ଦେହ ଦେଖିଲୁ ମଜା ନେଲୁ, ଏବେ ଟଙ୍କା ଦେ ନ ହେଲେ ମୁଁ….. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସାଇବର ଠକାମିର ଶିକାର ଅନେକ ନିରୀହ ଲୋକମାନେ ହେଉଛନ୍ତି । ଯାହା ପାଇଁ ସେମାନଙ୍କୁ ବି ନା କାରଣରେ ଟଙ୍କା ଦେବାକୁ ପଡୁଛି ସାଇବର ଠକ ମାନଙ୍କୁ । ଏଭଳି ଏକ ଘଟାଣ ସାମନାକୁ ଆସୁଛି । ସମୟ ରାତି ୧୦ଟା ୩୦ ମିନିଟ ଏକ ନୂଆ ନମ୍ବରରୁ ମ୍ୟାସେଜ ଆସୁଛି ହାଏ ଡିୟର । ଏହା ପରେ ଯୁବକ ଉତ୍ତର ଦେଉଛନ୍ତି ହେଲୋ ଜାଣିପାରୁନି ପରିଚୟ ଦିଅ । ଆଉ ଏହା ପରେ ଆସୁଛି ଭିଡିଓ କଲ ଆଉ ଯୁବକ କାଟି ଦେଲେ । କାରଣ ସମୟ ସେତେବେଳେ ୧୨ଟା ହେଲାଣି ।

ଭିଡିଓ କଲ ଉଠାଇବା ଆଗରୁ ଯୁବକଙ୍କ ମନରେ ସନ୍ଦେହ ଆସିଲା । ଆଉ ତା ପରେ ସେ ନମ୍ବର ର ଡିପି ଯୁବକ ଦେଖିଲା ବେଳକୁ ଜଣେ ଅଜଣା ଯୁବତୀଙ୍କର ଫୋଟୋ ରହିଛି । ଆଉ ତା ପରେ ଯୁବତୀ ଅଡିଓ କଲ କରିଲେ କିନ୍ତୁ ଯୁବକ ଜଣକ ରିସିଭ କରିଲେ ନାହି । ଏହା ପରେ ସିଧା ଆସିଲା ଭିଡିଓ କଲ ଆଉ ଭିଡିଓ କଲ ରେ ଥିଲା ଜଣେ ସୁନ୍ଦରୀ ଯୁବତୀ ଏବଂ ତାର ଅଶ୍ଳୀଳ ଭିଡିଓ ।

ଯୁବକ ଜଣକ ବହୁତ ସଚେତନ ଥିଲେ । କାରଣ ସେ ଜାଣିଥିଲେ ସୁନ୍ଦରୀ ଝିଅ ମାନେ ଭିଡିଓ କଲ କରି ସଙ୍ଗେ ସଙ୍ଗେ ସ୍କ୍ରିନ ସର୍ଟ ନେଇ ଫୋନ କାଟି ଦିଅନ୍ତି । ଆଉ ତା ପରେ ସେହି ସ୍କ୍ରିନ ସର୍ଟ କୁ ଦେଖାଇ ଯୁବକ ମାନଙ୍କୁ ବ୍ଳାକମେଲ କରିବା ସହ ଲକ୍ଷ ଲକ୍ଷ ତାଙ୍କ ଲୁଟି ନେଇଥାନ୍ତି । ଆଉ ଯୁବକ ଜଣକ ନିଜ ସମ୍ମାନ କୁ ଜଗି ଏଭଳି ଝିଅ ମାନଙ୍କୁ ଟଙ୍କା ଦେଇ ଚାଲିଥାନ୍ତି ।

କିନ୍ତୁ ଏହି ଯୁବକ ଜଣକ ତାଙ୍କ ଶିକାର ରୁ ନିଜକୁ ବଞ୍ଚାଇ ଦେଇଛନ୍ତି । କାରଣ ଯୁବକ ଜଣକ ଭିଡିଓ କଲ ଉଠାଇବା ଆଗରୁ ବ୍ୟାକ କ୍ୟାମେରା ଅନ କରିଥିଲେ । କହିବାକୁ ଗଲେ ତାଙ୍କ କ୍ୟାମେରା ରେ ତାଙ୍କର ମୁହଁ ଆସି ନ ଥିଲା । ଆଉ ଆପଣ ମାନେ ବି ଥରେ ଭାବି ପାରିବେ ଯଦି ସେହି କ୍ୟାମେରା ରେ ଯୁବକଙ୍କର ମୁହଁ ଆସିଥାନ୍ତା ତେବେ ଭିଡିଓ ଆଗରେ ଫୋଟୋ ରହିଥାନ୍ତା ।

ସଙ୍ଗେ ସଙ୍ଗେ ସ୍କ୍ରିନ ସର୍ଟ ନେଇ ଆପଣଙ୍କ ମୋବାଇଲ କୁ ପଠାଇ ଥାନ୍ତେ । ଆଉ ଆପଣ ଯଦି ଟଙ୍କା ଦେବାକୁ ରାଜି ହୋଇ ନ ଥାନ୍ତେ ତେବେ ଆପଣଙ୍କ ଫେସବୁକ ରେ ଏହି ଫୋଟୋ ଟ୍ୟାଗ କରିବାକୁ ବାଧ୍ୟ ହେବୁ । ସେଥିପାଇଁ ଆପଣ ନିଜର ସମ୍ମାନ କୁ ଜଗି ଟଙ୍କା ଦେଇଥାନ୍ତି ।

ଆମେ ଏଠାରେ କହି ରଖିବାକୁ ଚାହୁଁଛୁ କି ଯଦି ଆପଣଙ୍କ ସହ ଏଭଳି ଘଟଣା ଘଟୁଛି ବା ଅଜଣା ନମ୍ବର ରୁ କଲ ଆସୁଛି ତେବେ ସେହି କଲ କୁ ରିସିଭ କରିବା ଆଗରୁ ଥରେ ଭାବି ନିଅନ୍ତୁ । ଏ ଭିଡିଓ କଲ ସେହି ଅଶ୍ଳୀଳ ଯୁବତୀଙ୍କର ନୁହେଁ ତ । ଆଉ ଆପଣଙ୍କର ଟିକେ ସତର୍କ ଆପଣଙ୍କୁ ବଡ ସମସ୍ୟାରୁ ବଞ୍ଚାଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *