କିଛି ଏସେଂଶିଆଲ ଅଏଲ ମାଂସପେଶୀୟ କଷ୍ଟ ନିବାରଣ କରେ,ଯେମିତିକି ଲାଭେଣ୍ଡର ତେଲ, ମେହେନ୍ଦି ତେଲ, ନୀଳଗିରି ପୋଦିନା ତେଲ ଇତ୍ୟାଦି । ଏହାକୁ ସିଧା ନ ଲଗେଇ ଅନ୍ୟ ତେଲ ମିଶାଇ ବ୍ୟବହାର କରନ୍ତୁ ।

5. ହର୍ଟ ଏଣ୍ଡ କୋଲ୍ଡ ଥେରାପି-

ଏମିତି ଅଧିକ ସମୟ ଉପଯୋଗ କରିପାରିବେ । ଆପଣ ଯନ୍ତ୍ରଣା ବା କ୍ଷତ ଜାଗା ରେ ଆଇସ ପ୍ୟାକ ବା ହିଟ୍ ବ୍ୟାଗ୍ ର ଉପଯୋଗ କରି ଆରାମ ପାଇପାରିବେ । ହିଟ୍ ବ୍ୟାଗ୍ କଷ୍ଟ କମ୍ କରିବାରେ ସାହାଯ୍ୟ କରେ ।

ଫ୍ରେଣ୍ଡ୍ସ ସବୁବେଳେ ପେନକିଲର ଖାଇବା ସ୍ୱାସ୍ଥ୍ୟ ପାଇଁ ଖ୍ଯାତି କାରରକ ହୋଇପାରେ । ସେଥିପାଇଁ ଆପଣ ଯେତେ ସମ୍ଭବ ଏହାଠାରୁ ଦୂରେଇ ରୁହନ୍ତୁ । ଯଦି ସେଭଳି ଅତି କଷ୍ଟ ହେଉ ନାହିଁ ତେବେ ଏହି ସବୁ ଘରୋଇ ଉପାୟ ଦ୍ଵାରା ଆପଣ ନିଜର କଷ୍ଟକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *