ଦିନେ ଯେଉଁ ସ୍କୁଲରେ ଥିଲେ ମାଳୀ, ପରେ ସେହି Schoolର ହେଲେ ପ୍ରିନ୍ସିପାଲ, ଜାଣନ୍ତୁ କିପରି ହେଲା ସମ୍ଭବ

ଆଜି ଆମେ ଆପଣ ମାନଙ୍କୁ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ଜୀବନରେ ଅନେକ ସ-ମ-ସ୍ୟାର ସାମନା କରିବା ପରେ ଆଜିକା ଡେଟରେ ସଫଳତା ପାଇଛନ୍ତି । ସେ ଭାଗ୍ୟ ବଦଳିବାକୁ ଅପେକ୍ଷା ନ କରି ବରଂ ନିଜ ଲକ୍ଷ୍ୟକୁ ପୂରଣ କରିବା ଚେଷ୍ଟା ଜାରି ରଖିଥିଲେ । ସେହି ମହାନ ବ୍ୟକ୍ତିଙ୍କର ନାଁ ହେଉଛି ଇଶ୍ଵର ସିଂହ ବାଦଗାହ ଯିଏ ଛତିଶଗଡ ଜିଲ୍ଲାର ଭିଲାଇରେ ବାସ କରନ୍ତି ।

ଯେଉଁ କଲେଜରେ ମାଳୀ କାମ କରୁଥିଲେ ସେହି କଲେଜରେ ହୋଇଛିନ୍ତି ପ୍ରିନସିପାଲ : କଥାରେ ଅଛି “ଭଗବାନ ଯେତେବେଳେ ଯାହାକୁ ଦେଇଥାନ୍ତି ଛପର ଫାଡି ଦେଇଥାନ୍ତି” । ଏହି କଥାର ମର୍ମ ଇଶ୍ଵର ବାଦଗହଙ୍କ ସହ ଜଡିତ ହୋଇଛି । ସେ ନିଜର ଭାଗ୍ୟ ପରିବର୍ତ୍ତନ ଅପେକ୍ଷା ନିଜର ଚେଷ୍ଟା ଉପରେ ଅଧିକ ଗୁରୁତ୍ଵ ଦେଇଥାନ୍ତି ।

ସେ ନିଜର ଭାଗ୍ୟକୁ କଠିନ ପରିଶ୍ରମ କରି ସଫଳତା ପାଇବା ଯାହା ପାଇଁ ସେ ନିଜ ପାଇଁ ଏକ ଉଦାହରଣ ସ୍ୱରୂପ ପାଲଟିଛନ୍ତି । ଗୋଟେ ସମୟରେ ସେ କଲ୍ୟାଣ କଲେଜରେ ମାଳୀ ଭାବେ କାମ କରୁଥିଲେ । ଆଜି ସେ ନିଜର ମେହନତ ଓ ଆତ୍ମବିଶ୍ଵାସ ଯୋଗୁ ସେହି କଲେଜର ପ୍ରିନସିପାଲ ପଦବୀରେ ନିଯୁକ୍ତ ହୋଇ ପାରିଛନ୍ତି । ଇଶ୍ଵର ସିଂହ ବାଦଗହ ବୈଠଲପୁରରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ଗାଁ ରେ ଦ୍ଵାଦଶ ଶିକ୍ଷା ଲାଭ କରିଥିଲେ । ତାଙ୍କ ଘରର ଆର୍ଥିକ ପରିସ୍ଥିତି ଯୋଗୁ ଦ୍ଵାଦଶ ଶ୍ରେଣୀ ପରେ ପାଠପଢା ଛାଡିବାକୁ ପଡିଥିଲା ।

ଏହା ପରେ ସେ ମାତ୍ର ୧୯ ବର୍ଷ ବୟସରେ ଚାକିରି ଖୋଜିବାକୁ ଆରମ୍ଭ କରିଥିଲେ । ଏହା ପରେ ସେ ଭିଲାଇରେ ପହଞ୍ଚିବା ପରେ ଏକ କପଡା ଦୋକାନରେ ସେଲ୍ସମ୍ୟାନ ଚାକିରି ପାଇଥିଲେ । ଏହି ଚାକିରିରେ ତାଙ୍କର ମାସିକ ଦରମା ୧୫୦ ଟଙ୍କା ରହିଥିଲା । ଏହା ସତ୍ବେ ମଧ୍ୟ ସେ ନିଜର ପାଠପଢାକୁ ଜାରି ରଖିବା ପାଇଁ ମନୋବଳକୁ ଭାଙ୍ଗିବାକୁ ଦେଇ ନ ଥିଲେ । ଏହା ପରେ ସେ କଲ୍ୟାଣ କଲେଜରେ ନିଜର ବିଏ ଡିଗ୍ରୀ ହାସଲ କରିବା ପାଇଁ ଫର୍ମ ପୂରଣ କରିବା ସହ କପଡା ଦୋକାନରେ ଚାକିରି କରୁଥିଲେ ।

ଏହା ମଧ୍ୟରେ ସେ ନିଜର ପାଠପଢା ପୁଣି ଥରେ ଆରମ୍ଭ କରିଲେ । କପଡା ଦୋକାନରେ ଦୁଇ ମାସ ରହିବା ପରେ ସେ ଚାକିରି ଛାଡି କଲ୍ୟାଣ କଲେଜରେ ମାଳୀ ଚାକିରି କରିଥିଲେ । ସେହି କଲେଜରେ ପାଠପଢା କରିବା ସହ ସେ ସୁପର ଭାଇଜର ଓ ଚୌକିଦାରର ଚାକିରି ମଧ୍ୟ କରୁଥିଲେ । ତାଙ୍କର ଇଚ୍ଛା ଶକ୍ତି ଦେଖି କଲେଜର ସୁପର ଭାଇଜର ଭାବେ ତାଙ୍କୁ ନିଯୁକ୍ତି କରାଗଲା । ଏହା ପରେ ୧୯୮୯ରେ ସେ ଗ୍ରାଜ୍ୟୁସନ ପାସ କରିବା ପରେ ସେହି କଲେଜରେ କ୍ରାଫ୍ଟ ଟିଚର ଚାକିରି ମିଳିଗଲା ।

ଏହା ପରେ ତାଙ୍କର ଯୋଗ୍ୟତାକୁ ଦେଖି ଆସିଷ୍ଟାନ୍ଟ ପ୍ରଫେସର ଚାକିରି ମିଳିବା ସହ ଏମଏଡ, ବିପିଏଡ, ଏମଫିଲ କରିଲେ । ୨୦୦୫ରେ ତାଙ୍କର ଇଚ୍ଛା ଶକ୍ତି ଓ ଯୋଗ୍ୟତାକୁ ଦେଖି କଲ୍ୟାଣ କଲେଜରେ ପ୍ରିନସିପାଲ ଭାବେ ନିଯୁକ୍ତି କରାଗଲା । ଏହିପରି ଭାବେ ଇଶ୍ଵର ବାଦଗହ ମାଳୀରୁ ପ୍ରିନସିପାଲ ପଦରେ ପହଞ୍ଚି ପାରିଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *