ଘରର ଏହି ସବୁ ଜାଗାରେ ଭୁଲରେବି କରନ୍ତୁ ନାହିଁ ଭୋଜନ, ନହେଲେ ପୁରା ପରିବାର ହୋଇଯିବ ବର୍ବାଦ

ଆଜି କାଲୀ ବହୁତ ଲୋକ ବାସ୍ତୁ ଶାସ୍ତ୍ରକୁ ମାନୁଛନ୍ତି ବାସ୍ତୁ ଅନୁସାରେ ଘର ତିଆରି କରିଥାଉ ଯଦି ଘର ବାସ୍ତୁ ହିସାବରେ ହେଇନଥାଏ ତାହେଲେ ବାସ୍ତୁ ଦୋଷ ନିବାରଣ ପାଇଁ ବି ବହୁତ ସାରା ଉପାୟ ଅଛି । ପରିବାରରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ବାସ୍ତୁରେ କେତେକ ଉପାୟ ଦିଆଯାଇଛି । ଯେଉଁ ଘରର ବାସ୍ତୁ ବିଗିଡି ଯାଇଥାଏ ସେହି ଘରକୁ କେବେ ବି ସୁଖ ଆସିନଥାଏ । ଯେଉଁ ଘରେ ବାସ୍ତୁ ନିୟମ ପାଳନ କରାଯାଏ ନାହିଁ ସେଠାକୁ ବହୁତ ପ୍ରକାରର ସମସ୍ୟା ଏବଂ ବହୁତ ଚିନ୍ତା ଆସିଥାଏ ।

ମଣିଷ ଦୁଇବେଳା ରୁଟି ଖାଇବା ପାଇଁ ଏବଂ ଜୀବନ ବଞ୍ଚିବା ପାଇଁ ଦିନ ରାତି ପରିଶ୍ରମ କରିଥାଏ । ଗୋଟେ ଥର ବ୍ୟକ୍ତିର ଘରେ ସୁଖ ସୁବିଧାର କମି ଆସିଯାଏ କିନ୍ତୁ ରୋଷେଇ ରେ ଅନ୍ନର କମି ଆସିବା ଉଚିତ ନୁହେଁ ।

ଏହି ପ୍ରକାରରେ ଯଦି ଘରେ ଖାଦ୍ୟ ତିଆରି କରୁଛନ୍ତି ଏବଂ ତାହାକୁ କେଉଁ ଦିଗରେ ରଖି ଖାଉଛନ୍ତି ଏହାର ବି ବଡ ପ୍ରଭାବ ପଡିଥାଏ । ଖାଦ୍ୟ ଖାଇବା ସମନ୍ଧିତ ବି କିଛି ବାସ୍ତୁ ନିୟମ କୁହାଯାଇଛି ଯାହା ଅନୁସରଣ କରିବା ବହୁତ ଆବଶ୍ୟକ ଅଟେ ,ନହେଲେ ପରିଣାମ ବହୁତ ଖରାପ ବାହାରିବ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆମେ ଖାଦ୍ୟ ଖାଇବା ସମୟରେ ତାହାର ପାଳନ କରିବା ଉଚିତ । ଏହି ନିୟମ ଘରର ସବୁ ସଦସ୍ୟ କରିବା ଦରକାର । ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ।

୧ -ଆପଣ ଦେଖିଥିବେ କି କେତେକ ଲୋକ ଘରେ ଖାଇବା ହେବା ପରେ ହିଁ ସେ ରୋଷେଇ ଷ୍ଟାଣ୍ଡ ଉପରେ ପ୍ଳେଟ ରଖି ଭୋଜନ କରିବା ଆରମ୍ଭ କରିଦେଇ ଥାନ୍ତି । ଏହା ଏକ ଏମିତି ଜାଗା ହୋଇଥାଏ ଯେଉଁଠି ପୁରା ଘରର ଖାଇବା ତିଆରି ହୋଇଥାଏ । ଆପଣ ସେଠାରେ ଖାଇବେ ତ ଏହା ଆପଣଙ୍କ ପାଇଁ ବହୁତ ଖରାପ ପ୍ରମାଣିତ ହେବ କାରଣ ଏହି ସ୍ଥାନ ମା ଅନ୍ନପୂର୍ଣାଙ୍କର ବୋଲି କୁହାଯାଇଥାଏ । ଏମିତି କରିବା ଦ୍ଵାରା ଦେବୀ ଆପଣଙ୍କ ଉପରେ ରାଗିଯାନ୍ତି ତାଙ୍କର ଖରାପ ପ୍ରଭାବ ଆପଣ ଏବଂ ଆପଣଙ୍କ ପରିବାର ଉପରେ ପଡିଥାଏ ।

୨ -ଯେତବେଳେ ବି ଆପଣ ରୋଷେଇ ଘରେ ଖାଉଛନ୍ତି ସେତବେଳେ ଆପଙ୍କର ପିଠି ଯେମିତି ଗ୍ୟାସଚୁଲା ଆଡକୁ ନରୁହେ । ଏମିତି ବସି କେବେବି ଖାଆନ୍ତୁ ନାହିଁ । ଏମିତି କଲେ ଦେବୀଙ୍କର ଅପମାନ ହୋଇଥାଏ ଏବଂ ଆପଣଙ୍କ ଉପରେ ବହୁତ ସମସ୍ୟା ଆସିଥାଏ ।

୩ -ଖାଇବା ପୂବାରୁ ମା ଅନ୍ନପୂର୍ଣାଙ୍କର ଧ୍ୟାନ କରି ଖାଇବାକୁ କିଛି ଭାଗ ଭୋଗ ଲଗାନ୍ତୁ ,ଏହାକୁ ଏକ ପ୍ଳେଟ କିମ୍ବା ଗିନାରେ ରଖନ୍ତୁ । ଖାଇ ସାରିବା ତାହାକୁ କେଉଁ ପଶୁକୁ ଦିଅନ୍ତୁ ନହେଲେ ନିଜେ ଖାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *