ମାମୁଁ ଘର ଯାଇ ଆଈଙ୍କ ସହ କିପରି ମସ୍ତି କରୁଛନ୍ତି Babushan ଦେଖନ୍ତୁ Video

ଓଡିଆ ଇଣ୍ଡଷ୍ଟ୍ରି ରେ ଦମଦାର ଅଭିନୟ କରି କଳାକାର ମାନେ ବେଶ ଚର୍ଚ୍ଚା ରେ ରହିଛନ୍ତି । କିଛି କଳାକାର ମାନେ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ । ଖାସ କରି ଅଭିନେତା ମାନେ ନିଜ ଜୀବନରେ ଘଟୁଥିବା ଅନେକ ଘଟଣା ସମୟରେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ବାବୁସାନ ମହାନ୍ତି କିପରି ତାଙ୍କ ମାମୁଁ ଘରକୁ ଯାଇ ମସ୍ତି କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଡିଆ ଜଗତର ଚକଲେଟ ହିରୋ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର କମେଡି ଓ ଅଭିନୟ ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଥାନ୍ତି । ସେ ଫିଲ୍ମରେ ଯେଉଁ ଚରିତ୍ର ରେ ଅଭିନୟ କରିଲେ ମଧ୍ୟ ତାହା ଲୋକ ମାନଙ୍କୁ ବେଶ ପସନ୍ଦ ଆସିଥାଏ ।

ତେବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି । ବାବୁସାନ ନିଜର ମାମୁଁ ଘରକୁ ଯାଇଛନ୍ତି ବୁଲିବା ପାଇଁ ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମାମୁଁ ଘରକୁ ଯାଇ ସେ ତାଙ୍କ ଆଈଙ୍କ ସହ ବହୁତ ମଜାମସ୍ତି କରିବା ସହ ହସ ଖୁସି ମଧ୍ୟ କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ତାଙ୍କ ଆଈ ଘରେ ମାରିଥିବା ନଡିଆ ତେଲ ବୋତଲ ଧରି ବାବୁସାନ ଆଈଙ୍କର ପ୍ରଶଂସା କରୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହା ସହ ନଡିଆ ତେଲ ବୋତଲ ଧରି ଧରି ବାବୁସାନ ଗୁଆଘିଅ ଗୀତ ମଧ୍ୟ ଗାଉଛନ୍ତି ଯାହା ବହୁତ ମଜାଦାର ଲାଗୁଛି । ଆଇଙ୍କ ସହ ମାମୁଁ ଘରକୁ ଯାଇ ସମୟ ଅତିବାହିତ କରି ବାବୁସାନ ବେଶ ଖୁସି ଥିବାର ନଜରା ଆସୁଛନ୍ତି ।

ତାଙ୍କର ଏପରି ପିଲାଳିୟାମୀ ଦେଖି ତାଙ୍କ ଆଇ କହୁଛନ୍ତି ତୁ କେତେ ବଦମାସ ପିଲାଟା କିରେ । ଦୁହେଁ ଆଇ ନାତି ପରସ୍ପର ସହ ସମୟ ଅତିବାହିତ କରିବା ସହ ମସ୍ତି କରୁଛନ୍ତି ଯାହା ଦେଖିବାକୁ ବହୁତ ମଜାଦାର ଲାଗୁଛି । ତେବେ ଓଡିଆ ଫିଲ୍ମ ଜଗତରେ ବାବୁସାନ ଅନେକ ସାରା ଫିଲ୍ମ କରି ବିଭିନ୍ନ ଚରିତ୍ର ରେ ନିଜର ବେଷ୍ଟ ପର୍ଫୋମ ଦେଇଛନ୍ତି । ସେ ତାଙ୍କର ଡ୍ୟାନ୍ସ ପର୍ଫୋମାଂସ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି ତାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣିଥିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ବାବୁସାନ ଓ ତାଙ୍କ ଆଈଙ୍କର ମସ୍ତି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *