ସିନେମା ନୁହେଁ ଏହା ସତ ଘଟଣା! ସମୁଦ୍ର ମଝିରେ 483 ଦିନ କାଟିଲେ ଏହି ବ୍ୟକ୍ତି, ସମ୍ପୁର୍ଣ୍ଣ ଘଟଣା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ଆମ ପୃଥିବୀରେ ମୋଟ ୫ଟି ମହାସାଗର ରହିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରଶାନ୍ତ ମହାସାଗର ସବୁଠାରୁ ବଡ ଅଟେ । ଏହା ପାଖାପାଖି ୧୬୫ ମିଲିୟନ ସ୍କୋୟାର ଯାଏଁ ବିସ୍ତୃତ ଅଟେ । ଆଜି ଆମେ ଆପଣଙ୍କୁ ପ୍ରଶାନ୍ତ ମହାସାଗରରେ ଘଟିଥିବା କିଛି ଏଭଳି ଆଶ୍ଚର୍ଯ୍ୟ ଜଣକ ଘଟାନ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ପାନ ବିଶ୍ଵାସ କରିପାରିବେ ନାହି । ପ୍ରଶାନ୍ତ ମହାସାଗରରେ କିଛି ଆଇଲ୍ୟାଣ୍ଡ ରହିଛି । ଯଦି ମ୍ୟାପରୁ ଆମେ ଦେଖିବା ଆଇଲ୍ୟାଣ୍ଡ ଗୁଡିକ ମହାସାଗରେ ଭିତରେ କିଛି ବିନ୍ଦୁ ଭଳି ଦେଖାଯାଏ । ଆଉ ଏହି ସବୁ ଆଇଲ୍ୟାଣ୍ଡ କେବଳ ପାହାଡ ଓ ଜଙ୍ଗଲ ରେ ଘେର ହୋଇ ରହିଛି ।

ଏଠାରେ କିଛି ସ୍ଥାନ ରେ ମଣିଷ ରହି ପାରନ୍ତି ତ ଆଉ କିଛି ସ୍ଥାନରେ ରହି ପାରନ୍ତି ନାହି । ତେବେ ମୋଟ ଉପରେ କହିବାକୁ ଗଲେ ଯଦି କେହି ପ୍ରଶାନ୍ତ ମହାସାଗରର ଆଇଲ୍ୟାଣ୍ଡ ରେ ବାଟବଣା ବା ହଜି ଯାଇଥାଏ ତାହାକୁ ଖୋଜିବା କଷ୍ଟକର ବା କାଠିକର ପାଠ ହୋଇଥାଏ । ଏମିତି ବି କହିହେବ ଏହା ଅସମ୍ଭବ ଅଟେ ।

କିନ୍ତୁ ଏମିତି ଜଣେ ବ୍ୟକ୍ତି ଯିଏ ବିଶାଳ ମହାସାଗରରେ ୪୮୩ ଦିନ ଯାଏଁ ନିଖୋଜ ହୋଇ ଯାଇଥିଲେ । ଜୋସଆଲଭାଡର ସେଲଭେରସନ ନାମ ଜଣେ ବ୍ୟକ୍ତି ପ୍ରସଙ୍ଗ ମହାସାଗରେ ୧୪ ମାସ କିପରି ରହିଥିଲେ ତାହା ଆଶ୍ଚର୍ଯ୍ୟଜଣକ ଘଟଣା । ଏହି ଘଟଣାଟି ହେଉଛି ୨୦୧୨ ମସିହାର । ମ୍ୟାକ୍ସିକୋର ଜଣେ ଛୋଟ ଗାଁରେ ମଶ୍ଚ୍ୟଜୀବୀ ରହୁଥିଲେ । ସେ ନିଜ ଜୀବିକା ମାଛ ଧରି ନିର୍ବାହ କରୁଥିଲେ ।

ତାଙ୍କର ନାମ ହେଉଛି ଜୋସଆଲଭାଡର ସେଲଭେରସନ । ସେ ୧୭ ନଭେମ୍ବର ୨୦୧୨ରେ ନିଜର ଛୋଟିଆ ବୋଟ ଓ ସାଥି ସହ ଅଳ୍ପ କିଛି ଜିନିଷ ନେଇ ଏକ ଚ୍ୟାଲେଞ୍ଜ କରିବାକୁ ବାହାରିଥିଲେ । ସେ ଭାବିଥିଲେ ସମୁଦ୍ର ଭିତରେ ୩୦ ଘଣ୍ଟା ରହିବା ପାଇଁ । କିନ୍ତୁ ସେ ଜାଣିନ ଥିଲେ କି ୩୦ ଘଣ୍ଟା ବଦଳରେ ତାଙ୍କୁ ୪୮୩ ଦିନର ଦଣ୍ଡନୀୟ ଦିନ ଦେଖିବାକୁ ମିଳିବ ।

ପାଖାପାଖି ୧୨୦ ମିଟର ଭିତରକୁ ଗୋଲାପରେ ଜାଲ ପକାଇଥିଲେ ଓ ଠିକ ସେହି ସମୟରେ ଝଡ ତୋଫାନ ଆରମ୍ଭ ହୋଇଥିଲା । ବୋଟ ୬ ଘଣ୍ଟା ଚାଲିବା ପରେ ସେମାନେ ଝଡ ଠାରୁ ବହୁତ ଦୂରକୁ ଚାଲିଯାଇଥିଲେ । ପରେ ବୋଟ ଖରାପ ହେବା କାରଣରୁ ସେମାନଙ୍କ ପାଖରେ ବୋଟ ଚଳାଇବା ପାଇଁ ଆହୁଲା ମଧ୍ୟ ନ ଥିଲା ।

ତଥାପି ହାତ ମାଧ୍ୟମରେ ପାଣିକୁ ପାର କରି କୁଳକୁ ଆଡକୁ ମୁହଁ ହେଲା ବେଳେ ଝଡ ପାଣିର ଭଉଁରୀ ଭିତରେ ପଶିଗଲେ । କିନ୍ତୁ ସେମାନେ ସେତେବେଳେକୁ ଦିଗହରା ହୋଇ ୧୬୦ କିମି ଦୂରରେ ପହଞ୍ଚି ଯାଇଥିଲେ । ନା ଥିଲା ଖାଦ୍ୟ ନା ଥିଲା ପାଣି । ସେମାନଙ୍କ ବୋଟ ଦୂରରୁ ଦେଖିଲେ ମଧ୍ୟ ଜାଣିବା କଷ୍ଟକର ଥିଲା । କିଛି ଦିନ ପରେ ଜୋସଙ୍କ ବନ୍ଧୁ ପାଣି ଭିତରେ ଡେଇଁ ଆତ୍ମହତ୍ୟା କରିଲେ ।

କିନ୍ତୁ ଜୋସ ୮୦୦୦ କିମି ପାଣି ଭିତରେ ଯାତ୍ରା କରିସାରିଥିଲେ । ଦିନେ ଅଚାନକ ତାଙ୍କୁ ପଇଡ ଭାସୁଥିବାର ପାଣିରେ ଦେଖିବା ପରେ ଅନେକ ମାସ ପରେ ସେ ମାଟି ଉପରେ ପାଦ ରଖିପାରିଥିଲେ । ସେହି ଆଇଲ୍ୟାଣ୍ଡର ନାମ ଥିଲା ମାରସାଲ ଯାହା ମ୍ୟାକ୍ସିକୋ ଠାରୁ ୧୧ହଜାର କିମି ଦୂରରେ ଥିଲା । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *