CM ନବୀନ ପଟ୍ଟନାୟକଙ୍କ ଆଖିରେ ଲୁହ: CM କାହିଁକି ଭାବପ୍ରବଣ କାନ୍ଦିଲେ ଜାଣିବା ପାଇଁ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଷୟରେ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପର ଠାରୁ ଓଡିଶା ପାଇଁ ଅନେକ କିଛି ମହତ କାମ କରିଛନ୍ତି ଯାହାକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଓଡିଶାର ବିକାଶ ପାଇଁ ନବୀନ ପଟ୍ଟନାୟକ ଅନେକ ଉନ୍ନତି ମୂଳ କାମ କରିବା ସହ ଅନେକ ଚରମ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ଯାହା ଓଡିଶା ବାସୀଙ୍କୁ ଖୁବ ପ୍ରବାହିତ କରିଛି । ତେବେ ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବ ବିହ୍ଵଳ ହୋଇ ଆଖିର ଲୁହ ରୋକି ନ ପାରି କାନ୍ଦି ପକାଇଛନ୍ତି ।

ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁର ଜିଲ୍ଲାର ଶେଷ କିଶାନଙ୍କ ସଙ୍ଘର୍ଷର କଥା ଶୁଣି କୋହ ସମ୍ଭାଳି ପାରି ନ ଥିଲେ ମୁଖ୍ୟମନ୍ତ୍ରୀ ଯାହା ପାଇଁ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା । ଶେଷ କିଶାନ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ବାଥୃମ ଚପଲ ପିନ୍ଧିବା ସହ ହାତରେ ନୋକିଆ ଫୋନ ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିଲେ ଆଇ ଫୋନ, ଘର କରିବାରେ ସହାୟତା ମଧ୍ୟ କରିଥିଲେ ।

ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେଦିନର କଥା ମାନେ ପକାଇଥିଲେ ଶେଷ କିଶାନ ନବୀନଙ୍କୁ ତାଙ୍କର ବାପା ମା କହିଥିଲେ କିଶାନ । ତାଙ୍କର ମର୍ମସ୍ପର୍ଶୀ କଥା ଶୁଣି କୋହ ସମ୍ଭାଳି ପାରି ନ ଥିଲେ ନବୀନ । ରୋମ ଗସ୍ତ ରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ୟୁରୋପରେ ବିଭିନ୍ନ ରାଷ୍ଟ୍ରରେ ଥିବା ପ୍ରବାସୀ ଓଡିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଓଡିଶାର ବିକାଶ ନେଇ ପ୍ରବାସି ଓଡିଆଙ୍କ ଦ୍ରୁଷ୍ଟି ଭାଙ୍ଗି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଓଡିଶାର ବିକାଶରେ ସେମାନଙ୍କର ଅଭିଜ୍ଞତାକୁ ଉପୋଯୋଗ ପାଇଁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୁଦୂର ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ତାଙ୍କ ସହ ସମୟ ବ୍ଯତୀତ କରି ପ୍ରବାସୀ ଓଡିଆ ଭାରି ଖୁସି ନଜର ଆସିଛନ୍ତି । ପ୍ରବାସୀ ଓଡିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଦିକ୍ଷ ପାଣ୍ଡିଆନ ।

୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରେ ଓଡିଶା କିଭଳି ବହୁତ ବିକାଶ କରି ପାରିଛି ସେ ବାବଦରେ କହିଥିଲେ । ଖାଦ୍ୟ ଶସ୍ଯ ନିଅଣ୍ଟିଆ ରାଜ୍ୟ ଓଡିଶା ବେ ଉତ୍ପାଦନ କ୍ଷେତ୍ର ରେ ଆଗରେ ହୋଇ ପାରିଛି । ବାତ୍ୟା ମୁକାବିଲାରେ ସାରା ବିଶ୍ଵ କୁ ବାଟ ଦେଖାଇଛି ଓଡିଶା । ମହିଳା ସଶକ୍ତିକରଣ, ସ୍କୁଲ ରୂପାନ୍ତିକରଣ ର ଉଦେଶ୍ୟକୁ ବଖାଣିଲେ ଥିଲା ମୁଖ୍ୟମନ୍ତ୍ରୀ ସଚିବ ।

ସେହିପରି ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତି ଭୂମି ବିକାରେ ବହୁତ ପଦକ୍ଷେପ ଗ୍ରହଣ କରିଛନ୍ତି ନବୀନ ପଟ୍ଟନାୟକ ସେହି ବିଷୟରେ ପ୍ରବାସୀ ଓଡିଆଙ୍କୁ ଅବଗତ କରାଇଥିଲେ ସଚିବ । ୧୦ ଦିନିଆ ବିଶେଷ ଗସ୍ତ ରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୯ ତାରିଖରେ ଦୁବାଇ ରେ ଓଡିଶା ଇନଭେଷ୍ଟର ମିଟିଙ୍ଗରେ ଯୋଗ ଦେବେ । ବନ୍ଧୁଗଣ ଆପଣ ମାନଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *