ମୋବାଇଲରୁ ମୋବାଇଲ ଘୁରୁ ବୁଲୁଥିବା “କାଚା ବାଦାମ” ଗୀତର ଗାୟକ କିଏ ଓ ତାଙ୍କ ଜୀବନର କାହାଣୀ କଣ ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କାଚା ବାଦାମ ପକ୍କା ବାଦାମ ଗୀତଟି ସୋସିଆଲ ମିଡିଆରେ ସେନସନ ପାଲଟି ଯାଇଛି । ଏମିତିକି କାଚା ବାଦାମ ଗୀତର ଋଲ୍ସ ଓ ସର୍ଟ୍ସ ଭାଇରାଲ ହେବାରେ ଲାଗିଛି । ୟୁଟ୍ୟୁବରେ ଲକ୍ଷ ଲକ୍ଷ ଦର୍ଶକ ଏହି ଗୀତକୁ ଦେଖିବା ସହ ଲାଇକ ଓ କମେଣ୍ଟ ମଧ୍ୟ କରୁଛନ୍ତି । କେବଳ ଆମ ଦେଶରେ ନୁହେଁ ବରଂ ବିଦେଶର ଲୋକେ ମଧ୍ୟ ଏହି ଗୀତରେ ଋଲ୍ସ କରୁଛନ୍ତି ।

ତେବେ ଏହି ଗୀତ ପଛରେ ଥିବା ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକର ଗ୍ରାହଙ୍କୁ ଆକର୍ଷିତ କରିବା ଏପାଇଁ ଗାଁ ଗାନ ବୁଲି କାଚା ବାଦାମ ଗୀତ ଗାଉଛନ୍ତି । ବୀରଭୂମି ଜିଲା କାନପୁରମ ଅଞ୍ଚଳର ଭୁବନ ନିଜ ସତରେ, ଦୁଇ ପୁଅ ଓ ଜେନ ଝିଅ ସହ ଉରାଲ ଗାଁରେ ରହୁଛନ୍ତି । ଭୁବନ ସକାଳେ ପରିବାରର ଜୀବିକା ନିର୍ବାହ ପାଇଁ ବାଦାମ ବିକିବା ପାଇଁ ଗାଁ ଗାଁ ବୁଲିଥାନ୍ତି ।

ଦିନକୁ ୩୦୦ରୁ ୪୦୦ ବାଦାମ ବିକ୍ରି କରି ସେ ୨୦୦ରୁ ୨୫୦ ଟଙ୍କା ଲାଭ କରିଥାନ୍ତି । ତେବେ ଗ୍ରାହକଙ୍କୁ କଞ୍ଚା ବାଦାମ ପ୍ରତି ଆକର୍ଷିତ କରିବା ପାଇଁ ଭୁବନ ନିଜେ ଏହି ଗୀତ ନୀତିଦିନ ଗାଇଥାନ୍ତି । କିନ୍ତୁ ଦିନେ ଭୁବନ ଏହି ଗୀତ ଗାଈ ବାଦାମ ବିକ୍ରି କରିବା ସମୟରେ ଜଣେ ଯୁବକ ଆସି ଟାଙ୍କର ଭିଡିଓ କରିଥିଲେ । ଏହାର କିଛି ଘଣ୍ଟା ପରେ ଭିଡିଓଋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ।

ଆଉ ସେହି ଗୀତଟି ଆଜି ଦେଶ ବିଦେଶରେ ବେଶ ଲୋକପ୍ରିୟ ହୋଇ ପାରିଛି । ଭୁବନଙ୍କ କାଚା ବାଦାମ ଗୀତକୁ ନେଇ ରିମିକ୍ସ ଗୀତ ମଧ୍ୟ ତିଆରି ହୋଇଛି । ଯେଉଁଥିରେ ଭୁବନଙ୍କୁ ଗାଇବା ସହ ଅଭିନୟ କରିବାର ଅବସର ମଧ୍ୟ ମିଳିଛି । ଏହାକୁ ଗୋଧୂଳିବେଳା ମ୍ଯଜିକ ନାମକ ୟୁଟ୍ୟୁବ ଚ୍ଯାନେଲରେ ଡିସେମ୍ବର ୨୫ରେ ଅପ୍ଲୋଡ କରା ଯାଇଥିଲା । ଯାହାକୁ ଆଜି ଯାଏଁ ୪କୋଟି ୩୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ଏହା ସହ ଭୁବନଙ୍କର ଗୀତର ରିଲିସକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି । କାଚା ବାଦାମ ଗୀତର ନାଚ ଚ୍ୟାଲେଞ୍ଜ ମଧ୍ୟ ଆରମ୍ଭ ହୋଇ ସାରିଛି । ଲୋକ ମାନେ ଏହି ଗୀତରେ ବିଭିନ୍ନ ପ୍ରକାର ଡ୍ୟାନ୍ସ ସ୍ଟେପ କରୁଛନ୍ତି । କିଛି ଲୋକ ଭୁବନଙ୍କ ପାଖକୁ ଯାଇ ମଧ୍ୟ ଭିଡିଓ କରୁଛନ୍ତି । ଭୁବନଙ୍କ ସ୍ଵର ସାରା ଦେଶରେ ପହଞ୍ଚିଥିଲେ ମଧ୍ୟ ତାଙ୍କର ଆର୍ଥିକ ସ୍ଥିତିରେ ସୁଧାର ନାହି ।

ଭୁବନଙ୍କ ଗୀତ ଆହୁରି ଲୋକଙ୍କ ପାଖକୁ ପହଞ୍ଚିବା ସହ ସରକାର ତାଙ୍କ ପରିବାର ପାଇଁ କିଛି କରନ୍ତୁ ବୋଲି କହିଛନ୍ତି ଭୁବନ । ଗାଉଁଲି ଭୁବନ ଆଜିବି ଗାଁ ଗାଁ ବୁଲି ବାଦାମ ବିକ୍ରି କରୁଛନ୍ତି । ତେବେ ସେ ତାଙ୍କ ପରିବାରକୁ ଭଲରେ ରଖିବା ପାଇଁ ଇଚ୍ଛା ରଖିଛନ୍ତି । ତେବେ ସୋସିଆଲ ମିଡିଆରେ ଅନେକ ଲୋକ ଗୀତ ଗାଈ ରାତାରାତି ଷ୍ଟାର ହୋଇ ସାରିଛନ୍ତି ତାହା ଆପଣ ମାନେ ଜାଣିଥିବେ ।

ବନ୍ଧୁଗଣ ଆପଣ ମାନଙ୍କର କାଚା ବାଦାମ ଗୀତ ଓ ଏହାକୁ ଗାଇଥିବା ବ୍ୟକ୍ତିଙ୍କ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *