ଏହି ଉପାୟର ଥରେ ବ୍ରସ କରନ୍ତୁ, ଦାନ୍ତ ମୋତି ଭଳି ଧଳା ହୋଇଯିବ- Health Tips

ପ୍ରତେକ ବ୍ୟକ୍ତିକୁ ସୁନ୍ଦର ଚମକୁଥିବା ଦାନ୍ତ ପସନ୍ଦ ଆସିଥାଏ । କିନ୍ତୁ ଆଜିକାଲି କିଛି ଲୋକଙ୍କର କିଛି କାରଣ ଯୋଗୁ ଦାନ୍ତ ହଳଦିଆ ହେଇ ଯାଉଛି । ଆଜିକା ସମୟରେ ଲୋକ ମାନେ ଟିଥ ୱେଟନିଙ୍ଗ କରିବା ପାଇଁ ଅନେକ ତାଙ୍କ ଖର୍ଚ୍ଚ କରୁଛନ୍ତି ।

କିନ୍ତୁ କିଛି ଫଳ ମିଳୁ ନାହି । ଯଦି ବ୍ୟକ୍ତି ଅଧିକ ମାତ୍ରାରେ ମ-ଦ୍ୟ-ପା-ନ କରୁଥାଏ ତେବେ ସେଥିରେ ଥିବା ଟେନିକ ଏସିଡ ଦାନ୍ତକୁ ହଳଦିଆ କରିଥାଏ । ଯଦି କଫି ଓ ସୋଡାର ସେବନ କରୁଥିବେ ତେବେ ଏହି କାରଣରୁ ମଧ୍ୟ ଦାନ୍ତ ହଳଦିଆ ହୋଇଯାଏ ।

ଧୂ-ମ୍ର-ପା-ନ କରିବା ଦ୍ଵାରା ବା କିଛି ରୋଗ କାରଣରୁ ମଧ୍ୟ ଦାନ୍ତ ହଳଦିଆ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଦନ୍ତ ହଳଦିଆ ନ ହେବାର କିଛି ଘରୋଇ ଉପାୟ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିଲେ ଆପଣଙ୍କର ଦାନ୍ତ ମୋତି ଭଳିଆ ଚମକିବାକୁ ଲଗାଇବ । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି ସେନ୍ଧା ନମକ ନିଅନ୍ତୁ । ଲୁଣରେ ଦାନ୍ତର ହଳଦିଆ ବ କଳା ରଙ୍ଗ ଦୂର ହୋଇଥାଏ ।

ଏହା ପରେ ରହିଛି କିଛି ବେକିଙ୍ଗ ସୋଡାକୁ ବାୟୋ କାର୍ବୋନେଟ ମଧ୍ୟ କୁହାଯାଏ । ବେକିଙ୍ଗ ସୋଡା ଦାନ୍ତରେ ଜମି ଥିବା ଦାଗକୁ ତୁରନ୍ତ ସଫା କରିବାରେ ସାହାଜ୍ଯ କରିଥାଏ । ଏହା ପରେ ଏକ ଚାମଚ ଲେମ୍ବୁ ମିଶାନ୍ତୁ । ଲେମ୍ବୁରେ ଥିବା ପ୍ରାକୃତିକ ବ୍ଲିଚିଂ ଗୁଣ ରହି ଥିବାରୁ ଦାନ୍ତ ସଫା ହୋଇଥାଏ । ଏହା ପରେ ଏହି ୩ଟି ଜିନିଷରେ କିଛି ପାଣି ମିଶାନ୍ତୁ । ଏହା ପରେ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହି ମିଶ୍ରଣକୁ ଆପଣ ନିଜ ବ୍ରସରେ ଲଗାଇ ଦାନ୍ତ ଘଷିବା ପରେ ସାଧା ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଆପଣ ପୂର୍ବ ଭଳି ଟୁଥପେଷ୍ଟରେ ବ୍ରସ କରି ପାରିବେ । ପ୍ରଥମେ ଏହାର ବ୍ୟବହାର ସପ୍ତାହକୁ ଦୁଇ ଥର କରି ପାରିବେ । ଦିତୀୟ ଥର ପାଇଁ ଏହି ମିଶ୍ରଣକୁ ୧୫ ଦିନରେ ଥରେ ବ୍ୟବହାର କରି ପାରିବେ । ଏହି ଘରୋଇ ରେମେଡି ଦ୍ଵାରା କିଛି ଦିନ ମଧ୍ୟରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ ।

ଅନ୍ୟ ଏକ ଘରୋଇ ଉପଚାର ହେଉଛି ଦୁଇଟି ପିଜୁଳି ପତ୍ରକୁ ଭଲ ଭାବେ ଧୋଇ ଦେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ସେହି ପେଷ୍ଟକୁ ନିଜ ଦାନ୍ତରେ ଦୁଇ ମିନିଟ ଯାଏଁ ଲଗାଇ ରଖନ୍ତୁ । ଏହା ପରେ ସାଧା ପାଣିରେ ନିଜ ଦାନ୍ତକୁ ଧୋଇ ଦିଅନ୍ତୁ । ଅନ୍ୟ ଏକ ରେମେଡି ହେଉଛି କଦଳୀ ଚୋପାକୁ କାଟି ଦାନ୍ତରେ କିଛି ସମୟ ପାଇଁ ଘସନ୍ତୁ । ଏହା ପରେ ଗରମ ପାଣିରେ ପାଟିକୁ ଧୋଇ ଦିଅନ୍ତୁ । କଦଳୀରେ ମ୍ୟାଗ୍ନେସିୟମ ଓ ପୋଟାସିୟମ ରହି ଥିବାରୁ ଏହା ଦାନ୍ତକୁ ସଫା କରିବାରେ ସହାୟକ ହୋଇଥାଏ ।

ଅନ୍ୟ ଏକ ଟିପ୍ସ ହେଉଛି ଦୁଇ ଚାମଚ ନଡିଆ ତେଲ ପ୍ରତିଦିନ ଦାନ୍ତରେ ବ୍ୟବହାର କରିଲେ ଦାନ୍ତ ସଫା ହୋଇଥାଏ । ଏହିପରି ଭାବେ ଆପଣ ନିଜର ହଳଦିଆ ଦାନ୍ତକୁ ପୁରା ଧଳା କରି ପାରିବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *