ଦେଖନ୍ତୁ Uttam Mohantyଙ୍କ ମୁହଁରୁ ତାଙ୍କ Love Story, ଏମିତି କରିଥିଲେ Aparajitaଙ୍କୁ ପ୍ରପୋଜ…. ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡର ବରିଷ୍ଠ ଅଭିନେତା ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରେମ କାହାଣୀ ବା ଲାଭ ଷ୍ଟୋରି ବିଷୟରେ କହିବାକୁ ଯାଉଛୁ । ସମ୍ବଲପୁରରେ ଅଶାନ୍ତ ଗ୍ରହ ଫିଲ୍ମ କରିବାକୁ ଯାଇଥିବା ସମୟରେ ପ୍ରଥମେ ଅପରାଜିତାଙ୍କୁ ଦେଖିଥିଲେ ଉତ୍ତମ ମହାନ୍ତି । ଅହିନେତ୍ରୀ ମହେଶ୍ଵତାଙ୍କ ଭଉଣୀ ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା । ପ୍ରଥମ ଦିନରେ ଉତ୍ତମ ମହାନ୍ତି ଅପରାଜିତା ଙ୍କୁ ପସନ୍ଦ କରିଥିଲେ । ଏହା ପରେ ଉତ୍ତମ ମହାନ୍ତି ଓ ଅପରାଜିତା ଫିଲ୍ମ ଏକାଠି କରିବାକୁ ଲାଗିଲେ । ଦୁହେଁ ପରସ୍ପର ସହ ୪-୫ ରୁ ଫିଲ୍ମ କରିବା ପରେ ଦୁହିଙ୍କ ମଧ୍ୟରେ ଆସନ୍ତି ବଢିଥିଲା ।

ଦୁହିଙ୍କ ମଧ୍ୟରେ ପ୍ରେମ ର ଇଜହାର ହୋଇ ନ ଥିଲା । ଉତ୍ତମ ମହାନ୍ତି କହିଛନ୍ତି ଯେ ସେ ସିଧା ଯାଇ ତାଙ୍କ ମା ଙ୍କୁ ଏହି ବିଷୟରେ କହିଥିଲେ । କିନ୍ତୁ ନିଜ ପସନ୍ଦ ବିଷୟରେ କହିବା ସମୟରେ ସେ ଦାବିଙ୍ଗ କରୁଥିଲେ । ଯେତେବେଳେ ଅପରାଜିତା ବା ଟିକି ଅପା ଙ୍କୁ ଉତ୍ତମ ମହାନ୍ତି ନିଜ ମନ କଥା କହିଥିଲେ ସେ କହିଥିଲେ ତାଙ୍କ ଆମ ଙ୍କୁ ପଚାରିବାକୁ ।

ଘରେ ଉତ୍ତମ ମହାନ୍ତି ନିଜ ସ୍ତ୍ରୀ ଙ୍କୁ ଟିକି ଡାକନ୍ତି ଆଉ ଟିକି ଅପା ମଧ୍ୟ ଉତ୍ତମ ଡାକନ୍ତି । ଦୁହେଁ ପରସ୍ପର ସହ ସେହି ସମୟରେ ଫୋନ ରେ କଥା ହେଇଥିଲେ । ଦୁହେଁ ଦୁହିଙ୍କୁ କେବେ ଆଇ ଲଭ ୟୁ କହି ନାହାନ୍ତି ବୋଲି ଉତ୍ତମ ମହାନ୍ତି ମତ ଦେଇଛନ୍ତି । ଟିକି ଅପା ତାଙ୍କ ଘର ବିଷୟରେ ଉତ୍ତମ ମହାନ୍ତି ଙ୍କ ସହ କଥା ହୋଇଥାନ୍ତି ଫୋନରେ ।

ଶୁଟିଙ୍ଗ ସମୟରେ ଟିକି ଅପା ଅଧିକ ସମୟ ନେଇଥାନ୍ତି କିନ୍ତୁ ଉତ୍ତମ ମହାନ୍ତି ବହୁତ କମ ସମୟ ନିଅନ୍ତୁ । ଘରେ ଦୁହିଙ୍କର ରାଜ ଚାଲିଥାଏ । ଦୁହେଁ ଏକାଠି ହୋଟେଲ ରେ ଖାଇବାକୁ ଯାଇଥିଲେ ଏହା ଛଡା କିଛି ନ ଥିଲା କାରଣ ଯେତେବେଳେ ସେମିତି କିଛି ନ ଥିଲା । ବର୍ତ୍ତମାନ ମଧ୍ୟ ଦୁହେଁ ଡେଟ ରେ ଯାଇ ନାହାନ୍ତି । କେବଳ ଚିଠି ମିଳିଗଲା ପରେ ଦୁହେଁ ବହୁତ ଖୁସି ହୋଇ ଯାଇଥାନ୍ତି ।

କଲେଜ ଟାଇମରେ ଉତ୍ତମ ମହାନ୍ତି ବହୁତ ଝିଅଙ୍କୁ ଲାଇନ ମାରୁଥିଲେ । ଟିକି ଅପା ଙ୍କୁ ପ୍ରଥମ ଗିଫ୍ଟ ଉତ୍ତମ ମହାନ୍ତି ସୁନା ମୁଦି ଦେଇଥିଲେ । ଯାହାକୁ ଦେଖି ଟିକି ଅପା ବହୁତ ଖୁସି ହୋଇଥିଲେ । ଦୁହେଁ ପରସ୍ପର ସହ ବୁଝାମଣା କରି ବହୁତ ଖୁସିରେ ସମୟ ବ୍ଯତୀତ କରିଥାନ୍ତି । ଟିକି ଅପା କଣ ଗିଫ୍ଟ ଦେଇଥିଲେ ଉତ୍ତମ ମହାନ୍ତିଙ୍କ ମନେ ନାହି ।

ମାଂସ, ଚିକେନ ଖାଇବାକୁ ଅଧିକ ଭଲ ପାଇଥାନ୍ତି ଟିକି ଅପା । ଉତ୍ତମ ମହାନ୍ତି ଅନେକ ଥର ରୋଷେଇ କରିଛନ୍ତି ସ୍ତ୍ରୀଙ୍କ ପାଇଁ । କିନ୍ତୁ ବାହାଘର ପରେ କେବେ ନିଜ ସ୍ତ୍ରୀ ଙ୍କୁ ହାତରେ ଖୁଆଇ ଦେଇ ନାହାନ୍ତି ବୋଲି ଉତ୍ତମ ମହାନ୍ତି । ତେବେ ଏହା ଥିଲା ଉତ୍ତମ ମହାନ୍ତି ଓ ଟିକି ଅପାଙ୍କର ଲଭ ଷ୍ଟୋରି ର କିଛି ଅନୋଖା କଥା । ବନ୍ଧୁଗଣ ଆପଣ ମାନଙ୍କୁ ଉତ୍ତମ ମହାନ୍ତି ଓ ଟିକି ଅପାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *