2000ଟଙ୍କା ପାଇଁ ପିଲାଟିର କାଟିଦେଲା ବେକ- ମା କୋଳରେ ପହଞ୍ଚି ନେଲା ଶେଷ ନିଃଶ୍ୱାସ

ବାକି ପଇସା ନମିଳିବାରୁ ଏକ ଭୟଙ୍କର କାରିଗର ନିଜ ମାଲିକଙ୍କ 4 ବର୍ଷର ପୁଅକୁ ହତ୍ୟା କରିଥିଲେ । ପିଲାଟି ମରିବା ଆଗରୁ ନିଜ ମା ପାଖରେ ଆସି ପହଞ୍ଚିଥିଲା । ମା କୋଳରେ ହିଁ ଶେଷ ନିଃଶ୍ୱାସ ନେଇଥିଲେ । ଏହି ଘଟଣାଟି ସୋମବାର ସନ୍ଧ୍ୟା ହାୱଡାର ଡୋମଜୁର ଥାନା ଅନ୍ତର୍ଗତ ବାଙ୍କଡା ବଜାର ପାଖରେ ଘଟିଥିଲା । ମୃତ ପିଲାଟିର ନା ମୋହମଦ ଇମରାନ । ଏହି ଘଟଣାଟି ସାରା ମାହୋଲ ରେ ଚିନ୍ତାର ବିଷୟ ପାଲଟିଥିଲା ।

ଆରୋପି ମୋହମଦ ସଲିମ ଏମିତି କରିବା ପରେ ସେଠାରୁ ଫେରାର ଅଛନ୍ତି, ପୋଲିସ ଏବେ ତଲାସ କରୁଛନ୍ତି ।

ବାଙ୍କଡା ବଜାର ସ୍ଥିତ ଏକ ଆପାର୍ଟମେଣ୍ଟର 5ମ ମହଲରେ ମୋହମଦଙ୍କ ଚୁଡି କାରବାର । ଏଇ ଆପାର୍ଟମେଣ୍ଟ ରେ ମାଲିକଙ୍କର ଫ୍ଲାଟବି ରହିଛି । ସେ ସେଠି କାରିଗରୀ ପରି କାମ କରୁଥିଲେ ।ସୂଚନା ଅନୁଯାୟୀ, ଆରୋପୀଙ୍କ 6000 ଟଙ୍କା ବାକିଥିଲା । ସୋମବାର ସନ୍ଧ୍ୟାରେ ମାଲିକଙ୍କ ପାଖକୁ ଯାଇ ପଇସା ମାଗିବାରୁ ସେ 4000 ଟଙ୍କା ଦେଇ ଆଉ 2000 ପରେ ଦେବେ ବୋଲି କହିଥିଲେ ।

ଏହା ଶୁଣି ସେ ରାଗି ଉଠି ଧମକ ଦେଇ 4000 ଟଙ୍କା ନେଇ ସେଠାରୁ ଚାଲିଯାଇଥିଲେ । ତାପରେ ସଲିମ ମାଲିକଙ୍କ ଘରେ ପହଞ୍ଚି ତାଙ୍କ 4 ବର୍ଷର ପୁଅ ବେକ କାଟି ଦେଇଥିଲେ । ଏହି ଅବସ୍ଥାରେ ଇମରାନ ଦୋୖଡିକି ଘରେ ପହଞ୍ଚି, ମା କୋଳରେ ଶୋଇପଡ଼ିଲା ଓ ତାର ମୃତ୍ୟୁ ହୋଇଗଲା । ବର୍ତ୍ତମାନ ପୋଲିସ୍ ଏହାର ଯାଞ୍ଚ କରୁଛନ୍ତି ।

Leave a Reply

Your email address will not be published. Required fields are marked *