ଏହି ୩ ଜଣ ଲୋକ ଅତିଥି ରୂପରେ ହୋଇଥାନ୍ତି ସଇତାନ, ବ୍ୟକ୍ତିକୁ ଏମାନଙ୍କ ଠାରୁ ବଞ୍ଚିକି ରହିବା ଉଚିତ

ପୁରାଣ ରେ କେମିତିକା ଲୋକ ସହ ସାଙ୍ଗ ହବା ଓ କେମିତିକା ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ ବୋଲି କୁହା ଯାଇଛି ତେବେ ବଡ ଲୋକ ମଧ୍ୟ କୁହନ୍ତି ଯେ ଏହି ଭଳି ସାଙ୍ଗ କେବେ କରିବା ନାହିଁ ଯାହା ଦ୍ଵାରା ତମକୁ ପରେ କାଣ୍ଡିବାକୁ ପଡେ । ଆଜିକା ସମୟରେ ଲୋକ ସାଙ୍ଗ ହୋଇ ଲାଭ ନଉଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି ୩ ପ୍ରକାର ଅତିଥି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଭଲ ନୁହନ୍ତି ଓ ଏହି ଭଳି ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ ।

୧. ଯେଉଁ ଲୋକ ସବୁ ବେଳେ ଖରାପ କାମ କରିଥାଏ ଓ ନିଜ ବଳ ଦ୍ଵାରା ଅନ୍ୟ ଜିନିଷ ଉପରେ ଅଧିକାର କରିଥାଏ ତେବେ ଏହି ଭଳି ଲୋକକୁ କେବେ ବି ଘରେ ଅତିଥି କରି ଆଣିବା ଉଚିତ ନୁହ । ଏମିତି ଲୋକ ଘର ଲୋକଙ୍କ ଉପରେ ବଳ ଦେଖେଇ ଘର ଲୋକଙ୍କୁ ଲୁଟିଆ ଥାଏ ଓ ନିଜ ସ୍ଵାର୍ଥ ପାଇଁ ଅନ୍ୟ ଲୋକଙ୍କୁ ହାନି ମଧ୍ୟ କରିଥାଏ ।

୨. ଯେଉଁ ଲୋକ ଅନ୍ୟ ଲୋକଙ୍କୁ ଦୁଃଖୀ କରିଥାନ୍ତି ବା ଯେଉଁ ଲୋକ ଅନ୍ୟ ଲୋକଙ୍କୁ ଦୁଃଖୀ ଦେଖି ଆନନ୍ଦିତ ହୋଇଥାନ୍ତି ସେହି ଭଳି ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ । ଏହି ଭଳି ଲୋକ ପରିବାର ଲୋକଙ୍କୁ ଖୁସି ରେ ରାଖୀ ପାରନ୍ତି ନାହିଁ ।

୩. ଅନ୍ୟ ଲୋକଙ୍କୁ ମୂର୍ଖ ବନେଇ ତାଙ୍କ ଠାରୁ ଧନ ଲୁଟୁ ଥିବା ଲୋକ, ଯେଉଁ ଲୋକ ମିଠା କଥା କୁହନ୍ତି ସେ ସବୁବେଳେ ଅନ୍ୟ ପାଖରେ ନିଜ ଲାଭ ଖୋଜନ୍ତି ସେହି ଭଳି ଲୋକଙ୍କୁ ଅତିଥି ଭଳି ରଖିବା ଉଚିତ ନୁହ । ଏମିତି ଲୋକଙ୍କୁ ଅନ୍ୟ ଲୋକଙ୍କୁ ଖୁସି ଦୁଃଖ କିଛି ଫରକ ପଡି ନଥାଏ ।

Leave a Reply

Your email address will not be published. Required fields are marked *