ଦିଲ୍ଲୀ ଏୟାରପୋର୍ଟ ରେ ଝିଅଟି ଉଡାଇଲା ସୁରକ୍ଷାବଳଙ୍କ ହୋସ, ତଲାସି କରିବାରୁ ମିଳିଲା କିଛି ଏମିତି କି …

ଦେଶ ରେ ଆସନ୍ତା ଦିନକୁ ଦିନ କିଛି ନା କିଛି ଘଟଣା ଘଟି ଚାଲିଛି, ଅପରାଧ କରିବା ଲୋକ ନୂଆ ନୂଆ ଉପାୟ ଖୋଜୁଛନ୍ତି ଏବଂ ନୂଆ ଉପାୟ ମଧ୍ୟ ବାହାର କରୁଛନ୍ତି । ଅପରାଧ ବଢେଇବା ପାଇଁ ହତ୍ୟାର ତସକରି କରିବା ଇତ୍ୟାଦି ଭଳି ଘଟଣାଙ୍କୁ ଅଞ୍ଜାମ ଦିଆ ଯାଉଛି ଆଜିକାଲି ଏହି ସବୁ କାର୍ଯ୍ୟ ପାଇଁ ଝିଅଙ୍କ ପ୍ରୟୋଗ ଆରମ୍ଭ ହୋଇ ଗଲାଣି । ଏମିତି କିଛି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଏୟରପୋର୍ଟ ରେ ଗୋଟେ ଝିଅର ତଲାସିରୁ ଜଣା ପଡିଛି ।

ଯିଏ ସେହି ଦିଲ୍ଲୀ ନିବାସୀ ବୋଲି ଜଣା ପଡିଛି , ତଲାସି ସମୟରେ ଝିଅ ପାଖରେ ଅବୈଧ ହତିଆର ବରାମଦ ହୋଇଛି ।

ଖବର ଅନୁଯାଇ ଏୟରପୋର୍ଟ ରେ ସୁରକ୍ଷା ପାଇଁ ପୋଲିସ ସିପାହୀ ଥିଲେ ସେଥିରୁ କଂସଟେବଲ ସୁଖବିନ୍ଦର ସିଂହ ଏହି ଝିଅକୁ ଦେଖିଲେ ଓ ତାଙ୍କୁ ଝିଅ ଉପରେ ସନ୍ଦେହ ହେଲା ଓ  କଂସଟେବଲ ସୁଖବିନ୍ଦର ସିଂହ ଝିଅକୁ ପଚାରିଲେ ସବୁ ଠିକ ଅଛି ତ ?

ତେବେ ଝିଅ ପୋଲିସକୁ ନଶୁଣିଲା ଭଳି ଆଗକୁ ପଳେଇଲେ ଓ ଯେମିତି ଝିଅକୁ ସନ୍ଦେହ ହେଲା ଯେ ପୋଲିସ ତାଙ୍କୁ ଦେଖୁଛନ୍ତି ଝିଅ ଡଋ ଗଲା ଓ ନିଜ ଗୋଟେ ବ୍ୟାଗ ସେଠି ଛାଡି ଦୌଡିବା ଆରମ୍ଭ କଲେ ଏବଂ ଝିଅଙ୍କୁ ପଳଉଥିବାର ଦେଖି ସୁରକ୍ଷାବଳ ଅଧିକାରୀମାନେ ତାକୁ ଧରିଲେ । ଏହା ପରେ ଝିଅ ତଲାସି କରା ଗଲା, ଝିଅ ବହୁତ ନର୍ଭସ ଥିଲା । ଏହା ପରେ ଝିଅ ପାଖରୁ ଗୋଟେ ଗୋଲ୍ଡେନ ଗନ ବରାମଦ କରା ଗଲା, ଏହି ଗନ ଭାରତୀୟ ମାର୍କେଟ ରେ ୨.୫ଲକ୍ଷ ଅଟେ ।

ଏହି ଗନ ଝିଅ ନିଜ କପଡା ଭିତରେ ଲୁଚେଇ ରଖି ଥିଲା, ଯାହା ତଲାସି ସମସ୍ୟରେ ବରାମଦ କରା ଗଲା । ପ୍ରେସ କଂଫରେନ୍ସ ସମୟରେ ଦିଲ୍ଲୀ ପୋଲିସ କମିଶ୍ନର ଅମୂଲ୍ୟ ପାଠକ ଜଣେଇଲେ ଯେ ଝିଅ ଦିଲ୍ଲୀ ନିବାସୀ ଅଟେ ଏବଂ ଏହି ଗନ ଓ ବୁଲେଟ୍ସ ଝିଅ ବୟଫ୍ରେଣ୍ଡ ଦେଇ ଥିଲା । ଏପର୍ଯ୍ୟନ୍ତ ଏହି କଥା ଜଣା ପଡିନି ଯେ ଝିଅ ହତିଆର ନେଇ କୁଆଡେ ଯାଉଥିଲା ଏବଂ କଣ ପାଇଁ ।

ଏମିତି ସନ୍ଦେହ କରା ଯାଉଛି ଯେ ଝିଅକୁ ହତିଆର ପାର୍ସଲ ଆଉ କାହାକୁ କରିବା ପାଇଁ ଉପଯୋଗ କରା ଯାଇ ଥିଲା କିନ୍ତୁ ଏୟରପୋର୍ଟ ସୁରକ୍ଷାବଳଙ୍କ ପାଇଁ ଝିଅ ନିଜ କାମରେ ସଫଳ ହୋଇ ପାରିଲା ନାହିଁ । ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ଏହି ଘଟଣା ତଦନ୍ତ ଚାଲିଛି ଏବଂ ଏହି ଘଟଣା ଖୁଲାସା ବହୁତ ଜଲ୍ଦି ହବାର ଆସା ଅଛି ।

Leave a Reply

Your email address will not be published. Required fields are marked *