ଦୀପାବଳି ପୂର୍ବରୁ ଘରୁ ବାହାର କରନ୍ତୁ ଏହି ଦଶଗୋଟି ଜିନିଷ- Vastu Tips

ଦୀପାବଳି ପୂର୍ବରୁ ବାହାର କରନ୍ତୁ ଏହି ଦସ ଗୋଟି ଜିନିଷ ନହେଲେ ଘରକୁ ଦୁଃଖ ଦୁର୍ଦଶା ମାଡି ଆସିବ । ଘରେ କଣ ରଖିବା ଦରକାର ଓ କଣ ନୁହେଁ ତାହା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କେତେଥର ଗୋଟେ ଛୋଟ ଭୁଲ ଲାଗି ବ୍ୟକ୍ତିର ଭାଗ୍ୟ ଖରାପ ହୋଇଯାଏ । ତାକୁ କେତେ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଦୀପାବଳି ପୂର୍ବରୁ ଘର ଓ ଆପଣଙ୍କ ଦୋକାନରୁ ବାହାର କରିଦେବେ ମଣିଷ ଜୀବନରୁ ଦୁର୍ଭାଗ୍ୟ ଓ ଦରିଦ୍ରତା ସବୁ ଦିନ ପାଇଁ ଦୂର ହୋଇଯିବ । ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସବୁଦିନ ନିବେଶ କରିବେ । ଆସନ୍ତୁ ଜାଣିବା ଦଶ ଗୋଟି ଜିନିଷ ବିଷୟରେ ଯାହାକୁ ଆପଣଙ୍କୁ ଦୀପାବଳି ପୂର୍ବରୁ ଘରୁ ବାହାର କରିବା ନିହାତି ଆବଶ୍ୟକ । ଯାହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ନିଶ୍ଚିତ ଆସିବେ ।

Image Courtesy: Google

ପ୍ରଥମ ରହିଛି ଦେବୀ ଦେବତାଙ୍କ ଚିରା ଫୋଟ, ଅର୍ଦ୍ଧଭଙ୍ଗା ମୂର୍ତି ଘରେ ରଖିବା ଭଲ ନୁହେଁ । ଏହା ପଇସା ନଷ୍ଟର  ମୁଖ୍ୟ କାରଣ ବନିଥାଏ । ଏହି ମୂର୍ତି ବା ଫୋଟକୁ କେଉଁ ଜଳାଶ୍ରୟରେ ପ୍ରବାହିତ କରି ଦିଅନ୍ତୁ । ଦିତୀୟରେ ରହିଛି ପୁରୁଣା ଚିରା କପଡା, ଯେଉଁ ମାନଙ୍କ ଘରେ ବହୁତ ଅଧିକ ଚିରା ଓ ପୁରୁଣା କପଡା ଦେଖିବାକୁ ମିଳିଥାଏ । ସେ ସବୁ ଜିନିଷ ଘରକୁ ଅଶୁଭ ଶକ୍ତି ଆଣିଥାଏ । ଏମିତି ଜିନିଷ କାହାକୁ ଦେଇଦେବା ନିହାତି ଦରକାର । ନଚେତ ଆପଣଙ୍କ ଘରେ ମା ଲକ୍ଷ୍ମୀ ବାସ କରିବେ ନାହିଁ ।

Image Courtesy: Google

ଘରର ଛାତ ଯଦି ଅପରିଷ୍କାର ହୋଇଥାଏ ସେଥିଲାଗି ଘରେ ପଇସାର ବହୁତ ଅଭାବ ଦେଖାଯାଇଥାଏ । ଏହାଦ୍ବାରା ଘରର ସଫଳତା ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଘରର ଛାତ ଉପରେ ଅଦରକାରୀ ଜିନିଷ ପକାଇ ରଖନ୍ତୁ ନାହିଁ, ଏହାଦ୍ଵାରା ଘର ହାନି ହୋଇଥାଏ । ଧ୍ୟାନ ରଖିବେ ଘରେ ଚିରା କି ଫଟା ପର୍ସ ନଥିବା ଦରକାର ଓ ଆପଣଙ୍କର ସିନ୍ଦୁକ ନଭଙ୍ଗୀଥିବା ଦରକାର । ଯେଉଁ ତିରେ ଆପଣ ଧନ ରଖିଛନ୍ତି ଧାର୍ମିକ ବହି କିମ୍ବା ପବିତ୍ର ଜିନିଷ ରଖିବା ଦରକାର ।

Image Courtesy: Google

ଯାହା ଦ୍ଵାରା ଧନ ଆପଣଙ୍କର ବଢିବ । ସିନ୍ଦୁକରେ କୁବେର ଦେବତାଙ୍କ ଫୋଟ ଓ ମାତା ଲକ୍ଷ୍ମୀଙ୍କର ଫୋଟ ରଖିବା ଦରକାର ହୋଇଥାଏ । କେଉଁ ପ୍ରକାରର ଭଙ୍ଗାଭଙ୍ଗୀ ସାମଗ୍ରୀକୁ ଘରେ ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ । ଦୀପାବଳିରେ ମାତା ଲକ୍ଷ୍ମୀଙ୍କର ଆଗମନ ମଧ୍ୟ ହୋଇପାରିବ ନାହିଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *