ସ୍ୱର୍ଗଦ୍ୱାରରେ ସରିଲା Raimohanଙ୍କ ଶେଷକୃତ୍ୟ, ମୁଖାଗ୍ନି ଦେଲେ ଦୁଇ ଝିଅ…. ଦେଖନ୍ତୁ Video ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ଆପଣମାନେ ଜାଣିଥିବେ ଓଡିଆ ଜଗତର ବରିଷ୍ଠ କଳାକାର ତଥା ଜଣାଶୁଣା କଳାକାର ଭାବେ ପରିଚିତ ରାଇମୋହନ ପରିଡା ଙ୍କ ଗତ କାଲି ଅକାଳ ବିୟୋଗ ଘଟିଛି । ତେବେ ଓଡିଆ ଇଣ୍ଡଷ୍ଟ୍ରି କୁ ଅଭିନେତା ରାଇମୋହନ ପରିଡା ଅନେକ ଓଡିଆ ଫିଲ୍ମ ଭେଟି ଦେଇଛନ୍ତି । ଯାହାକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଅଭିନେତା ରାଇମୋହନ ହେଉଛନ୍ତି ୯୦ ଦଶକର କଳାକାର । ତାଙ୍କର ଅଭିନୟର ଯାଦୁ ଏତେ ନିଆରା ଥିଲା ଆଜି ବି ଦର୍ଶକମାନେ ତାଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଆଗ୍ରହୀ ହୋଇଥାନ୍ତି ।

କିନ୍ତୁ ସବୁଠାରୁ ଦୁଃଖର ବିଷୟ ହେଉଛି ସେ ଆଉ ଆମ ଗହଣରେ ନାହାନ୍ତି । ସୂଚନା ଅନୁଯାୟୀ ସେ ଗତ କାଲି ତାଙ୍କର ମଞ୍ଚଶ୍ଵର ସ୍ଥିତ ବାସ ଭବନରେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିବାର କାରଣ କଣ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ତେବେ ଆମ ହିନ୍ଦୁ ରୀତିନୀତି ଅନୁସାରେ ବାପାଙ୍କ ମୃତ୍ୟୁ ପରେ ପୁଅ ମାନେ ମୁଖାଗ୍ନି ଦେଇଥାନ୍ତି । କିନ୍ତୁ ଅଭିନେତା ରାଇମୋହନ ଙ୍କ କ୍ଷେତ୍ରରେ କିଛି ଅଲଗା ଧରଣର କରାଯାଇଛି । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଏହି ଭିଡିଓରେ ଆପଣମାନେ ଦେଖି ପାରୁଥିବେ କି ଅଭିନେତା ରାଇମୋହନ ଙ୍କ ଦୁଇ ଝିଅ ଶ୍ମଶାନ ଘାଟରେ ତାଙ୍କ ବାପା ଙ୍କୁ ମୁଖାଗ୍ନି ଦେଉଛନ୍ତି । ତେବେ ଦୁଇ ଝିଅ ନିଜ ବାପାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏମିତିକି ତାଙ୍କର ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ତାଙ୍କ ଦୁଇ ଝିଅଙ୍କ ଅବସ୍ଥା ନ କହିଲେ ଭଲ ହେବ । ଏମିତିକି ଜଣେ ଲୋକପ୍ରିୟ ତଥା ମହାନ ହସ୍ତୀ ଙ୍କୁ ହରାଇ ଓଡିଆ ଜଗତରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି ।

ରାଇମୋହନ ଙ୍କ ପ୍ରଶଂସକ ମାନେ ମଧ୍ୟ ବିଶ୍ଵାସ କରିପାରୁ ନାହାନ୍ତି କି ସେ ଆଉ ଦୁନିଆରେ ନାହାନ୍ତି । ତେବେ ତାଙ୍କ ଭଳି ଜଣେ ମହାନ କଳାକାର ଯିଏ ଯାତ୍ରା ଜଗତରେ ମଧ୍ୟ ନିଜର ଅଭିନୟ ର ନିଖୁଣ ପ୍ରଦର୍ଶନ କରିଥିଲେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ କଣ ପାଇଁ ନେଲେ ତାହା କିଛି ବୁଝା ପଡୁ ନାହି । ତେବେ ଗତ କିଛି ବର୍ଷ ହେବ ସେ ଯାତ୍ରା ଜଗତରେ ନିଜର ପାଦ ଦେଇଥିଲେ ।

ସେଠାରେ ମଧ୍ୟ ସେ ଅନେକ ସଫଳତା ହାସଲ କରିଛନ୍ତି । କାରଣ ତାଙ୍କୁ ଖଳନାୟକ ଭାବେ ଜଣା ଯାଇଥାଏ । ତାଙ୍କର ଅଭିନୟ ଏତେ ନିଆରା ଓ ଚମତ୍କାର ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥାନ୍ତି । ତେବେ ନିଜ ବାପାଙ୍କର ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି ଦୁଇ ଝିଅ ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଦୁଇ ଝିଅ କାନ୍ଦି କାନ୍ଦି ନିଜ ବାପାଙ୍କୁ ଝୁରି ହେଉଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଇମୋହନ ପରିଡାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ଆପଣ ମାନକୁ ଏତିକି ଅନୁରୋଧ ତାଙ୍କ ଆତ୍ମାର ସଦଗତି ପାଇଁ ପାର୍ଥନା କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *