ଯଦି ଆପଣଙ୍କର ଆଖି ସମ୍ବନ୍ଧୀୟ ସମସ୍ୟା କିଛି ଦେଖା ଯାଉଛି ତେବେ ଆଜି ଆମେ ଏକ ଏପରି ଉପାୟ କହିବୁ ଯାହା ଦ୍ଵାରା ନିଜେ ବହୁତ ଖୁସି ହୋଇଯିବେ । କହିବାକୁ ଗଲେ ଏବେ ଛୋଟ ପିଲାଙ୍କର ଆଖି ମଧ୍ୟ ବହୁତ ଖରାପ ହେବାରେ ଲାଗିଛି । କିଛି ଲୋକ ମାନେ ବହୁତ ସମୟ ଧରି ମୋବାଇଲ ଚଳାଇବା ଓ ଟିଭି ଦେଖନ୍ତି ଯେଉଁ ମାନେ କମ୍ପୁଟରରେ କାମ କରୁଛନ୍ତି ।
ସବୁଠୁ ବଡ କଥା ହେଉଛି ଆପଣ ଖାଉଥିବା ଖାଦ୍ୟ ନିଜ ଆଖି ପାଇଁ ମଧ୍ୟ ବହୁତ କମ୍ଜୋର ଜଣାଯାଏ । ଯାହା ଦ୍ଵାରା ଆପଣ କେବେ ହେଲେ ଜାଣି ପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଅଷ୍ଟବାଙ୍କ ରୂଷି କହିଥିବା କଥା ଆସୁନାରେ ଆପଣ ମାନେ କିପରି ନିଜର ଆଖି ସମସ୍ୟା ନିଜ ଘରେ ହିଁ ଉପଚାର କରି ପାରିବେ ।
ଆପଣଙ୍କୁ କେଉଁ ଜିନିଷ ଖାଇବା ଫଳରେ ନିଜର ଆଖି ବହୁତ ଭଲ ରହିବ ଓ କେଉଁ ପ୍ରାଣାୟମ କରିବା ନିହାତି ଦରକାର । ଯଦି ଆପଣ ବହୁତ ସମୟ ଧରି ମୋବାଇଲ ବା ଲ୍ଯାପଟପରେ କାମ କରୁଛନ୍ତି ତେବେ ଆପଣଙ୍କ ଆଖି ବହୁତ ଶୀଘ୍ର ଖରାପ ହୋଇଥାଏ । ଯେଉଁ ବ୍ୟକ୍ତି ରାତିରେ ଶୀଘ୍ର ଶୋଇଥାଏ ଓ ବ୍ରହ୍ମ ମୁହୂର୍ତରେ ଉଠିଥାଏ ।
ଅର୍ଥାତ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିଥାଏ କେବେ ହେଲେ ତାଙ୍କ ଆଖିର ରଶ୍ମୀ କମି ନଥାଏ । ଏହାପରେ ଆଉ ଏକ କଥା ହେଉଛି ସୂର୍ଯ୍ୟ ଉଦୟ ହେବା ପରେ ଖାଲି ପାଦରେ ଆପଣ ଛୋଟ ଛୋଟ ସବୁଜ ଘାସ ଉପରେ ଚାଲିବା ନିହାତି ଦରକାର ଏହା ଦ୍ଵାରା ଆଖିକୁ ବହୁତ ଭଲ ଦେଖାଯାଏ । ରାତିରେ ଶୋଇଲା ପୂର୍ବରୁ ସୋରିଷ ତେଲକୁ ନିଜ ପାଦ ତଳେ ବହୁତ ଭଲ ଭାବରେ ମାଲସ କରନ୍ତୁ ।
ଏହା ଆପଣ ସପ୍ଥାହକୁ ଦୁଇ ଥର କରିବେ ଯାହା ଦ୍ଵାରା ନିଜ ପାଇଁ ବହୁତ ଫାଇଦା ହେବ । ଯେଉଁ ମାନଙ୍କର ଘରେ ସୁଧା ଗାଈ ଘିଅ ଥିବ ସେମାନେ ସେହି ଘିଅକୁ ମଧ୍ୟ ପାଦ ତଳେ ଲଗାଇ ପାରିବେ । ଟିକେ ଉଷୁମ କରି ଲାଗାଇବା ବହୁତ ଭଲ ହେବ । ଆଖି ପାଇଁ ସବୁଠାରୁ ଭଲ ଖାଦ୍ୟ ହେଉଛି ଅଁଳା । ଏହାକୁ ଜୁଷ କରି ମଧ୍ୟ ପିଇ ପାରିବେ ।
ଏହାପରେ ଆପନ ଚୀନା ବାଦାମ ଓ ପିସ୍ତା ବାଦାମ କୁ ରାତିରେ ଭିଯାଇ ରଖନ୍ତୁ ସକାଳୁ ଉଠି ସାରିଲା ପରେ ଆପଣ ଏଥିରେ ଥିବା ଚୋପା ଛଡାଇ ଦିଅନ୍ତୁ ତାକୁ କ୍ଷାନ୍ତୁ । ସେହି ବାଦାମକୁ ଗୁଣ୍ଡ କରି ସେଥିରେ ମିଶ୍ରି ପକାଇ ମଧ୍ୟ ଖାଇ ପାରିବେ କିନ୍ତୁ ଏଥିରେ ଚିନି କେବେ ହେଲେ ପକାଇବେ ନାହିଁ । ଏଥିରେ ଅଧା ଚାମଚ ମିଶ୍ରି ପକାଇବେ ତାଠାରୁ ଅଧିକ ନୁହେଁ ।
ଏହା ସହିତ ପାନ ମାଧୁରୀକୁ ଗୋଟିଏ ଚାମଚ ପାକାଇ ପାରିବେ । ସକାଳୁ ଉଠି ଏହାକୁ ଅଳ୍ପ ପାଣିରେ ମିଶାଇ ପିଇବେ ନଚେତ ଏହାକୁ କ୍ଷୀର ସହିତ ମିଶାଇ ପିଇ ପାରିବେ । ଏହା ଦ୍ଵାରା ଆଖିକୁ ଭଲ ଦେଖାଯିବ । ଯେଉଁ ଲୋକ ମାନେ ବାଦାମ ଓ ପାନମଧୁରୀ ମିଶାଇ ଖାଇବେ ସେମାଙ୍କର ଆଖି କେବେ ହେଲେ ଖରାପ ହୋଇ ନଥାଏ ।
ଆପଣ ସବୁ ଦିନ ସକାଳୁ ଉଠି ଯୋଗ କରିବା ଫଳରେ ରକ୍ତ ସଫା ହେବା ସହିତ ଯୋଗ କରିବା ସମୟରେ ଯଦି ଆପଣ ନିଶ୍ଵାସ ପ୍ରଶ୍ଵାସ ଠିକ ଭାବରେ ହେବ ତେବେ ଏହା ଦ୍ଵାରା ବହୁତ ପରିମାଣରେ କାର୍ବନ ଡାଇଆକ୍ସାଇଡ ବାହାରକୁ ଆସିଥାଏ । ଏହାଦ୍ଵାର ଶରୀର ସୁଧୀ ରହିଥାଏ ଓ ଏହା ଆଖି ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ ।