ମୋଦୀ ସରକାର କିଣିବାକୁ ଯାଉଛନ୍ତି ଦୁନିଆଁର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ – ଏକେଲା ହିଁ ପାକିସ୍ଥାନ କୁ ଧ୍ଵଂସ କରିପାରିବ ଏହି ବିମାନ

ଯେମିତି କି ଆମେ କିଛି ଦିନ ତଳେ ଦେଖିଥିଲେ କି ଆମର ଏକ ମିଗ୍ ବିମାନ ଦୂର୍ଘଟଣା ଗ୍ରସ୍ତ ହୋଇ ପାକିସ୍ଥାନରେ ପଡିଥିଲା । ଯାହାପରେ ସେହି ବିମାନର ପାଇଲଟକୁ ପାକିସ୍ଥାନ ସେନା ବନ୍ଧି କରିନେଇ ଥିଲେ । ଯାହାଙ୍କୁ କାଲି ରାତିରେ ଭାରତକୁ ଫେରାଇ ଦେଇଛନ୍ତି । ଭାରତ ବାୟୁସେନାରେ ଏବେ ସବୁ ବିମାନ ପୁରୁଣା ହୋଇସାରିଛି । ଏଥିପାଇଁ ବେଳେ ବେଳେ ବିମାନ ଗୁଡିକ ଦୂର୍ଘଟଣା ଗ୍ରସ୍ତ ହୋଇଯାଇଥାଏ ।

ଏହାକୁ ନେଇ ଏବେ ଭାରତ ସରକାର ବାୟୁସେନା ପାଇଁ ଦୁନିଆଁର ସବୁଠାରୁ ଶକ୍ତିଶାଳୀ ବିମାନ କିଣିବାପାଇଁ ବିଚାର କରୁଛନ୍ତି । ଆମେରିକା ପରେ ଇସ୍ରାଇଲ୍ ପ୍ରଥମ ଦେଶ ଅଟେ । ଯିଏ ଗୋଟେ ସିଟ୍ ବାଲା ଏହି ବିମାନ କିଣିଛନ୍ତି । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଗତ କିଛି ସମୟ ହେଲା ଭାରତ ବାୟୁ ସେନା କିଛି ବି ନୁଆ ଲଢୁଆ ବିମାନ କିଣି ନାହାନ୍ତି । ରାଫେଲ୍ କୁ ଛାଡିକରି । ରାଫେଲ୍ ବି ଏବେ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାରେ ମିଶି ପାରିନାହିଁ ।

ଆମେ କଥା କହିବା ଯଦି ଆମେରିକାର ଲଢୁଆ ବିମାନ ଏଫ୍-୩୫ ର । ଭାରତୀୟ ବାୟୁସେନାକୁ ଏହି ବିମାନ ବହୁତ ପସନ୍ଦ ଆସିଛି । ସେଥିପାଇଁ ସେମାନେ ଭାରତକୁ ଏଫ୍-୩୫ ବିମାନ ଆଣିବା ପାଇଁ ଆଶା କରିଛନ୍ତି । ଭାରତୀୟ ବାୟୁସେନାରେ ଆମେରିକାନ୍ ଏଫ୍ -୩୫ ବାୟୁସେନାର ପାଖରେ ଏହା ସାମିଲ କରାଯିବାକୁ ନେଇ କେବଳ ଇଚ୍ଛା ପ୍ରକାଶ କରିନାହାନ୍ତି । ବରଂ ଏହାକୁ ବନାଇବା ବାଲା ଆମେରିକାନ୍ କମ୍ପାନୀ ଲକହିଡ୍ ମାର୍ଟିନ୍ ଙ୍କ ଏହାର କ୍ଷମତାର ସୁଚନା ନେବାପାଇଁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *