ତୁଳସୀର ପ୍ରତିକକୁ ମା ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ । କୁହାଯାଏ ଯେଉଁ ଘରେ ସବୁଦିନ ତୁଳସୀର ପୂଜା କରାଯାଏ, ସେହି ଘରେ କେବେ ଦରିଦ୍ରତା ଓ ଦୁର୍ଭାଗ୍ୟ ଆସେ ନାହିଁ । ସେଇ ଘରେ ସବୁବେଳେ ମା ଲକ୍ଷ୍ମୀ ବାସ କରିଥାନ୍ତି । ତୁଳସୀର ପୂଜା କରିବା ଦ୍ଵାରା ମୋକ୍ଷ ପ୍ରାପ୍ତି ହୋଇ ପାପର ନାସ ହୋଇଥାଏ । ଯେଉଁ ଘରେ ତୁଳସୀର ଗଛ ଥାଏ ସେଠାରେ ଦେବୀ ଓ ଦେବତା ନିବାସ କରନ୍ତି । ଏହା ସହିତ ତୁଲସୀ ନକରାତ୍ମକ ଉର୍ଜାକୁ ସମାପ୍ତ କରିଥାଏ ।
ଘରେ କେବଳ ସକାରାତ୍ମକ ଊର୍ଜା ସଞ୍ଚାର କରିଥାଏ । ପ୍ରତିଦିନ ତୁଲସୀ ପୂଜା କରିବା ଦ୍ଵାରା ସୁଖ ସମ୍ପଦ, ବୈଭବ ଓ ସମୃଦ୍ଧିର ପ୍ରାପ୍ତି ହୋଇଥାଏ । ମହା ଲକ୍ଷ୍ମୀ ସବୁବେଳେ ପ୍ରସନ ରହିଥାନ୍ତି ।

ପଦ୍ମ ପୂରାଣ ଅନୁସାରେ ଯେଉଁଠି ତୁଳସୀର ଗଛ ଥାଏ, ସେ ତ୍ରିଦେବଙ୍କ ନିବାସ ହୋଇଥାଏ । ତୁଲସୀ ପୂଜା କରିବା ଦ୍ଵାରା ମହା ପାତକ ନଷ୍ଟ ହୋଇଯାଏ ଯେଉଁ ଭଳି ସୂର୍ଯ୍ୟ ଆସିଲେ ଅନ୍ଧକାର ନଷ୍ଟ ହୋଇଯାଏ । ଯଦି ଆପଣଙ୍କ ଘରେ ଗ୍ରହର ପ୍ରଭାବ ରହିଥାଏ, ଘରେ ସବୁବେଳେ ଗରିବୀ ରହିଥାଏ, ପଇସା ଆସୁଛି କିନ୍ତୁ ରହୁନି, ଜୀବନରେ କିଛି ନା କିଛି ସମସ୍ୟା ରହୁଛି । ଆଜି ଆମେ ଗୋଟେ ଖାସ ମନ୍ତ୍ର କହିବାକୁ ଯାଉଛୁ ଯଦି ଏହି ମନ୍ତ୍ରର ଜପ ତୁଲସୀ ପୂଜା କରିବା ସମୟରେ କରୁଚେ, କିଛି ଦିନରେ ଆପଣଙ୍କ ସମସ୍ୟାର ସମାଧାନ ହେବ ।

ଘରେ ସ୍ଥାଇ ରୂପରେ ମା ଲକ୍ଷ୍ମୀଙ୍କ ବାସ ହେବ, ଏହା ସହିତ ଘରେ ଖୁସିର ବାତାବରଣ ଲାଗିରହିବ । ଘରେ କେବେବି ଦୁଖ ଦରିଦ୍ର୍ୟତାର ବାସ ହେବନି । ଆସନ୍ତୁ ଜାଣିବା ଏହି ଖାସ ମନ୍ତ୍ର ବିଷୟରେ, ମନ୍ତ୍ର ଜପ କରିବା ପାଇଁ ପ୍ରଦିଦିନ ଇଷ୍ଟ ଦେବଙ୍କ ପୂଜା କରି ସାରିବା ପରେ ସର୍ବ ପ୍ରଥମେ ତୁଳସୀରଙ୍କୁ ପ୍ରଣାମ କରିବେ, ତୁଳସୀରଙ୍କୁ ସୁଧା ଜଳ ଅର୍ପଣ କରନ୍ତୁ ଚାହିଁଲେ ଗଙ୍ଗା ଜଳ ଅର୍ପିତ କରିପାରିବେ ତାପରେ ସିନ୍ଦୁର ଚନ୍ଦନ ଲଗାନ୍ତୁ । ଏହା ତୁଳସୀରଙ୍କ ଶିଂଗାର ହୋଇଥାଏ ।

ତୁଳସୀରଙ୍କ ପାଖରେ ଘିଅ ଦୀପ ଓ ଧୂପ ଲଗାନ୍ତୁ । ଓ ତୁଳସୀର ସାତ ପରି କ୍ରମା ନିଶ୍ଚିତ କରନ୍ତୁ । ତୁଳସୀରଙ୍କ ସାମ୍ନାରେ ବସି 11 ଥର ଏହି ମନ୍ତ୍ରର ଜପ କରନ୍ତୁ । ” ମହା ପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନୀ, ଆଧି ବ୍ୟାଧି ହରା ନିତ୍ୟଙ୍ଗ, ତୁଲସୀ ତ୍ଵଙ୍ଗ ନମୋସ୍ତୁତେ ” ।
ଏହି ମନ୍ତ୍ରର ଜପ ପରେ ଯାହା ମନରେ କାମନା କରିଥିବେ ତୁଲସୀକୁ ଛୁଇଁ କହି ଦିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ଭଗବାନଙ୍କ ଫାଖରେ ପହଞ୍ଚି ଥାଏ । ତୁଲସୀ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ଅଟେ । ଭଗବାନ ବିଷ୍ଣୁଙ୍କ ଆରାଧନା ବ୍ରହ୍ମା ଓ ଶିବ କରନ୍ତି, ସେଥିପାଇଁ ତ୍ରିଦେବଙ୍କ କୃପା ଆପଣଙ୍କ ଉପରେ ରହିବା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।