ସମସ୍ତଙ୍କ ମନସ୍କାମନା ହେବାକୁ ଯାଉଛି ପୂର୍ଣ୍ଣ ଏହି ୨୦୨୦ର ହୋଲିରେ, ବନୁଛି ଦୁର୍ଲଭ ସଂଯୋଗ- ଜାଣନ୍ତୁ କଣ କରିବେ ଉପାୟ

ଏହି ବର୍ଷ ୨୦୨୦ ରେ ହୋଲି ପର୍ବ ୧୦ ମାର୍ଚ୍ଚ ରେ ପାଳନ କରାଯିବ, ଯଦି କାହା ସ୍ଵପ୍ନ ପୂର୍ଣ ହେଉ ନାହିଁ ତେବେ ହୋଲିର ରାତିରେ ଏହି ଉପାୟ କରନ୍ତୁ । ଜ୍ୟୋତିଷ ଆଚାର୍ଯ୍ୟ ଅନୁସାରେ ଏହି ବର୍ଷ ହୋଲି ରେ ବହୁତ ଦୁର୍ଲଭ ସଂଯୋଗ ଆସିଛି, ଯଦି ଆପଣ ନିଜ କୌଣସି ମନୋକାମନା ପୂର୍ଣ କରିବା ପାଇଁ ଚାହାନ୍ତି ତେବେ ୨୦୨୦ ହୋଲିରେ ସଂଯୋଗ ବହୁତ ଭଲ ଅଟେ ।

ହୋଲି ଭାରତ ବର୍ଷର ଏମିତି ଗୋଟେ ଉତ୍ସବ ଯାହା ସବୁ ଧର୍ମ ଓ ଜାତି ଏକାଠି ହୋଇ ମନାନ୍ତି, ଏହା ଏକ ଖୁସିର ପର୍ବ ଅଟେ ।

ତେବେ ଆସନ୍ତୁ ଜାଣିବା ଏହି ହୋଲିରେ କଣ କରିବା ଉଚିତ ଅଟେ :

୧. ବ୍ୟବସାୟ ଓ ଚାକିରି ରେ ଉନ୍ନତି ପାଇଁ ୨୧ ଗୋମତି ଚକ୍ର ହୋଲିକା ଦହନ ରାତିରେ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଓ ସକାଳେ ଉଠି ସେହାକୁ ନିଜ ଟଙ୍କା ବାକ୍ସ ବା ଟଙ୍କା ରଖିବା ଜାଗାରେ ରଖି ଦିଅନ୍ତୁ, କିଛି ଦିନ ଭିତରେ ଆର୍ଥିକ ସମ୍ବନ୍ଧିତ ସମସ୍ୟା ସମାପ୍ତ ହୋଇ ଯିବ ।

୨. ହୋଲି ରାତିରେ ସୋରିଷ ତେଲ ଚଉମୁଖି ଦୀପ ଘର ମୁଖ୍ୟ ଦ୍ଵାର ରେ ଜଳାନ୍ତୁ ଓ ଘର ସୁଖ ସମୃଦ୍ଧି ପାଇଁ କାମନା କରନ୍ତୁ ।

୩. ଜଳନ୍ତା ହୋଲିକା ରେ ଗାଈ ଘିଅ ରେ ବୁଡେଇ ଦୁଇଟି ଲବଙ୍ଗ, ଗୋଟେ ମିଠା ଓ ଗୋଟେ ପାନ ପତ୍ର ପକେଇ ହୋଲିକା ର ୧୧ଟି ପରିକ୍ରମା କରି ଘର ପରିବାର ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ ।

୪. ଗୋଟେ କଳା କପଡା ରେ କଳା ତିଲ, ୭ଟି ଲବଙ୍ଗ, ୩ ସୁପାରି, ୫୦ ଗ୍ରାମ ସୋରିଷ ନିଅନ୍ତୁ ପୋଟଳି ବନେଇ କୌଣସି ଜାଗାରେ ଯାଇ ନିଜ ଉପରୁ ୭ ଥର ବୁଲେଇ ଆଣନ୍ତୁ ଓ ହୋଲିକା ରେ ପକେଇ ଦିଅନ୍ତୁ ଏହା ଆପଣଙ୍କ ଗରିବ ଆର୍ଥିକ ସମସ୍ଯା ସମାପ୍ତ କରିବ ।

୫. ଯଦି କାହାକୁ ଚାକିରି ମିଳୁ ନାହିଁ ବା ବେରୋଜଗାର ଅଛନ୍ତି ତେବେ ହୋଲି ରାତିରେ ୧୨ଟା ରେ ଗୋଟେ ଲେମ୍ବୁ ନେଇ ଛକ ଉପରେ ଯାନ୍ତୁ ଓ ଲେମ୍ବୁ ଚାରୋଟି ଫାଳ ଛାଡ଼ ଦିଶା ରେ ପକେଇ ଦିଅନ୍ତୁ ଫେରି ଆସନ୍ତୁ କିନ୍ତୁ ବୁଲି ପଛକୁ ଅନନାନ୍ତୁ ନାହିଁ । କିଛି ଦିନ ପରେ ଆପଣଙ୍କ ସମସ୍ୟା ଦୂର ହୋଇ ଜୀବ ଚିନ୍ତା କରନ୍ତୁ ନାହିଁ ଓ ନିଜ କାର୍ଯ୍ୟ ସଫା ମନରେ କରନ୍ତୁ ଓ ପ୍ରୟାସ କରିବା ଛାଡନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *