ପ୍ରସିଦ୍ଧ ଗାୟିକା Lata Mangeshkarଙ୍କୁ ଦିନେ ଦିଆଯାଇଥିଲା ସ୍ଲୋ ପଏଜନ! ହେଲେ କିଏ ଓ କାହିଁକି ଦେଇଥିଲେ? ଏହା ପଛରେ କଣ ରହିଛି ରହସ୍ୟ ?

ଭାରତର କୋକିଳା କଣ୍ଠୀ ହେଉଛନ୍ତି ଲତା ମଙ୍ଗେସକର । ତାଙ୍କ ଜୀବନରେ ସେ ଯେତିକି ସଫଳତା ହାସଲ କରିଛନ୍ତି ଠିକ ସେତିକି ତାଙ୍କର ବ୍ୟକ୍ତିତ୍ବ ମଧ୍ୟ ଥିଲା ଉତ୍ତମ । ଶିଷ୍ଟଭାଷୀ, ଉଦାରବାଦୀ ଓ ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ସାରା ଭାରତ ତାଙ୍କ ସଫଳତାରେ ଖୁସି ଥିବା ବେଳେ ଦିନେ କେହି ଜଣେ ଈର୍ଷା କରିଥିଲେ । କେବଳ ଈର୍ଷା ନୁହେଁ ବରଂ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମଦ୍ୟ ଷଡଯନ୍ତ୍ର କରା ଯାଇଥିଲା ।

ମହାନ ଗାୟିକା ଲତା ମଙ୍ଗେସକରଙ୍କର ଜୀବନର ଏହି ଭୟଙ୍କର ଜୀବନ କାହାଣୀ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ୧୯୨୯ ସେପ୍ଟେମ୍ବର ୨୮ ତାରିଖ ଜନ୍ମଗ୍ରହଣ କରିଥିଲେ ଗାୟିକା ଲତା ମଙ୍ଗେସକର । ବାବା ଦିନାନାଥ ମଙ୍ଗେସକରଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ଲତା ଜି ।

ଦିନାନାଥ ଜଣେ ଲୋକପ୍ରିୟ ସଙ୍ଗୀତଜ୍ଞ ହେବା ସହ ଜଣେ ଉଚ୍ଚ କୋଠିର ଅଭିନେତା ବାହାବେ ପରିଚିତ ଥିଲେ । ବାପାଙ୍କ ଠାରୁ କୁନି ବୟସରେ ସଙ୍ଗୀତ ଶିକ୍ଷା ଆରମ୍ଭ କରି ଲତା ଜି ଦିନେ ଭାରତ ରତ୍ନ ହେବେ ଏ କଥା କିଏ ବା ଜାଣିଥିଲା । ଧୀରେ ଧୀରେ ସମୟ କ୍ରମେ ଲତା ଜି ସଙ୍ଗୀତ ଦୁନିଆରେ ଗୋଟିଏ ପରେ ଗୀତରେ ସଫଳତା ପାଇଲେ ।

୧୯୬୨ ମସିହାର କଥା ସେହି ସମୟରେ ତାଙ୍କର ବୟସ ମାତ୍ରା ୩୩ ବର୍ଷ ଥିଲା । ଏତେ କମ ବାୟସରେ ଲତା ଜି ସଂଗୀତ ଦୁନିଆରେ ସଫଳତାର ଶିଖର ଛୁଇଁବା ଦେଖି କିଛି ଲୋକ ଗୌରବ ଅନୁଭବ କରୁଥିବା ବେଳେ ଆଉ କିଛି ଲୋକଙ୍କର ତାଙ୍କ ପ୍ରତି ଈର୍ଷା ମଧ୍ୟ ବଢିଥିଲା । ଶେଷେ ଅତଙ୍କୁ ଜୀବନରୁ ମାରି ଦେବା ପାଇଁ ଷଡଯନ୍ତ୍ର ମଧ୍ୟ କରା ଯାଇଥିଲା ।

ଲେଖିକା ପଦ୍ମା ସଚିଦେବଙ୍କ ଲିଖିତ ବହି “ଏସା କାହାଁ ସେ ଲାଉଁ” ପ୍ରକାଶିତ ହେବା ପରେ ଏହି ଘଟଣା ସମ୍ପର୍କରେ ଜଣା ପଡିଥିଲା । ପଦ୍ମାଙ୍କ ବହିରେ ଲେଖାଥିବା ଘଟଣା ଅନୁସାରେ ଯେବେ ଲତା ଜିଙ୍କୁ ମାତ୍ର ୩୩ ବର୍ଷ ହୋଇଥିଲା ସେହି ସମୟରେ ଦିନେ ସେ ସକାଳେ ଉଠିବା ପରେ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେ ଦୁଇ ତିନି ଥର ବାନ୍ତି ମଧ୍ୟ କରିଥିଲେ ।

ବାନ୍ତିର ରଙ୍ଗ ସବୁଜ ଥିଲା ଓ ସେ ଖୁବ ଦୁର୍ବଳ ହୋଇ ଯାଇଥିଲେ । ୩ ଦିନ ଜୀବନ ମୃତ୍ୟୁ ସହ ଲଢିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରି ଥିଲା । ଏହି ଘଟାଣ ଘଟିବା ପରେ ଲତା ଜି ୩ରୁ ୪ ମାସ ବେଦ ରେଷ୍ଟ କରିବା ସହ ଗୀତ ଗାଇ ପାରି ନ ଥିଲେ । ଅନ୍ତନଳୀରେ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଲୋ ପଏଜନ ଦିଆ ଯାଇଥିଲା ବୋଲି ଡାକ୍ତର କହିଥିଲେ । ତେବେ ଲତା ଜିଙ୍କୁ ବିଷ କିଏ ଓ କାହିଁକି ଦେଲା ତାହା ରହସ୍ୟ ହୋଇଥିଲେ ମଧ୍ୟ ତାଙ୍କ ସଙ୍ଗୀତରେ କୌଣସି ବାଧା ଆସିନ ଥିଲା ।

ବନ୍ଧୁଗଣ ଆପଣ ମାନଙ୍କର ଲତା ମଙ୍ଗେସକରଙ୍କ ସହ ଘଟିଥିବା ଏହି ଘଟଣା ବାବାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *