ସୁଟିଙ୍ଗ ସେଟରେ Raimohanଙ୍କ ଶେଷ Video, ତାଙ୍କର ଏହି ହସ ହସ ଚେହେରା ଦେଖି ଆପଣ ବି କାନ୍ଦି ପକାଇବେ

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ତଥା ଜଣାଶୁଣା ଖଳନାୟକ ରାଇମୋହନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁନ୍ଦର ଓ ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର ହୃଦୟ ଜିଣିବାରେ ସଫଳ ହୋଇଥିଲେ । ତାଙ୍କର ଭିଲିଆନ ଚରିତ୍ରକୁ ଦର୍ଶକ ମାନେ ଏତେ ଭଲ ପାଇବା ଦେଇଛନ୍ତି କି ଆଜି ବି ଫିଲ୍ମ ଦୁନିଆରେ ତାଙ୍କର ଅଭିନୟର ପ୍ରଶଂସା କରା ଯାଉଛି । ସେ ତାଙ୍କର ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ କହିଲେ କିଛି ଭୁଲ ହେବ ନାହି । କିନ୍ତୁ ବର୍ତ୍ତମାନର ସବୁଠାରୁ ଦୁଃଖର ଖବର ହେଉଛି ଅଭିନେତା ରାଇମୋହନ ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।

ଗତ କାଲି ସେ ତାଙ୍କର ମଞ୍ଚେଶ୍ଵର ସ୍ଥିତ ବାସ ଭବନରେ ଆତ୍ମହତ୍ୟା କରିବାର ଖବର ରହିଛି ଯାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣିଥିବେ । ତେବେ ତାଙ୍କ ଭଳି ଜଣେ ମହାନ ହସ୍ତୀ ଆଉ ଆମ ଗହଣରେ ନାହାନ୍ତି ବୋଲି ତାଙ୍କର ଫ୍ୟାନ୍ସ ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ମୃତ୍ୟୁ ପୂର୍ବ ରୁ ଅଭିନେତା ରାଇମୋହନ ପରିଡାଙ୍କ ଶେଷ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି କିଭଳି ରାଇମୋହନ ଖୁସି ଖୁସି ପଚାର ଯାଉଥିବା ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି । ତାଙ୍କୁ ଦେଖିଲେ ଲାଗୁ ନାହି କି ତାଙ୍କ ଜୀବନରେ କିଛି ଦୁଃଖ ରହିଛି ବୋଲି । ତେବେ ତାଙ୍କୁ ପ୍ରଶ୍ନ ପଚରା ଯାଉଛି କି ଦୀର୍ଘ ବର୍ଷ ହେବ ଓଲିଉଡ ଜଗତରେ ଅନେକ ଫିଲ୍ମ ଭେଟି ଦେଇଛନ୍ତି, ତେବେ ଆପଣଙ୍କର ସବୁଠାରୁ ପ୍ରିୟ ଡାଇଲଗ କଣ ଯାହା ଆପଣଙ୍କୁ ଖୁବ ଭଲ ଲାଗିଥାଏ ।

ହସି ହସି ଉତ୍ତର ରେ ଅଭିନେତା ରାଇମୋହନ କହୁଛନ୍ତି କି ମୋର ପ୍ରିୟ ଡାଇଲଗ ଯାହା ବି ହୋଇଥାଉ ନାଁ କାହିଁକି କିନ୍ତୁ ଓଡିଶାର ଦର୍ଶକ ମାନଙ୍କର ସବୁଠାରୁ ପ୍ରିୟ ଡାଇଲଗ ହେଉଛି “ଏ ଅନାନୀ ଜ୍ଯୋତି ମାଷ୍ଟରାଣୀ” । ଏହି ଡାଇଲଗଟି କହିବା ସମୟରେ ତାଙ୍କ ମୁହଁ ରେ ଯେଉଁ ଚମକ ରହିଛି ତାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଏହି ଭିଡିଓ ରେ ଦେଖି ପାରିବେ ।

ଏମିତିକି ଏ ଅନାନୀ ଡାଇଲଗ କୁ ଫିଲ୍ମ “ମଜନୂ” ରେ ମଧ୍ୟ ପୁର୍ନବାର ବ୍ୟବହାର କରା ଯାଇଛି ବୋଲି ଅଭିନେତା ରାଇମୋହନ କହିଛନ୍ତି । ଏହି ଡାଇଲଗ ଟି ସବୁ ଓଡିଶା ବାସୀଙ୍କର ଅତି ପ୍ରିୟ ଡାଇଲଗ ଭାବେ ପରିଚିତ ହୋଇ ପାରିଛି ବୋଲି ରାଇମୋହନ କହିଛନ୍ତି ।

ତେବେ ସେ ଦେଖିବାକୁ ଏତେ ହ୍ୟାଣ୍ଡସମ ଥିଲେ ତାଙ୍କ ଯୁବକ ଅବସ୍ଥାରେ ତେବେ କଣ ପାଇଁ ସେ ଅଭିନେତା ଚରିତ୍ର ରେ ଅଭିନୟ ନ କରି ଖଳନାୟକ ଭାବେ ଅଭିନୟ କରିଲେ ତାହା ମଧ୍ୟ ତାଙ୍କୁ ପ୍ରଶ୍ନ କରା ଯାଇଛି । ଯାହାର ଉତ୍ତର ରେ ସେ କେବଳ ହସି ଦେଇଛନ୍ତି । ତେବେ ତାଙ୍କର ପରଲୋକରେ ସାରା ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ଯାତ୍ରା ଜଗତରେ ଶୋକର କଳା ବାଦଲ ଖେଳି ଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଇମୋହନ ପରିଡାଙ୍କ ଡାଇଲଗ କେମିତି ଲାଗେ ଓ ଆପଣଙ୍କ ଫେବରେଟ ଡାଇଲଗ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *