Bollywood ଦେଶୀ ଗାର୍ଲ Priyanka Chopraଙ୍କୁ ଦିଆଗାଲ ଫିଲ୍ମ ସମୟରେ Pregnant ନ ହେବାର Agreement ତ… ରାଗରେ ଏମିତି କହିଲେ ପ୍ରିୟଙ୍କା

ଆପଣ ମାନେ ବଲିଉଡର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ବିଶେଷ କରି ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ପାଇଁ କେବଳ ଚର୍ଚ୍ଚାରେ ରୁହନ୍ତି ନାହି ବରଂ ଅଭିନୟ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । କିଛି ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ଅପରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରେଗନେଣ୍ଟ ହେବା କଥାକୁ ନେଇ କଣ ପ୍ରତିକ୍ରିୟା ଦେଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ନିଜର ଅଭିନୟରେ ପର୍ଫୋମ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଙ୍କୁ କିଏ ନ ଜାଣିଛନ୍ତି । ସେ ବଲିଉଡ ରେ ଅନେକ ହିଟ ଫିଲ୍ମରେ ଜବରଦସ୍ତ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ଆଗକୁ ସେ ହଲିଉଡରେ ଅନେକ ବଡ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ଏହା ସହ ସେ ତାଙ୍କ ମ୍ୟାରେଡ ଲାଇଫରେ ମଧ୍ୟ ବହୁତ ଖୁସିରେ ଅଛନ୍ତି । ଏକ ଇଣ୍ଟରବିୟୁରେ ପ୍ରିୟଙ୍କା କହିଥିଲେ ଯେ ତାଙ୍କ ଫିଲ୍ମ କଣ୍ଟ୍ରାକ୍ଟ କରିବା ସମୟରେ ସର୍ତ୍ତ ରଖା ଯାଇଥିଲା ଯେ ସେ ପ୍ରେଗନେଣ୍ଟ ହେଇ ପାରିବେ ନାହି ।

ଯଦି ପ୍ରିୟଙ୍କା ଏପରି କରିବେ ତେବେ କଣ୍ଟ୍ରାକ୍ଟ ରଦ୍ଦ ହୋଇଯିବ ବୋଲି ଲେଖା ଯାଇଥିଲା । ଏହି ଘଟଣା ସେହି ସମୟର ଯେତେବେଳେ ପ୍ରିୟଙ୍କା ମ୍ୟାରେଜ କରି ନ ଥିଲେ । ପ୍ରିୟଙ୍କା କହିଥିଲେ ଗୋଟେ ବଡ କମ୍ପାନୀ ପ୍ରଡକସନ ତାଙ୍କୁ ଆପରୋଚ କରିଥିଲା ଯାହା ଦ୍ଵାରା ସେ କଣ୍ଟ୍ରାକ୍ଟ ସାଇନ କରିବାକୁ ଯାଇଥିଲେ । କିନ୍ତୁ ଯେବେ କଣ୍ଟ୍ରାକ୍ଟରେ ଏହି ଭଳି ସର୍ତ୍ତ ଲେଖା ଯାଇଥିଲା ତାହା ଦେଖି ପ୍ରିୟଙ୍କା ବହୁତ ରାଗି ଯାଇଥିଲେ । ଉତ୍ତରରେ ପ୍ରିୟଙ୍କା କହିଥିଲେ ତାଙ୍କର ପ୍ରେଗନେଣ୍ଟ ହେବାରେ ତାଙ୍କର ଅଧିକାର ରହିଛି ।

କୌଣସି କମ୍ପାନୀ ବା ଡାଇରେକ୍ଟର ଉପରେ ଏଥିରେ ଅଧିକାର ନାହି । ପ୍ରିୟାଙ୍କା କହିଥିଲେ ଯଦି ସେ ପ୍ରେଗନେଣ୍ଟ ହୋଇ କାମ କରିବେ ତେବେ ସେଥିରେ କଣ ଅସୁବିଧା ଅଛି । ଯଦି ସେ ପ୍ରେଗନେନ୍ଟ ହେବା ପରେ କାମ ନ କରିବେ ତେବେ ସେହି କଣ୍ଟ୍ରାକ୍ଟ ରଦ୍ଦ କରାଯିବା ଠିକ ହେବ । ଏହି ଭଳି ସର୍ତ୍ତ ପାଇଁ ପ୍ରିୟଙ୍କା କଣ୍ଟ୍ରାକ୍ଟ ସାଇନ କରିବା ଠିକ ମନେ କରନ୍ତି ନାହି । ଏହା ସହ ପ୍ରିୟଙ୍କା କହିଥିଲେ କଣ୍ଟ୍ରାକ୍ଟ ରେ ଲେଖା ହୁଏ ନାହି ଯେ ଆପଣ ରୋଗରେ ପଡିବେ ନାହି କି ଆପଣଙ୍କର ଓଜନ ବଢିବ ନାହି ।

ଏହି କଥା କୁ ନେଇ ତାଙ୍କର ଡାଇରେକ୍ଟର ସହ ଅନେକ କଳହ ଲାଗିଥିଲା । ଏହି ପରି ଭାବେ ପ୍ରିୟଙ୍କା ପ୍ରେଗନେଣ୍ଟ ହେବାର ସର୍ତ୍ତ ଦେଖିବା ପରେ ପ୍ରତିକ୍ରିୟା ଦେଇଥିଲେ । ସୂଚନା ଅନୁସାରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ଏହାର ଶିକାର ହୋଇ ସାରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *