କରୋନା ବର୍ତମାନ ପର୍ଯ୍ୟନ୍ତ ବି କମି ନାହିଁ ଏହା ସଜାଗ ନରହିଲେ ଦିନକୁ ଦିନ ବଢିବାକୁ ଲାଗିଛି । ତେବେ ବର୍ତମାନ କରୋନା ର ନୂଆ ନୂଆ ଲକ୍ଷଣ ଦେଖା ଯାଉଛି ଯାହା ଦିନକୁ ଦିନ ଭୟଙ୍କର ରୂପ ନେଇ ଚାଲିଛି । କରୋନା ଦ୍ଵାରା କେତେକ ଲୋକ ଜୀବନ ହରାଇ ଛନ୍ତି ବହୁତ ଲୋକ ଏହା ଦ୍ଵାରା ସଂକ୍ରମିତ ହୋଇଛନ୍ତି ଆଉ ପୁରା ଦୁନିଆର ଆର୍ଥିକ ସ୍ଥିତି ଏହା ପାଇଁ ଖରାପ ହୋଇ ଚାଲିଛି । ତେବେ ସରକାର ଦ୍ଵାରା ଟୀକା ର ମଧ୍ୟ ପ୍ରବନ୍ଧ କରା ଯାଇଛି ଯାହା ସମୟ ଆସିଲେ ସମସ୍ତଙ୍କୁ ନବା ଉଚିତ । ବହୁତ ଲୋକ ଏହାକୁ ନବା ପାଇଁ ଡରୁଛନ୍ତି କିନ୍ତୁ ଏହା ସୁରକ୍ଷିତ ସେଥିପାଇଁ ପ୍ରଶିକ୍ଷଣ କଳା ପରେ ସରକାର ଏହାକୁ ନବା ପାଇଁ କହିଛନ୍ତି ।
ତେବେ ବର୍ତମାନ କରୋନା ଆହୁରି ଶକ୍ତିଶାଳୀ ହୋଇଯାଇଛି ଏହାର ଜୀବାଣୁ ଶୁଖିଲା ଜିନିଷ ଉପରେ ୫ ରୁ ୬ ଡି ପର୍ଯ୍ୟନ୍ତ ବଞ୍ଚିକି ରହି ପାରୁଛନ୍ତି ଏହା ଛଡା ଏବେ ନୂଆ ଲକ୍ଷଣ ଦେଖା ଯାଉଛି ନାକ ଆଉ ବେକ ଚୁଣ୍ଟି ହବା । ଛାତିରେ ଯନ୍ତ୍ରଣା ହବା, ଏହା ଛଡା ଦେହ ହାତରେ ଯନ୍ତ୍ରଣା ରହିବା ପୀଡା ହବା ଆଉ ହାଡ ଗୋଡ କୁଣ୍ଡେଇ ହୋଇ ନାଲି ପଡିବା ଏହା କରୋନା ର ନୂଆ ଲକ୍ଷଣ ହୋଇଛି ।
ତେବେ ଯେମିତି କରୋନା ନୂଆ ନୂଆ ରୂପରେ ଦିନକୁ ଦିନ ବଢିବାରେ ଲାଗିଛି ଲୋକ ମାନେ ସତର୍କ ନ ହୋଇ ଏହାର ଅଧିକ ଶିକାର ହେଉଛନ୍ତି ଯାହା ପାଇଁ ସତର୍କତା ଅବଲମ୍ବନ କରିବା ଆମ କର୍ତାବ୍ୟ ଅଟେ । ନଚେତେ ଓଡିଶାରେ କରୋନା ଏବେ କମିଛି ଯଦି ଲୋକ ସତର୍କ ନ ହେବେ ତେବେ ହରିୟାନା ଭଳି ଆମକୁ ମଧ୍ୟ ବହୁତ ଖରାପ ପରିସ୍ଥିତି ଦେଖିବାକୁ ମିଳିପାରେ । ଯେଉଁ ମାନେ ବାହାର ଦେଶ ବା ରାଜ୍ୟରୁ ନିଜ ଘରକୁ ଫେରୁଛନ୍ତି ତାଙ୍କୁ ୭ ଦିନ ପର୍ଯ୍ୟନ୍ତ ନିଜ ଘରେ ରହିବାକୁ କୁହା ଜାଉଛି ଯାହା ଦ୍ଵାରା କିଛି ଲକ୍ଷଣ ଜଣା ପଡିଲେ ସଠିକ ଉପଚାର କରା ଯାଇ ପାରିବ ।
ଏହା ଛଡା ନୂଆ ରୂପର ଏହି କରୋନା ଠାରୁ କେମିତି ବଞ୍ଚିକି ରହିବା ତାହା ବିଷୟରେ ରିସର୍ଚ କରା ଯାଉଛି ଆଉ ବହୁତ ଶୀଘ୍ର ସରକାର ଲୋକଙ୍କୁ ସତର୍କ ରହିବାର ଉପାୟ କହିବେ କିନ୍ତୁ ବର୍ତମାନ ସଜାଗ ରୁହନ୍ତୁ ଆଉ ବିନା କାରଣରେ ଘର ଛାଡି କୁଆଡେ ଯାଅନ୍ତୁ ନାହିଁ । ନିଜ ପାଳି ଆସିଲେ ଟୀକା ପାଇଁ ମନା କରନ୍ତୁ ନାହିଁ ଏହା ଆପଣ ମାନଙ୍କ ପାଇଁ ପୂର୍ଣ୍ଣ ରୂପରେ ସୁରକ୍ଷିତ ଅଟେ ।