କରୋନା ଭାଇରସ ଦ୍ଵାରା ବର୍ତମାନ ସମୟରେ ପୁରା ଦେଶ ଲଢୁଛି, ଏହା ଏତେ ଶୀଘ୍ର ବଢିବାକୁ ଲାଗୁଛି ଯେ ବିଜ୍ଞାନ ଓ ବୈଜ୍ଞାନିକ ମାନଙ୍କୁ ମଧ୍ୟ ବୁଝି ହଉନି ଯେ କଣ କରିବା ଉଚିତ ଓ ବୈଜ୍ଞାନିକ ମାନେ ତାଙ୍କ ଦିନ ରାତି କେବଳ ଏହି ଭାଇରସ ଭ୍ୟାକ୍ସିନ ଏହା ଜଡିତ କୌଣସି ଜନ୍ତ୍ର ବାହାର କରିବାରେ ଲାଗିଛନ୍ତି । ତେବେ ଏହା ଏମିତି ଗୋଟେ ଭୟଙ୍କର ମହାମାରି ରୂପ ନେଇଛି ଯାହାକୁ ଅଟକେଇବା ପାଇଁ ବର୍ତମାନ ପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ବାହାରି ନାହିଁ ।
ତେବେ ଆଜି ଆମେ ଆପଣଙ୍କୁ ଆଇଆଇଟି ଖଡଗପୁର ଦ୍ଵାରା ବିକାଶ କରିଥିବା ଗୋଟେ କରୋନା ଟେଷ୍ଟ ଡିଭାଇଜ ବିଷୟରେ କହିବାକୁ ଯାଉଛୁ ଯାହା ନା ଦିଆ ଯାଇଛି ନୋବଲ ଟେକନୋଲାଜି । ତେବେ ଆଇଆଇଟି ଖଡଗପୁର ଦ୍ଵାରା ନିର୍ମିତ ଏହି ଡିଭାଇଜ ଦାମ କେବଳ ୪୦୦ଟଙ୍କା ବୋଲି କୁହା ଯାଉଛି ତେବେ ଏହି ଡିଭାଇଜ ଦ୍ଵାରା ଟେଷ୍ଟ କରା ଯାଇଥିବା କରୋନା ଟେଷ୍ଟ ରେଜଲ୍ଟ ମୋବାଇଲରେ କେବଳ ଘଣ୍ଟେ ଭିତରେ ଆପଣଙ୍କୁ ପ୍ରାପ୍ତ ହୋଇଯିବ ।
ତେବେ ଏହାକୁ ବନେଇଥିବା ଅଧ୍ୟୟନ କର୍ତାଙ୍କ କହିବା ଅନୁଯାଇ ଏହି ଡିଭାଇସ କରୋନା ଟେଷ୍ଟ ପାଇଁ କରା ଯାଇଛି ତେବେ ବର୍ତମାନ ସ୍ଥିତିରେ ଆରଟିପିସି ଦ୍ଵାରା କରୋନା ଟେଷ୍ଟ ରେଜଲ୍ଟ ଆସିବା ପାଇଁ ଅଧା ଦିନ ଠାରୁ ଅଧିକ ସମୟ ଲାଗିଯାଉଛି, ନୋବଲ ଟେକନୋଲାଜି ନିର୍ମାତାଙ୍କ କହିବା ଅନୁଯାଇ କରୋନା କେବଳ ୫୦୦ନମୁନା ଦ୍ଵାରା ଏହି ଡିଭାଇଜ ସାଥି ଉତ୍ତର ଦେଇ ପାରୁଛି ଯାହା ଆରଟିପିସି ସହ ସମାନ ଅଟେ ଓ ଏହା ଉପରେ ଆପଣ ମାନେ ଭରସା କରି ପାରିବେ । ତେବେ ଏହି ଡିଭାଇଜକୁ ଅପୃଭଲ ପାଇଁ ଟେଷ୍ଟ କରା ଯାଉଛି ଓ ସରକାର କହିବା ଅନୁଯାଇ ଯଦି ଏହା ସଫଳ ହେଲା ତେବେ ଯେତେ ଶୀଘ୍ର କରୋନା ବଢି ଚାଲିଛି ଏହାକୁ ଅଟକେଇବାରେ ଏହି ଡିଭାଇଜ ବହୁତ ବଡ ସାହାଜ୍ଯ କର୍ତା ହୋଇପାରିବ ଓ ଲୋକଙ୍କୁ ବଞ୍ଚା ଯାଇ ପାରିବ ।
ବର୍ତମାନ ସ୍ଥିତି ଅନୁଯାଇ ଲୋକଙ୍କୁ ଆରଟିପିସି ରେ କରୋନା ଟେଷ୍ଟ କରେଇବାକୁ ପଡୁଅଛି ଯାହା ଦାମ ୨୦୦୦ରୁ ୩୪୦୦ ଟଙ୍କା ଅଟେ, ତେବେ ବହୁତ ଲୋକ ଏହା ଦାମ ଶୁଣି ନିଜ ଟେଷ୍ଟ କରେଇ ପାରୁ ନାହାନ୍ତି ଓ ଏହା ସରକାର ପାଇଁ ମଧ୍ୟ ମହଙ୍ଗା ଅଟେ କିନ୍ତୁ ଯଦି ଏହି ଡିଭାଇସ ଅପୃଭ ହୋଇଯିବ ତେବେ ସବୁ ପ୍ରକାର ଆର୍ଥିକ ସମସ୍ଯା ସମାଧାନ ହୋଇଯିବ ଏହା ଛଡା ଶୀଘ୍ର ରେଜଲ୍ଟ ଆସିବା ଦ୍ଵାରା କୌଣସି ପ୍ରକାର ଅସୁବିଧା ହବା ଆଗରୁ ଲୋକଙ୍କୁ ସାବଧାନ କରା ଯାଇ ପାରିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।