ସାମ୍ନାକୁ ଆସିଲା Raimohan Paridaଙ୍କ ଆଉ ଏକ ଭିଡିଓ, କଣ ସତରେ ମୃତ୍ୟୁ ପୂର୍ବରୁ ସୁଟିଙ୍ଗ ସେଟରେ ହୋଇଥିଲା ଝଗଡା? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ବରିଷ୍ଠ ତଥା ଲୋକପ୍ରିୟ କଳାକାର ରାଇମୋହନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଓଡିଶା ବାସୀଙ୍କୁ ବାନ୍ଧି ରଖିଥିଲେ କହିଲେ ଅତ୍ୟୁକ୍ତି ହେବ ନାହି । ତାଙ୍କର ଖଳନାୟକ ଅଭିନୟକୁ ଦର୍ଶକ ମାନେ ଖୁବ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ସେ ହେଉଛନ୍ତି ୯୦ ଦଶକର ଏମିତି ଜଣେ ମହାନ କଳାକାର ଯାହାଙ୍କର ସ୍ଥାନ ଆଉ କେହି ନେଇ ପାରିବେ ନାହି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ରାଇମୋହନ ନିଜର ବାସ ଭବନରେ ଆତ୍ମହତ୍ୟା କରିଛନ୍ତି ଯାହାକୁ ନେଇ ତାଙ୍କ ପରିବାର ଠାରୁ ଆରମ୍ଭ କରି ଓଡିଆ ଇଣ୍ଡଷ୍ଟ୍ରି ତଥା ଯାତ୍ରା ଦୁନିଆରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଫ୍ୟାନ୍ସ ମାନେ ଏବେ ବି ବିଶ୍ବାସ କରିପାରୁ ନାହାନ୍ତି କି ସେ ଆଉ ଦୁନିଆରେ ନାହାନ୍ତି ବୋଲି ।

ତେବେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି କୁହା ଯାଉଛି ଏହି ଭିଡିଓ ହେଉଛି ତାଙ୍କ ମୃତ୍ୟୁ ପୂର୍ବର ଭିଡିଓ । ଏହି ଭିଡିଓ ରେ ଅଭିନେତା ରାଇମୋହନ ହାତରେ କଟୁରି ଧରି କୌଣସି ଜଣେ ଯୁବକଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି । କାରଣ ସେ ବହୁତ ଅଧିକ ରାଗି ଯାଇଛନ୍ତି ଯାହା ତାଙ୍କ ମୁହଁରୁ ଜଣା ପଡୁଛି । ତାଙ୍କର ଏଭଳି କାମ ଦେଖି ଜଣେ ଯୁବତୀ ଆସି ତାଙ୍କୁ ଅଟାକାଇବାକୁ ଚେଷ୍ଟା କରୁଛନ୍ତି ।

ମୃତ୍ୟୁ ପୂର୍ବ ରୁ ଏହି ସିନ ଟି ଶୁଟିଙ୍ଗ କରା ଯାଇଛି ଯାହା ଜଣା ପଡୁଛି । ତେବେ ଏହି ଭିଡିଓ ରେ ଅଭିନେତା ରାଇମୋହନ ଏତେ ଜୋର ରେ ରାଗି ଯାଇଛନ୍ତି କି ଝଗଡା କରିବାକୁ ଆଗେଇ ଆସିଛନ୍ତି । ତାଙ୍କର ଏଭଳି ରୂପ ଦେଖି ସେଠାରେ ଥିବା ଲୋକ ମାନେ ମଧ୍ୟ ଭୟଭୀତ ହୋଇ ଯାଇଛନ୍ତି ।

ତେବେ ଏହି ଭିଡିଓ ଟି ତାଙ୍କ ବାସ୍ତବ ଜୀବନର ନୁହେଁ ଏହା ଶୁଟିଙ୍ଗ କରିବାର ସମୟର । ଏହି ଭିଡିଓ ରେ ଯାହା ଲାଗୁଛି ରାଇମୋହନ ଯେମିତି ଗେଟପ ନେଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି କି ସେ ଶୁଟିଙ୍ଗ କରୁଥିଲେ । ତେବେ ମୃତ୍ୟୁ ପୂର୍ବ ରୁ ତାଙ୍କର ବୋଧ ହୁଏ କାହା ସହ କେଉଁ କାରଣକୁ ନେଇ ଝଗଡା ହୋଇ ଥାଇପାରେ ।

ତେବେ ସେ ଯାହା ବି ହେଉ ତାଙ୍କ ଭଳି କଳାକାର ଆଉ ମିଳିବେ ନାହି ବୋଲି ଦର୍ଶକ ମାନେ ମତ ଦେଇଛନ୍ତି । ତାଙ୍କର ଓଡିଆ ଜଗତକୁ ଅନେକ ସାରା ଭେଟି ରହିଛି ଯାହା ବି ଆଜି ଲୋକଙ୍କ ମନରେ ସ୍ମୃତି ହୋଇ ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଇମୋହନ ପରିଡା କେମିତି ଲାଗନ୍ତି ଓ ତାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *