ଦୁବାଇରେ ଥିବା ସ୍ୱାମୀ ୨ ବର୍ଷ ପରେ ଘରକୁ ଫେରି ଦେଖିଲେ ସ୍ତ୍ରୀ କୋଳରେ ୫ ମାସର ପିଲା – ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ ଜନକ କାହାଣୀ

ହସନଗଂଜ ଥାନା କ୍ଷେତ୍ରରେ ରସୁଲପୁର ନିବାସୀ ରାଜେଶ ଦୁବାଇରେ ଚାକିରୀ କରୁଥିଲା । ରାଜେଶ ୨ ବର୍ଷ ହେଲା ଦୁବାଇ ରେ କାମ କରୁଥିଲା । ରାଜେଶ ବୁଧବାର ଦିନ ବିଦେଶରୁ ଫେରିଲା ସବୁଠାରୁ ପ୍ରଥମେ ସେ ହସନଗଂଜ ଥାନା କ୍ଷେତ୍ରରେ ସେର୍ ପୁର୍ ଗାଁ ନିଜ ଶଶୁର କୁ ଯାଈଥିଲା । ୫ ମାସ ପୂର୍ବରୁ ରାଜେଶକୁ ନିଜ ସ୍ତ୍ରୀର ପିଲା ହୋଇଛି ବୋଲି ଖବର ମିଳିଥିଲା । ଯୁବକ ନିଜ ସ୍ତ୍ରୀର କୋଳରେ ୫ ମାସର ଛୁଆକୁ ଦେଖିକରି ନିଜ ମାନସିକ ସନ୍ତୁଳନ ହରାଇଦେଇଥିଲା । ସେ ବିଦେଶରେ ରହୁଥିବା ବେଳେ କିପରି ଏକ ପିଲା ଜନ୍ମ ହେଲା ତାଙ୍କ ମଧ୍ୟରେ ଏହି ବିବାଦ ଫୋନ୍ ରେ ହେଉଥିଲା ।

 

ରାଜେଶର ଆର୍ଥିକ ଅବସ୍ଥା ଠିକ୍ ନଥିଲା । ୨ ବର୍ଷ୍ ପୂର୍ବରୁ ସେ ଆର୍ଥିକ ସ୍ଥିତି ସୁଧାରିବାପାଇଁ ଦୁବାଇ ଚାଲିଯାଇଥିଲା । ଯେତେବେଳେ ରାଜେଶ୍ ଦୁବାଇରେ ଥିଲା ସେତେବେଳେ ରାଜେଶକୁ ପୁଅ ବିଷୟରେ ଜନ୍ମ ହେବାର ଖବର ମିଳିଲା । ସପ୍ତାହ ପୂର୍ବରୁ ରାଜେଶ୍ ଘରକୁ ଫେରି ନିଜ ପତ୍ନୀକୁ ବୁଧବାର ଦିନ ସଂନ୍ଧ୍ୟାରେ ପୁଅର ଜନ୍ମ ହେବାକଥା ପଚାରିଥିଲା । କିଛି ସନ୍ତୁଷ୍ଟ ଜବାବ ନମିଳିବାରୁ ସେ ଘରକୁ ଆସିଗଲା ଓ ମାନସିକ ସନ୍ତୁଳନ ହରାଇ ନିଜ ସ୍ତ୍ରୀର ଜୀବନ ନେଇଗଲା ।

ପ୍ରଥମେ ସେ ନିଜ ସ୍ତ୍ରୀ କୁ ପିଟି ଘରୁ ବାହାରକୁ ନେଇଆସିଲା । ପୁଣି ସମସ୍ତଙ୍କ ଆଗରେ ସେ ନିଜ ପତ୍ନୀକୁ ଛୁରୀରେ ମାରିବାକୁ ଲାଗିଲା ଓ ତାର ଜୀବନ ନେଇଗଲା ଏବଂ ୧୦୦ ମିଟର ଦୁରତାରେ ଏକ ଜାଗାରେ ପକାଇଦେଇ ଫେରାର୍ ହୋଇଗଲା । ଆପଣଙ୍କ ଜାନକାରୀ ଅନୁସାରେ ଗୁରୁବାର ଦିନ ସକାଳ ଲୋକମାନେ ପୋଲିସ୍ କୁ ଏହି କଥା ସୁଚନା ଦେଲେ । ଦିଲ୍ଲୀ ପୋଲିସ୍ ଯୁବକକୁ ଖୋଜିବାରେ ଲାଗିଛନ୍ତି ।

ପୋଲିସ୍ ଏସ୍ ପି ହରିଶ୍ କୁମାର ଗାଁ ରେ ପହଞ୍ଚିଥିଲେ ଓ ଗାଁରୁ ଓ ରାଜେଶର ୮ ବର୍ଷର ଝିଅ ଅଂଶିକା ଏହି ଘଟଣା ସଂମ୍ପର୍କରେ ଜାନକାରୀ ପାଇଲେ । ମୃତୀକାର ଚାରିଜଣ ଛୁଆ ଥିଲେ ଓ ଏକ ପାଞ୍ଚ ମାସର ପୁଅ ଥିଲା ଓ ସବୁ ଛୁଆ ନିଜ ଆଇ ମା ପାଖରେ ରହୁଥିଲେ । ତା ଝିଅ ଅଂଶିକା ପୋଲିସ୍ କୁ ଏହି କଥା କହିଥିଲା କି ପାପା ମା କୁ ଘରୁ ବାହାରକୁ ଟାଣି ନେଇଯାଇଥିଲେ  ଓ ସେ ମା କୁ ମାରିଦେଲେ । ରାଜେଶ୍ ବିଦେଶରୁ ନିଜ ସ୍ତ୍ରୀକୁ ମାରିବା ପାଇଁ ଯୋଜନା କରିଆସିଥିଲା । ପୋଲିସ୍ ରାଜେଶର ତଲାସରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *