ବାଳକୁ ଲମ୍ବା ଏବଂ ସୁନ୍ଦର କରିବା ପାଇଁ ଆପଣାନ୍ତୁ ଏହି 7ଟି ନିୟମ – ପ୍ରତ୍ୟକ ଦିନ କରିଲେ ନିଶ୍ଚୟ ଫରକ ଜାଣି ପାରିବେ

ଆଜିକା ଯୁଗରେ ସମସ୍ତେ ନିଜ ଚୁଟି ବିଷୟରେ ଚିନ୍ତିତ ଅଛନ୍ତି ଓ ସମସ୍ତଙ୍କୁ କିଛି ନୂଆ ଓ ଲାଭକାରୀ ଜିନିଷ ନିଜ ଚୁଟି ପାଇଁ ଦରକାର । କେତେ ପ୍ରକାର ସାମ୍ପୁ, ତେଲ ଓ କଣ୍ଡିସନର ମାର୍କେଟ ରେ ଆସିଛି, କିନ୍ତୁ ଆଜି ଆମେ ଆପଣଙ୍କୁ ୭ ପ୍ରକାର ଏମିତିକା ନିୟମ କହିବୁ ଯାହା କଲା ପରେ ଆପଣଙ୍କ ଚୁଟି କଳା ଓ ଲମ୍ବା ହୋଇଯିବ । ଏହି ଟିପ୍ସ ଦ୍ଵାରା ଆପଣ ନିଜ ଚୁଟିର ଚିନ୍ତା ଦୂର କରି ପାରିବେ ।

ହଲକା ସାମ୍ପୁ ଏବଂ କଣ୍ଡିସନର ଲଗାନ୍ତୁ :

କେମିକାଲ୍ସ ଯୁକ୍ତ ସାମ୍ପୁ ଆପଣଙ୍କ ଚୁଟି ଖରାପ କରିଥାଏ, ସାମ୍ପୁ ରେ ଫେଣ ହବା ପାଇଁ ସୋଡିୟମ ଲୋରିଲ ସଲ୍ଫେଟ ହୋଇଥାଏ ଯାହା ଲଗାଇଲେ ଚୁଟି ଖରାପ ହୋଇଥାଏ । ଏହା ସେହି କେମିକଲ ଯାହା କପଡା ଧୋଇବା ସର୍ଫ ଥାଏ, ଏହି କେମିକାଲ ଆପଣଙ୍କ ମୁଣ୍ଡରେ ଥିବା ପ୍ରାକୃତିକ ତେଲକୁ ସମାପ୍ତ କରିଥାଏ ଯାହା ଦ୍ଵାରା ଚୁଟି ରୁଖା ଓ ବେଜାନ ହୋଇଯାଏ ।

ପ୍ରଡକ୍ଟ ଠିକ ଭାବରେ ଉପଯୋଗ କରନ୍ତୁ :

ସବୁବେଳେ ମୁଣ୍ଡ ସଫା କରିବା ପାଇଁ ହଲକା ସାମ୍ପୁ ଉପଯୋଗ କରନ୍ତୁ, ଯାହା ଆପଣଙ୍କ ମୁଣ୍ଡ ରେ ଥିବା ଅସନାକୁ ବାହାର କରିଥାଏ ଏବଂ ପୋର୍ଷକୁ ଖୋଲିଥାଏ । ଏହି କଣ୍ଡିସନର ନିଜ ଚୁଟିରେ ବି ଲଗାନ୍ତୁ କାହିଁକିନା ସବୁଠାରୁ ଅଧିକା ଅସନା ଚୁଟି ତଳ ଭାଗରେ ହୋଇଥାଏ । ହଲକା ଗରମ ପାଣିରେ ମୁଣ୍ଡ ଧୋଇଲେ ମୁଣ୍ଡ ଉପରେ ଥିବା ପୋର୍ଷ ଖୋଲି ଥାଏ । ପୋର୍ଷ ଖୋଲିଲେ ପ୍ରାକୃତିକ ତେଲ ଓ ସବୁ ଜିନିଷକୁ ଭଲ ଭାବରେ ଅବଯର୍ବ କରି ଥାନ୍ତି ।

ଷ୍ଟାଇଲିଙ୍ଗ ଟୁଲସ :

ଚୁଟି ଷ୍ଟାଇଲିଙ୍ଗ କରେଇବା ବେଳେ ଗରମ ଟୁଲସରୁ ବଞ୍ଚିବା ପାଇଁ ଆଗରୁ ନିଜ ଚୁଟି ଉପରେ ସେରମ ଲଗାନ୍ତୁ । ସେରମ ଲଗାଇଲେ ଆପଣଙ୍କ ଚୁଟି ଖରାପ ହବାରୁ ବଞ୍ଚି ଥାଏ, ଏହା ସହ ଷ୍ଟାଇଲିଙ୍ଗ ଟୁଲସ ଲୋ ବା ମଧ୍ୟମ ରଖିଲେ ଚୁଟି ଝଡିବା ବି କମ ହୋଇଥାଏ । ସବୁବେଳେ ଭଲ ଓ ପୋଷାକ ଜିନିଷ ଖାନ୍ତୁ, ଆହାର ଆପଣଙ୍କ ଚୁଟି କୁ ସଠିକ ଭାବରେ ପୋଷାକ ପ୍ରଦାନ କରିବ ସେଥିପାଇଁ ସବୁବେଳେ ପୋଷାକ ପଦାର୍ଥ ଖାଇବା ପାଇଁ ଚେଷ୍ଟା କରନ୍ତୁ ।

ଚୁଟି ଝାଡିବାର ଆହୁରି ଏକ ବଡ କାରଣ ଅଛି ଚିନ୍ତା କରିବା, ଚିକିତ୍ସକ ମାନଙ୍କ ଅନୁଯାଇ ଆଜି କାଲୀ ଲୋକ ପ୍ରାୟତଃ ଏଥି ପାଇଁ ଚନ୍ଦା ହୋଇ ଯାଉଛନ୍ତି କାହିଁକିନା ତାଙ୍କ ଜୀବନରେ ଅନେକ ପ୍ରକାର ଚିନ୍ତା ହେଉ ଅଛି । ଚୁଟିକୁ ଧୋଇଲା ପରେ ଏହାକୁ ଭଲ ଭାବରେ ସୁଖାନ୍ତୁ ଯଦି ଆପଣ ଡ୍ରାୟର ପ୍ରୟୋଗ କରୁଛନ୍ତି ତାହେଲେ ଏହାକୁ ଗୋଟେ ଜାଗାରେ ଅଧିକ ସମୟ ରଖନ୍ତୁ ନାହିଁ ଏମିତି କଲେ ଆପଣଙ୍କ ଚୁଟି ଆହୁରି ଖରାପ ହୋଇ ପାରେ ସେଥିପାଇଁ ଧ୍ୟାନ ଦିଅନ୍ତୁ ଏବଂ ଦୂରରୁ ଏହାକୁ ପ୍ରୟୋଗ କରନ୍ତୁ  ।

Leave a Reply

Your email address will not be published. Required fields are marked *