ଦେହଠାରୁ ବଡ ମୁଣ୍ଡ, ଲୋକ କରୁଛନ୍ତି ପୂଜା… ଜାଣନ୍ତୁ ଏହା ପଛର ରହସ୍ୟ

ପିଲାଟି ଜନ୍ମ ହେଲା ପୂର୍ବରୁ ସମସ୍ତେ ସୁସ୍ଥ ସବଳ ଶିଶୁଟିର ଅପେକ୍ଷା କରିଥାନ୍ତି । ଶିଶୁଟି ସମ୍ପୂର୍ଣ ସର୍ବାଙ୍ଗ ସହିତ ଜନ୍ମ ହେଲେ ସମସ୍ତେ ଖୁସି ହେଇଥାନ୍ତି । ଜଳନ୍ଧରର ଏଭଳି ଏକ ପରିବାର ଅପେକ୍ଷା କରିଥିଲା ଏକ ନୂଆ ଅତିଥିର । ଏହି କଥାଟି ୨୦୧୦ ମସିହାର । ଆସନ୍ତୁ ଜାଣିବା ତାହା ବିଷୟରେ । ଏହି ଶିଶୁଟି ଯେତେବେଳେ ଜନ୍ମ ହେଲା ଦେଖିବା ଲୋକଙ୍କର ଆଖି ଚକିତ ରହିଗଲ । କାରଣ ଏହି ଶିଶୁଟିର ମୁଣ୍ଡ ତାହାର ଶରୀର ଅପେକ୍ଷା ବହୁତ ବଡ ଥିଲା ଏବଂ ଆଖି ଗୁଡିକ ଟଣା ଟଣା ଅର୍ଥାତ ମଥା ଆଡକୁ ଟାଣି ହେଇଯାଇଛି ।

ଏବଂ ମୁଣ୍ଡଟି କ୍ରମଶ ବଢିବାରେ ଲାଗିଛି । ଏହି ଶିଶୁଟିକୁ ଏପରି ଅବସ୍ଥାରେ ଦେଖି ମା ବାପା ସ୍ନେହରେ ଶିଶୁଟିର ନାମ ଗଜାନନ ବୋଲି ଦେଲେ । ଶିଶୁଟିକୁ ଦେଖିବାକୁ ଆଖପାଖି ଲୋକ ସବୁ ଏକତ୍ରିତ ହେଲେ ।ଲୋକମାନେ ଆସି ସେହି ଶିଶୁଟିକୁ ଗଣେଶଙ୍କ ପତିବିମ୍ବ ବୋଲି ମାନିଲେ ଏବଂ ଗଜାନନ ନିକଟରେ ପୂଜାର୍ଚ୍ଚନା କରିବା କ୍ରମଶ ଆରମ୍ଭ କରିଦେଲେ । ଆଖପାଖ ଲୋକ ସହିତ ଦୂର ଦୂର ଗାଁରୁ ଲୋକେ ଆସିବାକୁ ଲାଗିଲେ ଏବଂ ଗଜନନ ନିକଟରେ ମନସ୍କାମନା ପୂରଣ ହେଉ ବୋଲି ଆଶୀର୍ବାଦ ମାଗିଲେ ।

ଏପରି ହେବ ମାତ୍ରେ ଗଜାନନଙ୍କ ଘରର ପରିସ୍ଥିତି ମଧ୍ୟ ବଦଳିଗଲା । ଉଭୟ ମାତା ପିତା ବହୁତ ଭାଗ୍ଯବାନ ବୋଲି ନିଜକୁ ଭାବିଲେ । ଗଜାନନ ରାସ୍ତାରେ ଚାଲିଯାଉଥିବା ବେଳେ ତାଙ୍କୁ ଜୟ ଗଣେଶ କହି କେତେକ ଲୋକେ ଡାକିଥାନ୍ତି । ଏବଂ ତାଙ୍କ ପାଦ ଧୁଳି ମଧ୍ୟ ହାତରେ ନେଇ ମଥାରେ ଲଗେଇଥାନ୍ତି । ଗଜାନନ ସେହି ଲୋକମାନଙ୍କ ମୁଣ୍ଡରେ ଆଶୀର୍ବାଦର ହାତ ବଢାଇ ଦେଇଥାଏ । କିନ୍ତୁ ବିଜ୍ଞାନ ଜଗତରେ ବହୁତ ଡାକ୍ତରଙ୍କ କହିବା ଅନୁସାରେ,ଏହା ଗୋଟେ ରୋଗ ଅଟେ ।

ଏହାର ଚିକିସ୍ୟା ହେଇପାରିବ ବୋଲି ବହୁତ ବିଶେଷଜ୍ଞ କହିଛନ୍ତି । ବହୁତ ସରକାରୀ ଡାକ୍ତରଖାନା ମଧ୍ୟ ଗଜାନନକୁ ଠିକ କରିବାର ହାତ ବଢେଇ ଦେଇଛନ୍ତି । ମାତ୍ର ଗଜାନନ ଏବଂ ତାଙ୍କର ମାତା ପିତା ତାହାର ଏଭଳି ଶରୀର ପାଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଗଜାନନ ବିଦ୍ୟାଳୟକୁ ପାଠ ପଢିବାକୁ ଯାଏ । ସେଠାରେ ତାର ସାଙ୍ଗ-ସାଥି ଏବଂ ଶିକ୍ଷକ-ଶିକ୍ଷୟତ୍ରୀ ତାକୁ ଗଣେଶ ବୋଲି ଡାକିଥାନ୍ତି । ଗଜାନନ ନିଜ ଶରୀରକୁ ନେଇ ବହୁତ ଖୁସି ଅଛି ବୋଲି କହୁଛି । ଗଜାନନକୁ ଏବେ ୧୦ବର୍ଷ ।

ଆଗାମୀ ଦିନରେ ସେ ବିଦ୍ୟା ଅର୍ଜନ କରି ଆଧ୍ୟାତ୍ମିକ ମନୋଭାବ ରଖୁଥିବା ଗୁରୁ ପାଲଟି ଯାଇ ସମଗ୍ର ମାନବ ସମାଜର ସେବା କରିବା ବୋଲି ଇଛୁକ ଅଛି । ଯେତେ ଦୁଖୀ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ସାହାଜ୍ଯ କରିବା ପାଇଁ ତାର ଇଛାଶକ୍ତି ପ୍ରବଳ ରହିଛି । ଯେଉଁପଟେ ଡାକ୍ତର ଏହାକୁ ଗୋଟେ ରୋଗ ବୋଲି କହୁଛି,ଅପର ପାର୍ସ୍ବୋରେ ପରିବାର ଲୋକେ ଏହାକୁ ଗୋଟେ ବରଦାନ ଭାବରେ ଗ୍ରହଣ କରିଛନ୍ତି । ଏହା ଥିଲା ଗଜାନନ ବିଷୟରେ ଭଲ ଲାଗିଲେ ଗୋଟେ ଲାଇକ କରନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *