ଦେଖନ୍ତୁ କାଟିବା ପରେ ଆମ ଚୁଟି ସହିତ କଣ କରାଯାଏ

ଆସନ୍ତୁ ଜାଣିବା ସେଲୁନରେ କେସ କାଟିବା ପରେ କଣ ହୋଇଥାଏ ଆମର ଏହି କେସ ଆସନ୍ତୁ ଜାଣିବା । ଏହାକୁ ଫୋପଡା ଯାଏ ନା ଏହାର ଅଲଗା କିଛି ଉପଯୋଗ କରାଯାଏ । କିଛି ଫେରିବାଲା ଆସିଥାନ୍ତି କେସ ନେବା ପାଇଁ ଓ ପଇସା ଦେଇ ଝଡିଯାଉଥିବା କେଶକୁ ନିଅନ୍ତି । ଆମର ଦେଶରେ ସେଲୁନରେ କଟୁଥିବା କେଶ ଓ ପାନିଆରେ କୁଣ୍ଢେଇଲାବେଳେ ଝଡୁଥିବା କେସର ସବୁବର୍ଷ ୩୦ ହଜାର କୋଟିର ବ୍ୟାପାର ହେଉଛି । ମାନେ ଆମଦେଶ ଏହି କେଶକୁ ବିଦେଶକୁ ପଠେଇ ୩୦ ହଜାର କୋଟିର ବ୍ୟାପାର କରୁଛି ।

ସବୁ ବର୍ଷ ଏହାର ମୂଲ୍ୟ ଦଶ କି ୩୦ ପ୍ରତିଶତ ବଢିବାରେ ଲାଗୁଛି । ଆମର କେସ ଏତେ ଦାମିକା କେମିତି ହୋଇଯାଏ । ଆମର କେସ କଣ ହୋଇଥାଏ । କେସର ସାଇଜ ଓ ଏହାର ଗୁଣବତା ହିସାବରେ ଏହାର ମୂଲ୍ୟ ନିର୍ଧାରିତ କରାଯାଏ ।

ଏହି କେସ ମୂଲ୍ୟ ୫ ହଜାରରୁ ନେଇ ୩୫ ହଜାର ପର୍ଯ୍ୟନ୍ତ ପ୍ରତି କିଲୋ ପିଛା ହୋଇଥାଏ । ଭଣ୍ଡାରି ଯେତିକି ପଇସା ଚୁଟି କଟିବାରେ ନେଉଥିବ ତାଠୁ ଅଧିକ ଚୁଟି ବିକିବାରେ କମଉଥିବ । ଅଲଗା ଅଲଗା ସହରରେ ଏହି କେସର ମୂଲ୍ୟ ଅଲଗା ହୋଇଥାଏ । ଗୁଜୁରାଟ ଓ ସାଉଥ ପ୍ରାନ୍ତରେ ରହୁଥିବା ଲୋକଙ୍କ କେସର ମୂଲ୍ୟ ବହୁତ ବେସୀ ହୋଇଥାଏ । ଏମାନଙ୍କର କେସର ଗୁଣବତାବି ବହୁତ ବେସୀ ହୋଇଥାଏ ।ଏହି କେସର ମୂଲ୍ୟ ବିଦେଶରେ ବହୁତ ହୋଇଥାଏ । ଭାରତର ସବୁଠୁ ବଡ ବଜାର ଅଟେ ମନ୍ଦିର କାରଣ ଏଠି ଲୋକ ମନିଦରେ ଲଣ୍ଡା ହେବ ପାଇଁ ଯାନ୍ତି ।

ତିରୁପତି ମନ୍ଦିରରେ କେସର କାରୋବର ଅଧିକ ହୋଇଥାଏ, ଏହି ମନ୍ଦିରରେ ପୁରୁଷଙ୍କ ସହିତ ମହିଳା ମାନେ ମଧ୍ୟ ଲଣ୍ଡା ହୋଇଥାନ୍ତି । ଏହି କେସର ମୂଲ୍ୟ ବହୁତ ବେସୀ ହୋଇଥାଏ କାରଣ ଏହି କେସର ଲମ୍ବ ବହୁତ ହୋଇଥାଏ । ଏହି ମମଦିରରେ ବଲିଉଡ ଷ୍ଟାର ମଧ୍ୟ ଲଣ୍ଡା ହେବ ପାଇଁ ଆସିଥାନ୍ତି । ବନ୍ଧୁଗଣ ଆପଣ ଫେରିବାଲାଙ୍କୁ ଦେଖିଥିବେ ସେମାନେ ଗଳି କନ୍ଦି ବୁଲି ପାନିଆରେ ଝଡିଥିବା କେଶକୁ କିଣନ୍ତି । ଏହି କେଶକୁ ଅଧିକ ମୂଲ୍ୟ ହୋଇଥାଏ , ଏହି ଫେରିବାଲା କେଶକୁ ଏକାଠି କରି କେସ ବ୍ୟାପାରିକୁ ବିକି ଦେଇଥାନ୍ତି ।

ତାପରେ ସେଇ ବ୍ୟାପାରୀ ସେଇ କେଶକୁ ଏକାଠି କରି ବଡ ଡିଲରଙ୍କୁ ଅଧିକ ଦାମରେ ବିକ୍ରି କରିଥାନ୍ତି । ଏହିକେଶରେ ବହୁତ ପ୍ରକାର ୱିଗ ଓ କସମେଟିକ ଜିନିଷ ତିଆରି କରାଯାଇଥାଏ । ଆମର କେସ ପ୍ରୋଟିନରେ ତିଆରି ହୋଇଥାଏ ସେଥିପାଇଁ ପ୍ରାକୃତିକ କେସ ୱିଗ ବନେଇବା ପାଇଁ ବହୁତ ଉତମ ହୋଇଥାଏ । ଭାରତରେ ଏମିତି ବହୁତ ବ୍ୟାପାରୀ ଅଛନ୍ତି ଏହି କେଶକୁ ବିଦେଶରେ ବିକି ବହୁତ ପଇସା ଆୟ କରିଥାନ୍ତି । ବିଦେଶରେ କଳା କେଶକୁ ବ୍ଲାକ ଗୋଲ୍ଡ ମଧ୍ୟ କୁହାଯାଏ । କଳା କେସ ମୂଲ୍ୟ  ବିଦେଶରେ ବହୁତ ଅଧିକ ହୋଇଥାଏ ।

ଯେଉଁ କେଶରେ ବେସୀ ସମ୍ପୋ କି ତେଲ ଲଗାଯାଇନଥିବା ସେହିଭଳି କେଶ ବହୁତ ପ୍ପ୍ରାକୃତିକ କେସ ମନାଯାଏ । ଏହାର ମୂଲ୍ୟ ଇନ୍ଟରନେସନାଲ ବଜାରରେ ବହୁତ ଅଧିକ ହୋଇଥାଏ । ଭାରତରେ ସାଉଥ ମହିଳାଙ୍କର କେଶବହୁତ ପ୍ରାକୃତିକ ହୋଇଥାଏ କାରଣ ସେମାନେ କେଶରେ ଖାଲି ନଡିଆ ତେଲର ବ୍ୟବହାର କରିଥାନ୍ତି । ଏହି କଳା କେସର ମୂଲ୍ୟ ଲଣ୍ଡନରେ ଅଧିକ ମୂଲ୍ୟ ହୋଇଥାଏ । ଏହି କେଶକୁ ସାଇଜ ଓ ରଙ୍ଗ ହିସାବରେ ଅଲଗା ଅଲଗା କରାଯାଇଥାଏ । ଏହାର ବଣ୍ଡଲ କରି ଅଲଗା କରାଯାଏ ।

ଏହାପରେ ଏହି କେଶକୁ କେମିକାଲ ପାଣିରେ ଧୁଆଯାଏ କାରଣ ଏଥିରେ ଥିବା ବ୍ୟକ୍ଟେରିଆ ଓ ମଇଳା ସଫା ହୋଇଯାଏ । କେମିକାଲ ପ୍ରୋସେସ ହେବ ପରେ କ୍ଵାଲିଟି ହିସାବରେ ଏହିକେଶକୁ ଅଲଗା ଅଲଗା ପ୍ରୋସେସ ପାଇଁ ପଠାଯାଇଥାଏ । ତାପରେ ଏହିକେଶରେ ଅଲଗା ପ୍ରକାରର ୱିଗ ମହିଳା ଓ ପୁରୁଷଙ୍କ ପାଇଁ ବନାଯାଇଥାଏ । ଏହି ୱିଗ ର ମୂଲ୍ୟ ବହୁତ ଅଧିକ ହୋଇଥାଏ । ଏହିମନ୍ଦିରରେ ବହୁତ ପୁରୁଣା ପରମ୍ପରା ଅଛି କେସଦାନ କରିବାର । ଖାସ କଥାକି ପୁରା ଭାରତରେ ଏହାଗୋଟିଏ ମନ୍ଦିର ଅଟେ ଯେଉଁଠି ମହିଳାମାନେବି ଲଣ୍ଡା ହୁଅନ୍ତି ।

କଟାଯାଉଥିବା କେଶରେ ବନିଥାଏ ସୋୟା ସସ, ଏହି କଥା ସୂନୀ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପରେ କିନ୍ତୁ ଏହା ସତ ଅଟେ । ଆମରେ କେସ ପୁରା ପୁରୀ ପ୍ରୋଟିନରେ ଭରପୁର ଥାଏ, ଏହି କେଶରୁ ଆମୀନୋ ଆସିଡ ବାହାର କରି ସୋୟ ତେଲରେ ମିଶାଇ ଅତି ସହଜରେ ସୋୟସସ ବନାଯାଇଥାଏ । ଚୀନରେ ଏମିତି ବନାଉଥିବା ବହୁତ କମ୍ପାନୀ ରହିଛି । କଣ ଜାଣିଛନ୍ତି ବିଦେଶରେ ଭଲ ଫସଲ କରିବା ପାଇଁ କେସର ଖତ ରୂପରେ ବ୍ୟବହାର କରାଯାଏ । ଜାଣିଲେ ଆମର ଏହି ଦାମିକା କେସ କେତେ ମୁଲ୍ୟାବାନ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *