ଆଜିଠୁ ଖୋଲିଲା ସବୁ School ଓ College, କଣ ରହିଛି ଗାଇଡ ଲାଇନ ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ନମସ୍କାର ବନ୍ଧୁଗଣ । କୋରୋନା ମହାମାରୀ ଯୋଗୁ ସାରା ଦେଶରେ ଓ ରାଜ୍ୟ ରେ ସ୍କୁଲ କଲେଜ ବନ୍ଦ ରଖା ଯାଇଥିଲା । କାରଣ ଯେଉଁ ମାତ୍ରା ରେ କୋରୋନା ଭାଇରସ ଓ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ତାହା ପାଇଁ ସ୍କୁଲ କଲେଜ ବନ୍ଦ ରଖା ଯାଇଥିଲା । ପିଲା ମାନଙ୍କର ଅନ ଲାଇନ କ୍ଳାସ କିନ୍ତୁ ଜାରି ରହିଥିଲା । ତେବେ ଆଜିର ମୁଖ୍ୟ ଖବର ହେଉଛି ଆଜି ଠାରୁ ଖୋଲିବାକୁ ଯାଉଛି ସ୍କୁଲ ।

ଆଜି ଠାରୁ ଅଷ୍ଟମ ରୁ ଦ୍ଵାଦଶ ଶ୍ରେଣୀ ଯାଏଁ କ୍ଳାସ ରୁମରେ ପାଠ ପଢା ଆରମ୍ଭ ହେବାକୁ ଯାଉଛି । ଅଷ୍ଟମ ଶ୍ରେଣୀର ପିଲାଙ୍କର କ୍ଳାସ ସକାଳ ୧୦ଟା ରୁ ଦିନ ୧ଟା ଯାଏଁ ହେବ । ନବମ ରୁ ଦ୍ଵାଦଶ ଶ୍ରେଣୀର ପିଲାଙ୍କର କ୍ଳାସ ସକାଳ ୧୦ଟା ରୁ ଅପରାହ୍ନ ୪ଟା ଯାଏଁ ଚାଲିବ ।

ଏଥିଲାଗି କୋଭିଡ଼ ଗାଇଡ ଲାଇନ ଅନୁଯାୟୀ ବିଭିନ୍ନ ସ୍କୁଲ ରେ ସିଟିଙ୍ଗ ଆରେଞ୍ଜମେଣ୍ଟ ଠାରୁ ଆରମ୍ଭ କରି ବିଶୋଧନ ବ୍ୟବସ୍ଥା ଯାଏଁ ସମ୍ପୁର୍ଣ୍ଣ କରିଛନ୍ତି କର୍ତ୍ତୁପକ୍ଷ । ସ୍କୁଲ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ଯାଉଛି । ତେଣୁ ପିଲା ମାନଙ୍କ ମଧ୍ୟ ରେ ଯେପରି କୋରୋନା ସଂକ୍ରମଣ ବୃଦ୍ଧି ନ ପାଇବ ଏହା ଉପରେ ଅଧିକ ଗୁରୁତ୍ଵ ଦେବାକୁ ଯାଇ ପ୍ରତେକ ସ୍କୁଲ ରେ ଆଇସିଲେସନ ର ବ୍ୟବସ୍ଥା କରା ଯାଇଛି ।

ପିଲା ମାନଙ୍କୁ ସକାଳ ୧୦ଟା ରୁ ଥରମାସ ଟ୍ରେନିଂ କରି କ୍ଳାସ କୁ ଛଡା ଜୀବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ଠାରୁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଓ ବୈଷୟିକ ଶିକ୍ଷା ଗୁଡିକର କ୍ଳାସ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହା ସହ ପ୍ରତେକ ସ୍କୁଲ ଗୁଡିକରେ କ୍ୟାମ୍ପସ ମଧ୍ୟ ପ୍ରସ୍ତୁତ କରା ଯାଇଛି । ପିଲା ମାନେ ଯେପରି ସୁରକ୍ଷିତ ସହ ପାଠ ପଢି ପାରିବେ ଏ ନେଇ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ସୂଚନା ରହିଛି ।

କୋରୋନା ସଂକ୍ରମଣ କମ ହୋଇ ଥିବାରୁ ଆଜି ଠାରୁ ସ୍କୁଲ ଖୋଲିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ପିଲା ମାନେ ସ୍କୁଲ ଖୋଲିବା ନେଇ କେତେ ମାତ୍ରା ରେ ଇଛୁକ ଅଛନ୍ତି ତାହା ସ୍କୁଲ ଯିବା ପରେ ଜଣା ପଡିବ । ତେବେ ପିଲା ମାନେ ପୂର୍ବ ଭଳି ନିଜର ପାଠ ପଢା ରେ ଧ୍ୟାନ ଦେବେ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ସ୍କୁଲ ଖୋଲିବା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *