ଡାକ୍ତରାଣୀଙ୍କ ପ୍ରେମରେ ପଡି ସର୍ବଶାନ୍ତ, ଭାଇରାଲ ହେଲା କଲ ରେକର୍ଡ, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ !

 

ନମସ୍କାର ବନ୍ଧୁଗଣ । ଏହି ଭିଡିଓ ରେ ଯେଉଁ ଅଡିଓ ରେକର୍ଡ ସୁନା ଯାଉଛି ତାହା ହେଉଛି ଏକ ସୁନ୍ଦରୀ ଯୁବତୀ ଙ୍କର ଯିଏ ଖଣ୍ଡି ହିନ୍ଦୀ ଭାଷାରେ କଥା ହେଉଛନ୍ତି । ସେହି ଯୁବତୀ ଜଣକ ଯେଉଁ ପୁରୁଷ ଙ୍କ ସହ କଥା ହେଉଛି ସେ ହେଉଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଜନାର୍ଦନପୁର ଗାଁ ର ସର୍ବ ପ୍ରସନ୍ନ ପଣ୍ଡା । ସୂଚନା ଅନୁସାରେ ମାଟ୍ରିମୋନି ରୁ ଯୁବତୀ ଙ୍କ ସହ ପ୍ରସନ୍ନ ପଣ୍ଡା ଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀ ଙ୍କ ପ୍ରେମ ରେ ଏତେ ପାଗଳ ଥିଲେ ଯେ ପ୍ରସନ୍ନ ପଣ୍ଡା ନିଜେ ଖଣ୍ଡି ହିନ୍ଦୀ ଭାଷାରେ କହିବା ଆରମ୍ଭ କରି ଦେଇଥିଲେ । ସେହି ସୁନ୍ଦରୀ ଯୁବତୀ ନିଜକୁ ଡାକ୍ତର ବୋଲି ପରିଚୟ ଦେବା ସହ ଇଂଲଣ୍ଡ ରେ ରହୁ ଥିବାର ଜଣାଇ ଥିଲେ ।

ଏହି ଭିଡିଓ ରେ ସୁନ୍ଦରୀ ଯୁବତୀ କିପରି ଖଣ୍ଡି ହିନ୍ଦୀ ଭାଷାରେ କଥା ହେଉଛନ୍ତି ତାହା ଆପଣ ମାନେ ଶୁଣି ପାରିବେ । ଏହି ସୁନ୍ଦରୀ ଯୁବତୀଙ୍କ ପ୍ରେମରେ ପାଗଳ ହୋଇ ସର୍ବ ପ୍ରସନ୍ନ ସର୍ବସାନ୍ତ ହୋଇ ଯାଇହକନ୍ତି । ଯୁବତୀ ଜଣକ ପ୍ରସନ୍ନ ଙ୍କ ଠାରୁ ୩ ଲକ୍ଷ ୫୫,୦୦୦ ଟଙ୍କା ବା ମୋଟାମୋଟି ଭାବେ କହିବାକୁ ଗଲେ ସମୁଦାୟ ୪ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ।

ବର୍ତ୍ତମାନ ଯୁବତୀ ଙ୍କର କିଛି ପତ୍ତା ମିଳୁ ନାହି । ବର୍ତ୍ତମାନ ପ୍ରସନ୍ନ ଥାନାରେ ଏହି ଘଟଣା ବାବଦରେ ଅଭିଯୋଗ କରିଛନ୍ତି । ପ୍ରସନ୍ନ ନିଜ ରାଏ ରେ କହିଛନ୍ତି ଯେ ସେ ଯୁବତୀ ଙ୍କ ପ୍ରେମ ରେ ପଡି ତାଙ୍କୁ ଡାକ୍ତର ଭାବିଥିଲେ । ଯୁବତୀ ଜଣକ ତାଙ୍କୁ ମ୍ୟାରେଜ କରିବେ ବୋଲି ମଧ୍ୟ କହିଥିଲେ ।

ଏହା ପରେ ଯୁବତୀ ହସ୍ପିଟାଲ ଖୋଲିବ କହି ତାଙ୍କୁ ଠାରୁ ଏତେ ମୋଟା ରକମର ଟଙ୍କା ହଡପ କରିନେଇ କୁଆଡେ ପଳାୟନ କରିଛି । ତେବେ ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ଯଦି ସୋସିଆଲ ମିଡିଆରେ କୌଣସି ଅଜଣା ବ୍ୟକ୍ତି ବ ମହିଳା ଙ୍କର ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆପଣଙ୍କ ପାଖ କୁ ଆସୁଛି ତେବେ ଆପଣ ତାହା ଗ୍ରହଣ କରନ୍ତୁ ନାହି । ଏପରି କରିବା ଦ୍ଵାରା ଆପଣ ଠକାମି ର ଶିକାର ହୋଇ ପାରନ୍ତି । ଏହା ଛଡା ଫୋନ କଲ ମଧ୍ୟ ଗ୍ରହଣ କରନ୍ତୁ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *