ଘରର କେଉଁ ସ୍ଥାନରେ ତୁଳସୀ ଗଛ ଲଗାଇଲେ ଘରକୁ ଆସେ ସୁଖ ଓ ସମୃଦ୍ଧି- ଜାଣନ୍ତୁ

ପ୍ରାୟତଃ ସମସ୍ତେ ନିଜ ଘରେ ତୁଳସୀ ଗଛ ଲାଗନ୍ତି । ତୁଳସୀ ଗଛ ଦ୍ଵାରା ଘରେ ସୁଖ-ସମୃଦ୍ଧି ବଢ଼ିଥାଏ ବୋଲି ଲୋକେ ବିଶ୍ବାସ କରନ୍ତି । ତୁଳସୀ ଗଛ ସହିତ ଘରେ ଅନ୍ୟ କିଛି ଗଛ ମଧ୍ୟ ଲାଗିଥାଏ । ଗଛ କେବଳ ଘରର ସୌନ୍ଦର୍ଜ୍ୟ ବଢ଼ାଇନଥାଏ, ବରଂ ଏଗୁଡ଼ିକ ଶୁଭ ମଧ୍ୟ ହୋଇଥାଏ । ଯଦି ଏହି ଗଛମାନଙ୍କୁ ଠିକ୍ ଦିଗରେ ଲଗା ନଯାଏ ତେବେ ଏହା ଅଶୁଭ ହୋଇଥାଏ । ତେଣୁ ଏହାକୁ ଠିକ  ଦିଗରେ ଲଗାଯିବା ଦରକାର ।

Image Courtesy: Google

ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ କିଛି ତଥ୍ୟ :

ତୁଳସୀ ଗଛକୁ ଘରର ଦକ୍ଷିଣ ଦିଗରେ ଲଗେଇବା ଭଲ ନୁହେଁ , ଘରର ଦକ୍ଷିଣ ଦିଗରେ  ଲଗାଯାଇଥିବା ତୁଳସୀ ଗଛ ଲାଭ ପରିବର୍ତ୍ତେ କ୍ଷତି ପହଞ୍ଚାଇଥାଏ । ତୁଳସୀ ଗଛକୁ ଘରର ଉତ୍ତର ଦିଗରେ ଲଗାଇଲେ ଶୁଭ ହୋଇଥାଏ । ଉତ୍ତର ଦିଗକୁ ଉପଯୁକ୍ତ ଦିଗ ବୋଲି କୁହାଯାଏ । ଆପଣ ଉତ୍ତର ଦିଗରେ ତୁଳସୀ ଗଛ ନ ଲଗେଇ ପୂର୍ବ ଦିଗରେ ମଧ୍ୟ ଲଗେଇ ପାରିବେ । ପ୍ରତିଦିନ ସକାଳେ ତୁଳସୀ ଗଛରେ ଜଳ ଦିଅନ୍ତୁ ଏବଂ ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛରେ ଦୀପ ଜଳାନ୍ତୁ । ବରଗଛ ଏବଂ ଓସ୍ତ ଗଛକୁ  ହିନ୍ଦୁ ଧର୍ମରେ ପବିତ୍ର ବୋଲି କୁହାଯାଏ, କିନ୍ତୁ ଏହି ଗଛକୁ ଘରେ ନ ଲଗାଇବା ହିଁ ଠିକ ।

Image Courtesy: Google

ଏହା ଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ,ସେଥିପାଇଁ ଏହି ଗଛଗୁଡ଼ିକକୁ  ସବୁବେଳେ ମନ୍ଦିରରେ ଲଗାଇବା ଉଚିତ୍ । ଏହି ଗଛର ଚେର ମାଟି ତଳକୁ ମାଡ଼ିଯାଇଥାଏ, ଏହା ଖୁବ୍ ଶୀଘ୍ର ଚାରିଆଡେ  ବ୍ୟାପିଯାଇଥାଏ । ଏହି ଗଛ ଗୁଡିକ  ଛୋଟ ଘରକୁ ଫଟାଇ ଦେଇଥାଏ । ସେଥିପାଇଁ ଏହାକୁ ଘରର ଆଖପାଖରେ ନ ଲଗାଇ କୌଣସି  ଖୋଲା ସ୍ଥାନରେ ଲଗାଇବା ଉଚିତ୍,ଯାହା ଦ୍ଵାରା ଏହା ଭଲ ଭାବେ ବଢ଼ିବ ।

Image Courtesy: Google

ଉଚ୍ଚ ଗଛଗୁଡ଼ିକକୁ ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଲଗାଇବା ଭଲ ହେବ । ଯେଉଁ ସ୍ଥାନରେ ସୂର୍ଯ୍ୟର କିରଣ ପଡୁଥିବା ଏବଂ ଘରର ଯିବା ଆସିବାରେ କୌଣସି ପ୍ରକାରର ଅସୁବିଧା ହେଉନଥିବ, ସେହି ସ୍ଥାନରେ ଛୋଟ ଗଛକୁ ପୂର୍ବ କିମ୍ବା ଉତ୍ତର ଦିଗ କରି ଲଗାଇବା ଉଚିତ୍ । ଛୋଟ ଗଛ ଉତ୍ତର-ପୂର୍ବ ଦିଗରେ ଲଗାଇଲେ ଅଶୁଭ ହୋଇଥାଏ । କ୍ଷୀରଯୁକ୍ତ ଗଛ ଘରର ଅଗଣାରେ ଲଗାଇବା ଅନୁଚିତ୍। ଏହି ଗଛ ଗୁଡ଼ିକକୁ  ଘରେ ଲଗାଇବା ଦ୍ଵାରା  ଘର ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ । ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ତଥ୍ୟ ପସନ୍ଦ ଆସିଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *