ବର୍ଷକୁ ମାତ୍ର ଗୋଟିଏ ଦିନ ଖୋଲା ହୁଏ ଏହି ମନ୍ଦିର, ଯେଉଁଠି ରାକ୍ଷୀ ବାନ୍ଧନ୍ତି ଭଗବାନ…. ଏହି ମନ୍ଦିରର ଚମତ୍କାରିତା ବିଷୟରେ ଜାଣି ବିଶ୍ବାସ ହେବନି

ଭାରତରେ ଏମିତି ବହୁତ ସ୍ଥାନ ଅଛି ଯାହାକି ଆଜି ପର୍ଯ୍ୟନ୍ତ ରହସ୍ୟ ଘରେ ମଧ୍ୟରେ ଲୁଚି ଅଛି । ଯାହାର କିଛି ରହସ୍ୟ ଉଜାଗାର ହୋଇସାରିଛି ତ ଅନ୍ୟ ପଟେ ଅନ୍ୟ କିଛି ରହସ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ୧୨ ହଜାର ଫୁଟ ଉଚ୍ଚରେ ଥିବା ବିଷ୍ଣୁଙ୍କ ଏହି ମନ୍ଦିରକୁ କେବଳ ରାକ୍ଷୀ ପୁର୍ଣିମା ଦିନ ହିଁ ଖୋଲାଯାଏ ଓ ଏହି ଦିନରେ ହିଁ ବହୁତ ଝିଅମାନେ ବିଷ୍ଣୁଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଏହି ମନ୍ଦିରକୁ ଆସନ୍ତି । ଚାଳନ୍ତୁ ଜାଣିବା ଏହା ପଛର ଅସଲ କାରଣ କଣ ।

ଦେବଭୂମି ଉତ୍ତରଖଣ୍ଡର ଚମରୀ ଜିଲ୍ଲାର ଉଦମଘାଟିର ବଂଶୀ ନାରାୟଣ ମନ୍ଦିରର କବାଟ କେବଳ ରାକ୍ଷୀ ପୁର୍ଣିମା ଦିନ ହିଁ ଖୋଲା ଯାଇଥାଏ । ଆଖପାଖ ଗାଁ ର ସମସ୍ତ ମହିଳାମାନେ ସେହି ଦିନ ୧୨ ହଜାର ଫୁଟ ଉଚ୍ଚକୁ ଆସି ଭଗବାନ ନାରାୟଣଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ।

କହିବାକୁ ଗଲେ ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି । ଷଷ୍ଠ ଶତାବ୍ଦୀରେ ରାଜା ଯଶଧର ବଂଶୀ ନାରାୟଣ ମନ୍ଦିରକୁ ନିର୍ମାଣ କରିଥିଲେ । ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହିତ ଅତି ହର୍ଷ ଉଲ୍ଲାସରେ ରାକ୍ଷୀ ପୁର୍ଣିମା ପାଳନ କରାଯାଏ । ଏହି ମନ୍ଦିରରେ ସେହି ଦିନ ଭଗବାନଙ୍କ ପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଏ । ଯାହାକୁ ହଜାର ହଜାର ଭକ୍ତ ଗ୍ରହଣ କରନ୍ତି ।

ବଂଶୀ ନାରାୟଣଙ୍କ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଚତୁର୍ଭୁଜ ମୂର୍ତ୍ତି ଅଛି । ମନ୍ଦିରର ପୂଜାରୀ ରଘୁବୀର ସିଂହଙ୍କ ଅନୁସାରେ ମାନ୍ୟତା ଅଛି କି ଦେବତାମାନଙ୍କ ଆଗ୍ରହରେ ଭଗବାନ ବିଷ୍ଣୁ ବାମନ ଅବତାର ନେଇ ରାଜା ବଳିଙ୍କର ଗର୍ବକୁ ଭାଙ୍ଗୀ ଦେଇଥିଲେ । ଏହା ପରେ ରାଜା ବଳି ପାତାଳକୁ ଯାଇ ଭଗବାନ ବିଷ୍ଣୁଙ୍କୁ ଆରାଧନା କରି କଠୋର ତପସ୍ୟା କରିଲେ ।

ଭଗବାନ ବିଷ୍ଣୁ ରାଜା ବଳିଙ୍କ ଉପରେ ପ୍ରସନ୍ନ ହୋଇ ରାଜା ବଳିଙ୍କ ସମ୍ମୁଖରେ ରହିବା ପାଇଁ କଥା ଦେଲେ । ଏହା ପରେ ଭଗବାନ ବିଷ୍ଣୁ ରାଜା ବଳିଙ୍କ ଦ୍ଵାରାପାଳ ହୋଇ ଯାଆନ୍ତି । ନିଜ ସ୍ଵାମୀଙ୍କ ରକ୍ଷା ନିମନ୍ତେ ମାତା ଲକ୍ଷ୍ମୀ ପାତାଳକୁ ଯାଇ ରାଜା ବଳିଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧିଲେ । ରାଜା ବଳି ମାତା ଲକ୍ଷ୍ମୀଙ୍କୁ ଉପହାର ସ୍ୱରୂପ ଭଗବାନ ବିଷ୍ଣୁଙ୍କୁ ଦ୍ଵାରପାଳରୁ ମୁକ୍ତି ଦେବା ପାଇଁ କହିଲେ ।

ବଳି ଭଗବାନ ବିଷ୍ଣୁଙ୍କୁ ଦ୍ଵାରାପାଳରୁ ମୁକ୍ତି କରନ୍ତି । ଏହା ବି କୁହାଯାଏ କି ଭଗବାନ ବିଷ୍ଣୁ ଏହି ସ୍ଥାନରୁ ହିଁ ପାତଳରୁ ଆସିଥିଲେ । ଆପଣ ବି ରାକ୍ଷୀ ପୁର୍ଣିମା ଦିନ ଏହି ମନ୍ଦିରକୁ ଯାଇ ଭଗବାନ ବିଷ୍ଣୁଙ୍କ ଦର୍ଶନ ସହ ତାଙ୍କୁ ରାକ୍ଷୀ ବାନ୍ଧି ପାରିବେ ।

Leave a Reply

Your email address will not be published. Required fields are marked *