ଦରିଦ୍ରତା ଆସି ଥାଏ, ଯଦି ରୋଷେଇ ଘର ଭିତରେ ଭୁଲରେ ବି ରଖନ୍ତି ନାହିଁ ଏହି ୩ଟି ଜିନିଷ

ବନ୍ଧୁଗଣ ଭାରତରେ ବାସ୍ତୁ ଶାସ୍ତ୍ର ବହୁଳ ଭାବରେ ପରିଚିତ । ଆମ ଏଠାରେ ପ୍ରାୟ ପ୍ରତ୍ୟକ ଘରେ ଏହାର ପାଳନ କର ଯାଇ ଥାଏ । ହଁ ଅଧିକାଂଶ ଲୋକେ ଏହି ବାସ୍ତୁ ଶାସ୍ତ୍ରର ନିୟମ କେବଳ ଘର ବନେଇବା ସମୟରେ ମାନି ଥାନ୍ତି କିନ୍ତୁ ଯେବେ କଥା ଘରେ ଜିନିଷ ରଖିବାରେ ଆସି ଥାଏ ତ ଅନେକ ଲୋକ ତାକୁ ଅଣଦେଖା କରି ଥାନ୍ତି । କିନ୍ତୁ ଆପଣଙ୍କର ଜାଣିବା ପାଇଁ ଆମେ କହି ଦେଉଛୁ ଯେ ଘରର କେଉଁ ଜିନିଷ କେଉଁ ଜାଗାରେ ରଖା ଯିବ ଏହା ଘରର ସୁଖ ଶାନ୍ତି ଉପରେ ବି ବହୁତ ପ୍ରଭାବ ପକ୍ରି ଥାଏ ।

ସେମିତିରେ ତ ଘରର ଜିନିଷ କୁ ନେଇ ବହୁତ ବାସ୍ତୁ ନିୟମ ଅଛି । କିନ୍ତୁ ଆଜି ଆମେ କିଚେନ ସହିତ ଜଡିତ ଏକ ମୁଖ୍ୟ ବାସ୍ତୁ ନିୟମ ଜଣେଇବାକୁ ଯାଉଛୁ ।

କିଚେନ ଏକ ଏମିତି ଜାଗା ଯେଉଁଠିକି ଘରର ସମସ୍ତ ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇ ଥାଏ । ଏଥିପାଇଁ ଘର ର ସମସ୍ତ ଲୋକ ଏହି କିଚେନ ସହିତ କିଛି ନା କିଛି ସମ୍ପର୍କ ଜଡିତ ରହି ଥାଏ । ଏଥିପାଇଁ ଏହାର ପ୍ରଭାବ ଆପଣଙ୍କ ଘରର ସୁଖ ଶାନ୍ତି ଓ ଆର୍ଥିକ ସ୍ଥିତି ଉପରେ ପଡି ଥାଏ ।

ଏହି କଥା କୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ ବତେଇବାକୁ ଯାଉଛୁ ଯେଉଁ ସବୁକୁ ଆପଣ ଭୁଲରେ ବି ଆପଣଙ୍କର ରୋଷେଇ ଘରରେ ରଖିବେ ନାହିଁ । ଯଦି ଆପଣ ଏସବୁ ରଖିବେ ବା ରଖିଛନ୍ତି ତ ଆପଣଙ୍କ ଘରକୁ ଦୁଃଖ ଓ ଦରିଦ୍ରତା ଆସି ଥାଏ । ତାହେଲେ ଆସନ୍ତୁ ଜାଣିବା ଆପଣଙ୍କ ରୋଷେଇ ଘରେ କେଉଁ ସବୁ ଜିନିଷ ରଖିବେ ନାହିଁ.

ଭୁଲରେ ବି ରୋଷେଇ ଘରେ ନ ରଖନ୍ତୁ ଏହି ୩ଟି ଜିନିଷ

୧:- ପୂଜା ଘର:- କିଛି ଲୋକ ଜାଗା ଅଭାବରୁ ରୋଷେଇ ଘରେ ହିଁ ପୂଜା ଘର ବନେଇ ନେଇ ଥାନ୍ତି , କିନ୍ତୁ ବାସ୍ତୁ ଅନୁସାରେ ରୋଷେଇ ଘରେ ରଖିଥିବା ପୂଜା ଘରେ ପୂଜା ଆରାଧନା କଲେ କିଛି ଲାଭ ମିଳି ନ ଥାଏ । କିଚେନ ଘର ଭଗବାନଙ୍କୁ ପ୍ରସନ୍ନ କରିବାର ସଠିକ ସ୍ଥାନ ନୁହେଁ । ଏଣୁ ଆପଣ ଯଥା ସମ୍ଭବ ରୋଷେଇ ଘରେ ପୂଜା ଘର କରନ୍ତୁ ନାହିଁ ।

୨:- ଅଳିଆ ପକା ବାଲ୍ଟି:- କିଛି ଲୋକେ ରୋଷେଇ ଘର ଭିତରେ ଓଳିଆ ପକା ବାଲ୍ଟି ରଖି ଥାନ୍ତି । କିନ୍ତୁ ଏହା କରିବା ବାସ୍ତୁ ସହିତ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ କ୍ଷତିକାରକ ହୋଇ ଥାଏ । ରୋଷେଇ ଘରେ ଆପଣ ଖାଦ୍ୟ ପ୍ରସ୍ତୁତ କରି ଥାନ୍ତି । ଏଠାରେ ଅନେକ ଖାଦ୍ୟ ପେୟ ଜିନିଷ ବି ରଖି ଥାନ୍ତି । ଏଥିରେ ଅଳିଆ ବାଲ୍ଟି ରଖିଲେ ଖାଦ୍ୟରେ ଏହାର ଜୀବାଣୁ ପଶି ଥାନ୍ତି , ତାସହିତ ଆବର୍ଜନାରେ ବହୁତ ହାନିକାରକ ଶକ୍ତି ଥାଏ ଯାହାକି ଆପଣଙ୍କର ରୋଷେଇ ଘର ବତାବରଣକୁ ନଷ୍ଟ କରି ଥାଏ , ଏଥିପାଇଁ ଆପଣ ଅଳିଆ ବାଲ୍ଟି କୁ କିଚେନ ଠାରୁ ଟିକେ ଦୂରରେ ରଖନ୍ତୁ ।

ଆପଣ ଯେତେବେଳେ ରୋଷେଇ ଘରେ କାମ କରୁଛନ୍ତି ତ ସେତେବେଳେ ଆପଣ ଗୋଟେ ପଲିଥିନ ବ୍ୟବହାର କରି ପାରନ୍ତି । ସେଥିରେ ଅଳିଆ ଆବର୍ଜନା ରଖିଲା ପରେ ସଂଗେ ସଂଗେ ନେଇ ଆପଣ ଅନ୍ୟ ସ୍ଥାନରେ ଥିବା ଅଳିଆ କୁଣ୍ଡରେ ପକେଇ ପାରନ୍ତି ।

୩:- ଚପଲ ବା ଜୋତା:- କିଛି ଲୋକ ଘରେ ଚପଲ ପିନ୍ଧି ବୁଲୁ ଥାନ୍ତି । ଏମିତିକି ସେମାନେ ଚପଲ ପିନ୍ଧି ରୋଷେଇ ଘରକୁ ବି ଚାଲି ଯାଆନ୍ତି । କିନ୍ତୁ ଏମିତି କରିବା ବାସ୍ତୁ ହିସାବରେ ଠିକ ନୁହେଁ ।

ରୋଷେଇ ଘରେ ଅର୍ଣ୍ଣପୂର୍ଣା ଦେବୀ ବାସ କରି ଥାନ୍ତି , ଆଉ ଯଦି ଏଠାକୁ ଆପଣ ଚପଲ ପିନ୍ଧି ଯିବେ ତ ସେ ନାରାଜ ହୋଇ ଯାଆନ୍ତି । ଆଉ ଆପଣଙ୍କ ଘରର ସୁଖ ଶାନ୍ତି କମ ହେବାରେ ଲାଗେ , ଏଥିପାଇଁ ରୋଷେଇ ଘର ଭିତରକୁ ଚପଲ ମାଡି ପ୍ରବେଶ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *