ଦୋକାନ ଆଗରେ ଅଳିଆ ପକାଇଲେ ଦୋକାନ ବନ୍ଦ କରିଦେବି, ଦେଖନ୍ତୁ କାହିଁକି ଏମିତି କହିଲେ ଭୁବନେଶ୍ଵର Mayor

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ଦେଖିପାରିବେ ଭୁବନେଶ୍ଵର ମେୟର ସୁଲୋଚନା ମ୍ୟାଡମ ସକାଳୁ ସକାଳୁ କାହା ସହ ଝଗଡା କରୁଛନ୍ତି ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ବ୍ୟକ୍ତି ସହ ମେୟର ମ୍ୟାଡମ ଯୁକ୍ତି କରୁଛନ୍ତି ତାଙ୍କୁ ବ୍ୟକ୍ତି ଜଣକ ଉଚିତ ଜବାବ ଦେଉଛନ୍ତି । ସେଥିପାଇଁ ତ ମେୟର ମ୍ୟାଡମଙ୍କ ସାଥ ଦେବା ପାଇ ସେଠାରେ ଆସି ପହଞ୍ଚିଛନ୍ତି ନୂଆ BMC କମିଶନର ସାର । ମେୟର ଓ କମିଶନର ମିଶି ଏମିତି ଜାଗାର ଛାନଭିନ କରୁଛନ୍ତି ତାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ କମିସନର ସାର କହୁଛନ୍ତି ଯୁକ୍ତି କରିବାରେ ଯେତେ ସମୟ ଲଗାଉଛ ସେତିକି ସମୟରେ ଦୋକାନକ କୁ ରାସ୍ତା ସଫା କରି ହେବ । ଦୋକାନୀ ଭାଇ ମାନେ ଯେଉଁ ଭଳି ଭାବେ ଅପରିଷ୍କାର କରୁଛନ୍ତି ତାହାକୁ ନେଇ ତାଗିଦ କରିଛନ୍ତି ମେୟର ମ୍ୟାଡମ । ତେବେ ଆଉ ଏକ ଲୁଗା ଦୋକାନରେ ଯାଇ ପହଞ୍ଚିଛନ୍ତି ମେୟର ଓ କମିଶନର ଆଉ ଦେଖୁଛନ୍ତି ଲୁଗା ଦୋକାନୀ ନିଜର ଲୁଗା ସବୁ ରାସ୍ତା ରେ ପକାଇଛି ।

ଦୋଜନି ଭାଇ ବି ଏମିତି ମୁଣ୍ଡ ହଲାଇ କହୁଛନ୍ତି ଯେମିତି ସେ ଆଜି ପ୍ରଥମ ଥର ପାଇଁ ଜାଣିଲେ ଦୋକାନ ଆଗରେ ଜିନିଷ ନ ଗଦାଇବା କଥା । ଦୋକାନ ଆଗରେ କିଏ ଅଳିଆ ପକେଇଲା କାହିଁକି ଏଠି ଡଷ୍ଟବିନ ରଖାଯାଉ ନାହି ବୋଲି ପ୍ରଶ୍ନ କରିଛନ୍ତି ମେୟର ମ୍ୟାଡମ । ଦୋକାନ ବନ୍ଦ ହେବା କଥା ମଧ୍ୟ ମେୟର କହଛନ୍ତି ଦୋକାନୀ ଭାଇ ଙ୍କୁ ।

କମିଶନର ସାର ଦୋକାନୀଙ୍କର କାନ୍ଧ ରେ ହାତ ପକେଇ ଅଳିଆ ହେଇ ଥିବାର ଦେଖାଉଛନ୍ତି । ଯାହା ପରେ ଦୋକାନୀ ଭାଇ ଜଣକ ଏତେ ଭାର ଯେ ସାଙ୍ଗେ ସଙ୍ଗେ ଝାଡୁ ଧରି ବାରିଲେଣି । ଦୋକାନ ଆଗରେ ଏତେ ଅଳିଆ ପକାଇ ଥିବାରୁ ଦୋକାନ ବନ୍ଦ କରିବାକୁ କହି ସାରିଲେଣି ଉଭୟ କମିଶନର ଓ ମେୟର ।

ଅବଶ୍ୟ କମିଶନର ଅଧିକା ରାଗୁ ନାହାନ୍ତି କିନ୍ତୁ ମେୟର ମ୍ୟାଡମ ଅଧିକ ରାଗିବାର ଜଣା ପଡ଼ୁଛନ୍ତି । ରାଗିବା କଥା ବି ସ୍ଵାଭାବିକ କଥା । ଦୋକାନୀ ନିଜ ଦୋକାନ ଆଗରେ ଡଷ୍ଟବିନ ରଖିବାକୁ ତାଗିଦ କରିଛନ୍ତି ମେୟର । ସବୁ ଅଳିଆ ଦୋକାନ ଆଗରୁ ଉଠାଇବାକୁ ମେୟର କହୁଛନ୍ତି ଆଉ ଗାଡି ଆସୁଛି ସବୁ ନେଇକି ପଳାଇବ ।

ଆଉ ଗୋଟେ ସୋ ରୁମରେ ପଶି ମେୟର କହୁଛନ୍ତି ଦୋକାନ ଭିତରେ ଏତ ସୋ କରୁଛ କିନ୍ତୁ ଦୋକାନ ବାହାରରେ ଏତେ ଅଳିଆ ପକାଇଛ । ଆହୁରି ମଧ୍ୟ ମେୟର କହୁଛନ୍ତି ୫ ମିଟର ଯାଏଁ ଅଳିଆ ସଫା କରିବା ଦାୟିତ୍ଵ ଆପଣଙ୍କର । ଆଉ ଗୋଟେ ଠେଲା ଗାଡି ପାଖକୁ ଯାଇ ମେୟର ପଚରିଛନ୍ତି ଦୋକାନ ରେ ଗୋଟେ ଛୋଟ ପିଲା କାମ କରୁଛି ଯାହାର ଫୋଟୋ ଉଠାଇଛନ୍ତି କମିଶନର ସାର ।

ଛୋଟ ପିଲାକୁ କାମରେ ଲଗାଉଛ ଥାନାରେ ଏତାଲା ରୁଜୁ ହେବ ବୋଲି କମିଶନର କହୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ମେୟର ଓ କମିଶନର ଏଭଳି ରାସ୍ତାରେ ବୁଲୁ ବୁଲି ଅଳିଆ ସଫା କରିବାକୁ ନେଇ ଯେଉଁ ତାଗିଦ କରିଛନ୍ତି ତାହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *