ଏହି ମୁସ୍ଲିମ ଝିଅର ବିବାହ କାର୍ଡ ଥରେ ଜୂମ କରି ଦେଖିଲେ ବିଶ୍ଵାସ ହେବନି ଆପଣଙ୍କର

ଦେଶ ରେ ଗୋଟେ ଆଡେ ଲୋକ ଭାଇଚାରା ଦେଖାଉଛନ୍ତି ଓ ସମସ୍ତେ ମିଳି ମିଶି ରହିବା ପାଇଁ ତାଙ୍କ ଅନୁଯାଇ ପରିଶ୍ରମ କରୁଛନ୍ତି ତେବେ ଗୋଟେ ଆଡେ କିଛି ଲୋକଙ୍କ ପାଇଁ ସବୁ ସମ୍ପର୍କ ଧର୍ମ ଅନୁଯାଇ ରହିଛି, କେତେକ ଲୋକ ଅନ୍ୟ ଲୋକଙ୍କୁ ଏକା ସହ ରହିବା ଓ ମିଶିବା ପାଇଁ ପ୍ରେରଣା ଦଉଛନ୍ତି । ଦିଲ୍ଲୀ ରେ ମଧ୍ୟ ଧର୍ମ ନା ରେ ଝଗଡା ଚାଲିଛି, ଅଲଗା ଶହର ମାନଙ୍କ ରେ ମଧ୍ୟ ଲୋକ ଧର୍ମ ନା ରେ ଝଗଡା କରୁଛନ୍ତି ।

ଏମିତି ସମୟ ରେ ହସ୍ତିନାପୁର ବିଧାନସଭା କ୍ଷେତ୍ର ଶେଦପୁର ଫିରୋଜପୁର ଗାଁ ର ନିବାଶି ମହମ୍ମଦ ସରାଫତଙ୍କ ଝିଅ ବିବାହ କାର୍ଡ ଚର୍ଚା ବିଷୟ ହୋଇଛି । ହିନ୍ଦୁ ସମାଜ କିଛି ଲୋକ ଯାହାକୁ ଏହି କାର୍ଡ ନିମନ୍ତ୍ରଣ ପାଇଁ ଦିଆ ହୋଇଛି ସେ ଏହି କାର୍ଡ ସୋଶିଅଲ ମିଡିଆ ରେ ଭାଇରାଲ କରିଛନ୍ତି, ଏବଂ ଏହି କାର୍ଡ ଦ୍ଵାରା କିଛି ଶିଖିବା ପାଇଁ ଅନୁରୋଧ କରିଛନ୍ତି ।

ମହମ୍ମଦ ଶରାଫତଙ୍କ ଝିଅ ଆସମା ଖାତୁନ ବିବାହ ଚାର ମାର୍ଚ ରେ ଅଛି, ମହମ୍ମଦ ଶରାଫତ ନିଜ ହିନ୍ଦୁ ସାଙ୍ଗମାନଙ୍କୁ ଯେଉଁ କାର୍ଡ ନିମନ୍ତ୍ରଣ ପାଇଁ ଦେଇଛନ୍ତି ତାହା ବିଶେଷ ଅଟେ । ଏହି କାର୍ଡ ଗୋଟେ ଆଡେ ଗଣେଶ ଠାକୁର ଅଛନ୍ତି ତେବେ ଅନ୍ୟ ଆଡେ ଚାନ୍ଦ ହୋଇଛି ଯାହା ମୁସ୍ଲିମମାନଙ୍କ ଶୁଭ ଓ ଆଲ୍ହାଙ୍କ ଚିହ୍ନ ଅଟେ । ଏହି କାର୍ଡ ରେ ରାଧା କୃଷ୍ଣ ମଧ୍ୟ ଦେଖା ଯାଉଛନ୍ତି, ନିଜ ମୁସ୍ଲିମ ସମାଜ ଓ ସମ୍ବନ୍ଧିମାନଙ୍କ ପାଇଁ ଅନ୍ୟ କାର୍ଡ ତିଆରି କରେଇଛନ୍ତି, ତାଙ୍କ ଏହି ଭାଇଚାର ଆରମ୍ଭ ପାଇଁ ପୂର୍ବ ମନ୍ତ୍ରୀ ମୁକେଶ ସିଦ୍ଧାର୍ଥ ମଧ୍ୟ ଭଲ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *