ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲଙ୍କ ଗଳାରେ ଦରଜ ହେବା ଓ ହାଲ୍କା ଜ୍ଵର ଅନୁଭବ କରି ନିଜକୁ ଆଇସୋଲେସନ କରିଥିଲେ । ମିଡିଆ ରିପୋର୍ଟ ଅନୁଯାଇ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ କେଜରିବାଲ ଙ୍କୁ କରୋନା ଭାଇରସ ପରୀକ୍ଷା କରିବାକୁ ହେବ । କେଜରିବାଲ ଆଜି ସକାଳେ କୋବିଡ-୧୯ ଟେଷ୍ଟ କରିବାକୁ ନିଜର ରକ୍ତ ଦେଇଛନ୍ତି । କେଜରିବାଲ ଦିଲ୍ଲୀର କରୋନା ଭାଇରସ ବିପକ୍ଷରେ ଲଢି ସଫଳ ହୋଇଛନ୍ତି । ରବିବାର ଦିନ କେଜରିବାଲ ଦିଲ୍ଲୀରେ କରୋନା ଭାଇରସ ସ୍ଥିତି ର ଅପଡେଟେ ଦେବା ପାଇଁ ଗୋଟେ ପ୍ରେସ କନଫରେନସ ଡ଼ାକିଥିଲେ ।
ସେ ରାଷ୍ଟ୍ରୀୟ ରାଜଧାନୀରେ ୮ ଜୁନରେ ମଲ ଓ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମତି ଦେଇଥିଲେ । ଅରବିନ୍ଦ କେଜରିବାଲଙ୍କ ଅସୁସ୍ଥ ହେବାର ଖବର ଶୁଣି କୁମାର ବିଶ୍ବାସ ଟ୍ବିଟ କରି ସ୍ୱାସ୍ଥ୍ୟ ଭଲ ହେବାର କାମନା କରିଥିଲେ । ଏହା ସହିତ କୁମାର ବିଶ୍ୱାସ କେଜିରୱାଲଙ୍କୁ ଟ୍ୟାଗ କରି ଲେଖିଥିଲେ ଗେଟ ୱେଲ ସୁନ ଅରବିନ୍ଦ ।
Get well soon @ArvindKejriwal
— Dr Kumar Vishvas (@DrKumarVishwas) June 8, 2020
ରବିବାର ପ୍ରେସ ମିଟିଂ ପରେ ଅରବିନ୍ଦ କେଜରିବାଲ ଅସୁସ୍ଥ –
ଗତ ରବିବାର ପ୍ରେସ କନ୍ଫରେସିଙ୍ଗ ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ସେ ନିଜକୁ ହୋମ ଆଇସୋଲେସନ ରେ ରଖିଥିଲେ । ସରକାର ଦିଲ୍ଲୀରେ ଏସିସ୍ଟୋମେଟିକ ଓ ପ୍ରି-ସିସ୍ଟୋମେଟିକ କେସ କରୋନା ଟେଷ୍ଟ ଉପରେ ରୋକ ଲଗାଇଛନ୍ତି । ଖାଲି ଲକ୍ଷଣ ଥିବା ଲୋକଙ୍କର ପରୀକ୍ଷା ହେବ । ଦିଲ୍ଲୀରେ କରୋନା ଭାଇରସ ବଢିଥିବା ମାମଲା ସମୟରେ ନିଜେ ମୁଖ୍ୟ ମନ୍ତ୍ରୀଙ୍କ ଅସୁସ୍ଥ ଥିବା ଖବର ରେ ଦିଲ୍ଲୀ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଙ୍କର ନିଦ ଉଡିଯାଇଛି, ଅସୁସ୍ଥ ଥିବାର ଜାଣି ସିଏମ କେଜରିବାଲ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ବଢିଯାଇଛି ।
ଆପଣଙ୍କୁ କହିବାକୁ ଚାହୁଞ୍ଚୁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଆଇସୋଲେସନ ଯିବାର ଏହା ଦ୍ଵିତୀୟ ଖବର ଅଟେ । ଏହା ପୂର୍ବରୁ ଉତାରଖଣ୍ଡର ମୁଖ୍ୟ ମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରବାତ ଙ୍କ କ୍ଯାବିନେଟ ମନ୍ତ୍ରୀ କରୋନା ପଜିଟିଭ ବାହାରିଥିବା ପରେ ସିଏମ ସମେତ ୩ ମନ୍ତ୍ରୀଙ୍କୁ ସେଲ୍ଫ କ୍ଵାରେଣ୍ଟିନେ ରଖାଯାଇଥିଲା ।
ଜାଣନ୍ତୁ ଅରବିନ୍ଦ କେଜରିବାଲ ଅସୁସ୍ଥ ଶୁଣି କିଏ କଣ କହିଲେ :
କୁମାର ବିଶ୍ୱାସ ଙ୍କ ପରେ ବି, ଦିଲ୍ଲୀ ବିଜେପି ଅଦକ୍ଷ ଆଦେଶ କୁମାର ଗୁପ୍ତା ଟ୍ବିଟ କରି କହିଲେ କି ଅରବିନ୍ଦ କେଜରିବାଲ ଙ୍କ ଅସୁସ୍ଥ ହେବାର ସୂଚନା ମିଳିବ ପରେ ଫୋନ ରେ ତାଙ୍କ କୁଶଳ ବିସୟରେ ପଚାରିଲି, ଈଶ୍ବରଙ୍କ ପାଖରେ ପ୍ରାର୍ଥନା କି ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ।
मुख्यमंत्री @ArvindKejriwal जी के अस्वस्थ होने की जानकारी मिलने पर अभी फोन कर उनकी कुशलक्षेम पूछी ।
ईश्वर से प्रार्थना वह शीघ्र स्वस्थ हों।— Adesh Gupta (@adeshguptabjp) June 8, 2020
ଦିଲ୍ଲୀର କରୋନା ସଂକ୍ରମଣ ମାମଲା ବଢି ଚାଲିଛି । ଲକଡାଉନ ଢିଲା ଲାଗି ୨୪ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ଯାର ଜବରଦସ୍ତ ବୃଦ୍ଧି ହେଉଛି । ରବିବାରରେ ଜାରି ସଂଖ୍ୟା ଅନୁସାରେ ,ଦେଶର ରାଜଧାନୀରେ ୧୨୮୨ ମାମଲା ସମନ୍ନାକୁ ଆସିଛି ।
ଦିଲ୍ଲୀରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୮୯୩୬ ପର୍ଯ୍ୟନ୍ତ ପହଞ୍ଚିଛି । ଏହି ସମୟରେ ରାଷ୍ଟ୍ରୀୟ ରାଜଧାନୀ ରେ ଭାଇରସ ର ୧୭୧୨୫ ଜଣଏକ୍ଟିଭ ରୋଗୀ ଅଛନ୍ତି । ସେମାନଙ୍କର ବିଭିନ୍ନ ହସ୍ପିଟଲ ରେ ଚିକିସ୍ଥା ଚାଲିଛି । ଏବେ ପର୍ଯ୍ୟନ୍ତ ୧୦୯୯୯ ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି ।