ଏବେ କର୍ମଚାରୀ ମାନଙ୍କୁ ମିଳିବ ପ୍ରତି ସପ୍ତାହରେ Salary! ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଏଣିକି ଆଉ ମାସ ସେସ ରେ ନୁହେଁ ବରଂ ପ୍ରତି ସପ୍ତାହରେ ମିଳିବ ସାଲାରି । ଏଣିକି ଦରମା ପାଇବା ପାଇଁ ଆଉ ମାସ ସେସ ଯାଏଁ ଅପେକ୍ଷା କରିବାକୁ ପଡିବ ନାହି । ପ୍ରତି ସପ୍ତାହ ରେ ମିଳିବାକୁ ଯାଉଛି ଦରମା ଏହି କଥା ଶୁଣିବା ପରେ ଆପଣ ମାନେ ନିଶ୍ଚିନ୍ତ ଭାବେ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି କଣ ସତରେ ଏହି ନିୟମ ଲାଗୁ ହେବାକୁ ଯାଉଛି ।

ତେବେ ବି-୨-ବି ଇ-କମର୍ଷ କମ୍ପାନୀ ଇଣ୍ଡିଆ ମାର୍ଟ ନିଜ କର୍ମଚାରୀ ମାନଙ୍କ ପାଇଁ ଏଭଳି ସୁବିଧା ଉପଲବ୍ଧ କରାଇବାକୁ ଯାଉଛି । କମ୍ପାନୀ ନିଜ କର୍ମଚାରୀ ମାନଙ୍କ ପାଇଁ ସାପ୍ତାହିକ ଦରମା ପେ ପଲିଶି ଘୋଷଣା କରିଛି । ନିଜ ଫେସବୁକ ପେଜରେ କମ୍ପାନୀ ପୋଷ୍ଟ କରି ଏହି ସୂଚନା ଦେଇଛି ଇଣ୍ଡିଆ ମାର୍ଟ ।

କମ୍ପାନୀ ର ସୂଚନା ଅନୁସାରେ ସାପ୍ତାହିକ ସାଲାରି ପେ ପଲିଶି ଲାଗୁ ହେବା ଦ୍ଵାରା ଏଣିକି କର୍ମଚାରୀ ମାନଙ୍କୁ ନିଜ ଦରମା ପାଇବା ପାଇଁ ମାସ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବ ନାହି । ବରଂ ପ୍ରତି ସପ୍ତାହ କୁ ଥରେ କର୍ମଚାରୀ ମାନେ ସାଲାରି ପାଇ ପାରିବେ । ଏପରି ହେବା ଦ୍ଵାରା କର୍ମଚାରୀ ମାନେ ଆର୍ଥିକ ବୋଝ ରୁ ମୁକ୍ତି ପାଇ ପାରିବେ ।

ଏହା ସହ କର୍ମଚାରୀ ମାନେ ଆହୁରି ଭଲ କାମ କରିବା ପାଇଁ ଆଗ୍ରହୀ ହେବ । ତେବେ ଏଭଳି ସହଜ ଓ ନୂଆ ଧରଣର ପଲିଶି କରିବାରେ ଇଣ୍ଡିଆ ମାର୍ଟ ବାଣୀ ଯାଇଛି ଦେଶର ପ୍ରଥମ କମ୍ପାନୀ । ତେବେ ସୂଚନା ଅନୁସାରେ ଅନେକ ଦେଶରେ ଏହି ନିୟମ ପୂର୍ବ ରୁ ଲାଗୁ ହୋଇ ସାରିଛି ।

ନିୟୁଜଲ୍ୟାଣ୍ଡ, ଅଷ୍ଟ୍ରେଲିୟା, ହାଙ୍ଗକଙ୍ଗ ଓ ୟୁଏସ ର ଅନେକ କମ୍ପାନୀ ରେ ବିକଳି ସାଲାରି ପେ ପଲିଶି ଅନୁଯାୟୀ କର୍ମଚାରୀ ମାନେ ଦରମା ପାଇଥାନ୍ତି । କିନ୍ତୁ ଭାରତରେ ସାଧାରଣ କର୍ମଚାରୀ ମାନଙ୍କୁ ମାସ ଶେଷ ରେ ଦରମା ଦିଆ ଯାଇଥାଏ । ତେବେ ସପ୍ତହାକୁ ଥରେ ଦରମା ଲାଗୁ କରିବାରେ ଇଣ୍ଡିଆ ମାର୍ଟ ଏବେ ଦେଶର ପ୍ରଥମ କମ୍ପାନୀ ଭାବେ ପରିଗଣିତ ହେବ ।

ତେବେ ଏହି ନିୟମ ଲାଗୁ ହୋଇ ପାରିଲେ କର୍ମଚାରୀ ମାନେ ଅନେକ ମାତ୍ରା ରେ ଉପକୃତ ହେବା ସହ ଖୁସି ହେବେ ବୋଲି କମ୍ପାନୀ ତରଫରୁ ଆଶା କରା ଯାଉଛି । ଏହା ସହ କମ୍ପାନୀ ର କିପରି ଅଧିକ ଉନ୍ନତି ହେବ ଏଥିପାଇଁ ମଧ୍ୟ କର୍ମଚାରୀ ମାନେ ଚେଷ୍ଟା କରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଇଣ୍ଡିଆ ମାର୍ଟ ଏପରି ପଦକ୍ଷେପ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *