ଡାଇବେଟିସ ଦୂର କରିବା ପାଇଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ? ଦେଖନ୍ତୁ ନିଜଠୁ କେମିତି ଦୂରେଇ ରଖିବେ Diabetes

ବର୍ତ୍ତମାନର ଦୈନଦିନ ଜୀବନ ଶୈଳୀ ଭିତରେ ଅନେକ ପରିବର୍ତ୍ତନ ଦେଖା ଯାଉଛି । ଆଜିକାଲି ଡାଇବେଟିସ ଏମିତି ଏକ ସମସ୍ଯା ସୃଷ୍ଟି କରିଛି ଯାହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଡାଇବେଟିସ ଯୋଗୁ ଅନେକ ରୋଗର ଉତ୍ପନ ହେଉଛି । ଯାହାକୁ ନେଇ କିଛି ଲୋକ ମାନେ ଚିନ୍ତାରେ ରହୁଛନ୍ତି । ତେବେ ପ୍ରଶ୍ନ ଉଠୁଛି କୁ କେଉଁ କାରଣରୁ ଡାଇବେଟିସ ହେଉଛି ଓ ଯଦି ହେଉଛି କଣ ଏହାକୁ ଏଡାଇ ହେବ ନାହି । ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁଯାୟୀ ଡାଇବେଟିସକୁ ଜଣେ ବ୍ୟକ୍ତି ଚାହିଁଲେ ଏଡାଇ ଦେଇ ପାରିବେ ।

ସେଥିପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ନିୟମିତ ଜୀବନ ଶୈଳୀର ପରିବର୍ତ୍ତନ ଆବାସିକ । ଆଜି ଆମେ ଆପଣ ମାନଙ୍କୁ କେମିତି ଡାଇବେଟିସ ରୋକୀ ହେବ ସେହି ବିଷୟରେ କହିବାକୁ ଯାଉଛୁ । ଜଣେ ବ୍ୟକ୍ତିଙ୍କ ରକ୍ତରେ ସୁଗାର ଲେବଲ ଖାଲି ପେଟରେ ୧୨୬ ମିଲିଗ୍ରାମ ପର ଡେସିଲିଟର ରହିଲେ ତାହା ଡାଇବେଟିସର ଲକ୍ଷଣ ହୋଇଥାଏ । ସେହିପରି ଖାଇବାର ଦୁଇ ଘଣ୍ଟା ପରେ ସୁଗାର ପରିମାଣ ୨୦୦ ମିଲିଗ୍ରାମ ପର ଡେସିଲିଟରରୁ ଅଧିକ ରହିଲେ ତାହା ଡାଇବେଟିସ ହୋଇଥାଏ ।

ଯେଉଁ ବ୍ଯକ୍ତିର ରକ୍ତରେ ଶର୍କରାର ପରିମାଣ ୪୦ରୁ ୧୯୯ ମିଲିଗ୍ରାମ ପର ଡେସିଲିଟର ରହିଥାଏ ତାହାକୁ ପ୍ରି-ଡାଇବେଟିସ କୁହାଯାଏ । ଏହାର ଅର୍ଥ ହେଉଛି ସେହି ବ୍ୟକ୍ତିକୁ ଭବିଷ୍ୟତରେ ଡାଇବେଟିସ ହୋଇପାରେ । ଏହି ଅବସ୍ଥାରେ ବ୍ୟକ୍ତି ନିଜ ଖାଦ୍ୟପେୟ ନିୟନ୍ତ୍ରଣ କରିଲେ କେବେ ବି ଡାଇବେଟିସର ଶିକାର ହେବ ନାହି ଡାକ୍ତର ଓ ବିଶେଷଜ୍ଞ ମାନେ କହିଛନ୍ତି । ସାଧାରଣତ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଡାଇବେଟିସ ହେବାର ସମ୍ଭାବନା ଅଧିକ ରହିଥାଏ ।

ସେହିପରି ଯେଉଁ ମାନଙ୍କ ଠାରେ ମେଡ ବହୁଳତା ରହିଛି ବା ନିୟମିତ ଯୋଗ କରୁ ନାହାନ୍ତି ସେମାନଙ୍କ ଠାରେ ଡାଇବେଟିସ ହେବାର ଅଧିକ ଚାନସ ରହିଥାଏ । ଏହା ସହ ପରିବାରରେ କାହାକୁ ଡାଇବେଟିସ ଥିଲେ ବା ଉଚ ରକ୍ତଚାପ ରହିଲେ ଡାଇବେଟିସ ହୋଇଥାଏ । ନିୟମିତ ଜୀବନ ଶୈଳୀ ଓ ଖାଦ୍ଯ ପ୍ରତି ସଚେତନତା ଦ୍ଵାରା ଡାଇବେଟିସରୁ ମୁକ୍ତି ମିଳି ପାରିବ । ଏଥିପାଇଁ ତେଲ ମସଲା ଖାଦ୍ଯ ବା ଚର୍ବି ଥିବା ଖାଦ୍ଯ ବର୍ଜନ କରନ୍ତୁ । ଫାଷ୍ଟଫୁଡ, ମିଠା, ଥଣ୍ଡା, ଘିଅ, ମାଂସ, ବତର, ଚିନି ଆଡିକୁ ସଂପୂର୍ଣ୍ଣ ଭାବେ ବର୍ଜନ କରିବା ଉଚିତ । ଅଧିକ ପରିମାଣରେ ସବୁଜ ପନିପରିବା ଓ ଫଳର ସେବନ କରିବା ଉଚିତ ।

ଡାଇବେଟିସରୁ ଦୂରେଇ ରହିବା ପାଇଁ ପ୍ରତିଦିନ ୩୦ମିନିଟ ବ୍ୟାୟାମ ବା ଯୋଗ କରନ୍ତୁ । ଯଦି ଆପଣଙ୍କର ଓଜନ ଅଧିକ ରହିଛି ତେବେ ଏହାକୁ ଯଥା ସମ୍ଭବ କମ କରିବାକୁ ଚେଷ୍ଟା କରନ୍ତୁ । ଧୂ-ମ-ପା-ନ ଓ ମ-ଦ୍ୟ-ପା-ନଙ୍କୁ ସଂପୂର୍ଣ୍ଣ ଭାବେ ବନ୍ଦ କରନ୍ତୁ । ଏହି ସବୁ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ଜଣେ ବ୍ୟକ୍ତି ନିଜକୁ ଡାଇବେଟିସ ଠାରୁ ଦୂରେଇ ରଖି ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *