‘ମୌତ ଭି ମେଡ ଇନ ଚାଇନା’- ଫିଲ୍ମ ମେକର ରାମ ଗୋପାଳ ବର୍ମା କଲେ କୋରୋନା ଭାଇରସ ଉପରେ ଟ୍ଵିଟ

କୋରୋନା ଭାଇରସର ଖବର ଏବେ ବଲିଉଡରେ ବି ନଜର ଆସିବାକୁ ଲାଗିଲାଣି । ଏଥିରୁ ବଞ୍ଚିବା ପାଇଁ କେହି ନିଜର ଶୁଟିଙ୍ଗ କ୍ୟାନସଲ କରି ଦେଇଛନ୍ତି ତ କେହି ବଡ ବଡ ଇଭେଣ୍ଟକୁ ଯିବା ବି ନିଜ ସ୍ଵାସ୍ଥ ପାଇଁ ଠିକ ବୋଲି ଭାବୁ ନାହାଁନ୍ତି । ଏମିତିରେ ଫିଲ୍ମମେକର ରାମ ଗୋପାଳ ବର୍ମା ଶେୟାର କରିଛନ୍ତି ‘ମୌତ ଭି ମେଡ ଇନ ଚାଇନା’ ।

କିଛି ସମୟ ପୂର୍ବରୁ ଚୀନର ଉତ୍ପାଦର ଅଧିକ ବହିସ୍କାର କରାଯାଉ ଥିଲା । ସମସ୍ତେ ସ୍ଵଦେଶ ଆପଣାଇବା ପାଇଁ ଲୋକଙ୍କୁ ପ୍ରେରିତ କରୁଥିଲା । କାହାକୁ ଜଣା ନଥିଲା କି ଚିନରେ ଏମିତି ଭାଇରସ ର ଆରମ୍ଭ ହେବ ,ଯାହାଦ୍ଵାରା ମଣିଷ ମାନଙ୍କର ମୃତ୍ୟୁ ହେଉଛି । ବଲିଉଡ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା ଶେୟାର କରିଛନ୍ତି ‘ମୌତ ଭି ମେଡ ଇ ଚାଇନା’ସେ ଲେଖିଛନ୍ତି -ମୁଁ କେବେ ଭାବିନଥିଲି କି ମୌତ ଭି ମେଡ ଇନ ଚାଇନା ହେବ । ତାଙ୍କର ଏହି ଶେୟାର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

କୋରୋନା ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଫିଲ୍ମ ତାରକା ବି ଯେତେ ସମ୍ଭବ ଚେଷ୍ଟା କରୁଛନ୍ତି । ଫିଲ୍ମ ଅଭିନେତା ପ୍ରଭାସଙ୍କୁ ହାଇଦ୍ରାବାଦ ଏୟାରପୋର୍ଟ ରେ ମାକ୍ସ ଲଗାଇ ଥିବାର ଦେଖା ଯାଇଛି । ଦୀପିକା ପାଦୁକନ ପେରିଶ ଫେସନ ୱିକ ଯିବା ବନ୍ଦ କରିଦେଇଛନ୍ତି । ଅଭିନେତ୍ରୀ ସନୀ ଲିୟୋନ କୋରୋନା ଭାଇରସ କୁ ଦେଖି ଜଣେ ଫ୍ୟାନଙ୍କୁ ସେଫ୍ଲି ନେବା ପାଇଁ ମନା କରିଦେଲେ ।

Leave a Reply

Your email address will not be published. Required fields are marked *