ଅକ୍ଷୟ କୁମାର ପୁଣି ଦେଖେଇଥିଲେ ଉଦାରତା, ଟ୍ରାଂସଜେଣ୍ଡର୍ସଙ୍କ ଘର ବନେଇବା ପାଇଁ 1.5 କୋଟି ଟଙ୍କା କରିଲେ ଡୋନେଟ

ଅକ୍ଷୟ କୁମାର ଓ ଲକ୍ଷ୍ମୀ ବମ୍ବର ନିର୍ଦେଶକ ରାଘବ ଲୱାରେନ୍ସ ଚେନ୍ନାଇରେ ଟ୍ରାଂସଜେଣ୍ଡର୍ସଙ୍କ ପାଇଁ ଏକ ଘର କରିବାର ନିଷ୍ପତ୍ତି ନେଇଛନ୍ତି । ସେଲିବ୍ରେଟି ଫଟୋ ଗ୍ରାଫର ବିରଳ ଭୟାନି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ଅକ୍ଷୟ କୁମାର ଚେନ୍ନାଇରେ ଟ୍ରାଂସଜେଣ୍ଡର୍ସଙ୍କ ପାଇଁ ପ୍ରଥମ ଥର ହେଉଥିବା ଘର ପାଇଁ 1.5 କୋଟି ଟଙ୍କା ଦାନ ଦେଇଛନ୍ତି । ସେ ଏହା ବି ଲେଖିଛନ୍ତି କି ଲକ୍ଷ୍ମୀ ବମ୍ବ ଫିଲ୍ମର ଅଭିନେତା ଅକ୍ଷୟ କୁମାର ଓ ନିର୍ଦେଶକ ରାଘବ ଲୱାରେନ୍ସ ପ୍ରଥମ ଥର ଚେନ୍ନାଇରେ ଟ୍ରାଂସଜେଣ୍ଡର୍ସଙ୍କ ପାଇଁ ଘର ତିଆରି କରୁଛନ୍ତି ।

ରାଘବ ଲୱାରେନ୍ସ ସୋସିଆଲ ମିଡ଼ିଆ ମାଧ୍ୟମରେ ଟ୍ରାଂସଜେଣ୍ଡରଙ୍କ ଉତ୍ଥାନ ପାଇଁ ସେମାନଙ୍କୁ ଆଶ୍ରୟ ଦେବାର ସୂଚନା ବିଷୟରେ ଜଣେଇଛନ୍ତି ।

ଭୟାନି ଲେଖିଛନ୍ତି କି ଅକ୍ଷୟଙ୍କୁ ମଧ୍ୟ ଅଭିନନ୍ଦନ କାରଣ ସେ ଏମିତି ଏକ ଭଲ କାମରେ 1.5 କୋଟି ଟଙ୍କା ଦାନ ଦେଇଛନ୍ତି । ଅତିଶିଘ୍ର ଅକ୍ଷୟ କୁମାର ,ରାଘବ ଲୱାରେନ୍ସ ଙ୍କ ସହ ଲକ୍ଷ୍ମୀ ବମ୍ବ ଫିଲ୍ମ ମାଧ୍ୟମରେ ନଜର ଆସିବେ । ଆଜି ଅକ୍ଷୟଙ୍କ ସୂର୍ଯ୍ୟବଂଶୀ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି ।

ଫିଲ୍ମକୁ ନେଇ ଫ୍ୟାନଙ୍କ ମନରେ ବହୁତ ଉତ୍ସାହ ଭରିରହିଛି । ଏହାର ନିର୍ଦ୍ଦେଶକ ରୋହିତ ସେଠି ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହି ଫିଲ୍ମଟି 24 ମାର୍ଚ୍ଚ ରେ ରିଲିଜ ହେବ ।

Leave a Reply

Your email address will not be published. Required fields are marked *