ଆତ୍ମହତ୍ୟା କଲେନି ଯେ ତିନି କୂଳକୁ ଭସାଇଦେଇ ଗଲେ ରାଇ ଭାଇ! ଦେଖନ୍ତୁ Special Report

ବନ୍ଧୁଗଣ ଜଣେ ଚାଲିଗଲେ କିନ୍ତୁ ଭାସିଗଲେ ତିନି କୁଳ । ଅନ୍ଧାର ହୋଇଗଲା ମଞ୍ଚ ଓ ଯାତ୍ରା ଦୁନିଆ । ଦୋହଲି ଗଲା ଓଲିଉଡର ବଡ ସ୍ଥାନ । ମୁରବି ଶୂନ୍ୟ ହୋଇଗଲା ଗୋଟିଏ ହସ ଖୁସିର ପରିବାର । ଅଭିନେତା ରାଇମୋହନ ପରିଡାଙ୍କ ଦେହାନ୍ତ କେବଳ ଗୋଟିଏ ପରିବାରର ଖୁସି ଉଜାଡି ଦେଇ ନାହି ବରଂ ତିନି ତିନୋଟି କୁଳକୁ ଭସାଇ ଦେଇଗଲେ ଏହି କିମ୍ବଦନ୍ତୀ ଅଭିନେତା । ବାପାଟିଏ ଥିଲେ ପରିବାରରେ କେତେ ଖୁସି ଥିଲା । ହେଲେ ଏବେ ରାଇମୋହନ ଚାଲିଯିବା ପରେ ଗୋଟିଏ ପରିବାରର ହସ ଖୁସି ସବୁ ଦିନ ପାଇଁ ଉଜୁଡିଯାଇଛି ।

ରାଇମୋହନଙ୍କ ଯିବା ପରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ଉପରୁ ଆଶୀର୍ବାଦର ହାତ ଉଠିଯାଇଛି । ରାଇମୋହନଙ୍କ ଗୋଟିଏ ଝିଅ ବାହା ହୋଇ ସାରିଥିବା ବେଳେ ଆଉ ଜଣେ ଝିଅ ଏବେ ବି ବାହା ହୋଇ ନାହାନ୍ତି । ଭୁବନଶ୍ଵର ର ପ୍ରାଚୀ ବିହାରରେ ଯେଉଁ ଘରେ ସ୍ତ୍ରୀ ଓ ସାନ ଝିଅ ସହିତ ରହୁଥିଲେ ସେହି ଘର ଏବେ ଖାଁ ଖାଁ ଲାଗିବ । ନା ବାପା ବାପା ଡାକ ଶୁଭିବ ନା ‘ଝିଅ ଟିକେ ଶୁଣିଲୁରେ’ ଡାକ ଶୁଭିବ ।

କେବଳ ଗୋଟିଏ ପରିବାର କାହିଁକି ବରଂ ଫିଲ୍ମ ଦୁନିଆରେ ଜଡିତ ପ୍ରତେକଟି ପରିବାର ଏବେ ରାଇମୋହନ ଙ୍କ ବିୟୋଗରେ ମର୍ମାହତ ହୋଇ ପଡିଛନ୍ତି । ରାଇମୋହନ ପରିଡା ୯୦ ରୁ ଅଧିକ ଓଡିଆ ଫିଲ୍ମ ଓ ୧୫ ରୁ ଅଧିକ ବଙ୍ଗାଳୀ ଫିଲ୍ମ ରେ ଅଭିନୟ କରିଥିଲେ । ଏମିତି କହିଲେ କିଛି ଭୁଲ ହେବ ନାହି କି ହଠାତ ଓଡିଆ ଇଣ୍ଡଷ୍ଟ୍ରି କୁ ଅଧା ନଈରେ ଭସାଇ ଦେଇ ଚାଲିଗଲେ ଅଭିନେତା ରାଇମୋହନ ପରିଡା ।

ଯୁବ ଅବସ୍ଥାରୁ ନାଟକ ପ୍ରତି ରୁଚି ରଖିଥିବା ଅଭିନେତା ରାଇମୋହନ ୪୦ ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଏକାଧିକ ଯାତ୍ରା ରେ ଅଭିନୟ କରିଥିଲେ । ଏବେ ରାଇମୋହନ ଚାଲିଯିବା ପରେ ମଞ୍ଚ ଓ ଯାତ୍ରା ଦୁନିଆରେ ଅନ୍ଧାରର କଳା ବାଦଲ ଛାଇ ଯାଇଛି । ତେବେ ରାଇମୋହନଙ୍କ ଯିବା ପରେ ମଞ୍ଚ, ଯାତ୍ରା, ଫିଲ, ଦୁନିଆ, ନିଜର ପରିବାର କୁ ଭସାଇ ଦେଇ ଚାଲି ଗଲେ ।

ତେବେ ଅଭିନେତା ରାଇମୋହନ ହେଉଛନ୍ତି ୯୦ ଦଶକର ଜେଣ ବରିଷ୍ଠ କଳାକାର । ତାଙ୍କର ସ୍ଥାନ ଓଡିଆ ଇଣ୍ଡଷ୍ଟ୍ରି ରେ ହେଉ ବା ଯାତ୍ରା ଜଗତରେ କେହି ଆଉ ନେଇ ପାରିବେ ନାହି । କାରଣ ତାଙ୍କ ଭଳି ମହାନ ହସ୍ତୀ ଆଉ ଏ ଦୁନିଆରେ ମିଳିବା କଷ୍ଟକର ପାଠ । ଆଜି ବି ଦର୍ଶକ ମାନେ ତାଙ୍କୁ ପରଦାରେ ଦେଖିବା ପାଇଁ ବେଶ ଆଗ୍ରହୀ ହୋଇଥାନ୍ତି ।

ଯାତ୍ରା ଜଗତରେ ନିଜର ଅଭିନୟ ର ନିଖୁଣ ପ୍ରଦର୍ଶନ କରୁଥିବା ରାଇମୋହନ ପରିଡା ଆଜି ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇ ସାରିଛନ୍ତି । ଯାହା ପାଇଁ ପୁରା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଇମୋହନ ପରିଡା କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *