ଏବେ ଏବେ ବଲୀଉଡରୁ ଆସିଲା ଦୁଃଖର ଖବର, ୬୩ ବର୍ଷ ବୟସରେ ଆଖି ବୁଜିଲେ ଏହି ପ୍ରସିଦ୍ଧ କଳାକାର… Bollywoodରେ ଖେଳିଗଲା ଶୋକର ଛାୟା

ବଲୀଉଡ ଫିଲ୍ମ ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଲା । ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଚର୍ଚିତ କଳାକାର ଅନୁପମ ଶ୍ୟାମଙ୍କ ପରଲୋକ ହୋଇ ଯାଇଛି ।

ଧାରାବାହିକ ପ୍ରତିଜ୍ଞାରେ ସଜ୍ଜନ ସିଂହଙ୍କ କିରଦାର କରି ପ୍ରସିଦ୍ଧ ହୋଇଥିବା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କ ରବିବାର ଦିନ ରାତିରେ ମୁମ୍ବାଇରେ ନିଧନ ହୋଇ ଯାଇଛି । ୬୩ ବର୍ଷୀୟ ଅନୁପମ ଶ୍ୟାମ ଗତ କିଛି ଦିନ ହେବ ଅସୁସ୍ଥ ଥିବା କାରଣରୁ ମୁମ୍ବାଇ ଲାଇଫ ଲାଇନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଗତକାଲି ରାତିରେ ତାଙ୍କର ଭେଣେଇ ଏଡବୋକେଟ ମୁକ୍କୂ ଓଝା ଏହି ସୂଚନା ଦେଲେ ।

କହିଦେଉଛୁ କି ଉତ୍ତର ପ୍ରଦେଶର ପ୍ରତାପ ଗଡ ସହରର ଷ୍ଟେସନ ରୋଡ ନିବାସୀ ଅନୁପମ ଶ୍ୟାମ ଓଝା ଅବିବାହିତ ଥିଲେ । ମୁମ୍ବାଇରେ ସେ ତାଙ୍କର ଭାଇ ଅନୁରାଗ ଶ୍ୟାମ ଓଝାଙ୍କ ସହ ରହୁଥିଲେ । ବର୍ଷେ ଉପରେ ହେବ ଅନୁପମ ଶ୍ୟାମଙ୍କ ଅବସ୍ଥା ଖରାପ ହୋଇ ଯାଇଥିଲା । ବୈଂଡିଟ କ୍ୱୀନ ଠାରୁ ନେଇ ଧାରାବାହିକ ପ୍ରତିଜ୍ଞାରେ ଠାକୁର ସଜ୍ଜନ ସିଂହଙ୍କ କିରଦାର କରିଥିବା ଅନୁପମ ଶ୍ୟାମ କିଡନୀ ରୋଗରେ ପୀଡିତ ଥିଲେ । ଏହା ପୂର୍ବରୁ ତାଙ୍କର ଚିକିତ୍ସା ମୁମ୍ବାଇରେ ଚାଲୁ ଥିଲା ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶ ପରେ ଉତ୍ତର ପ୍ରଦେଶର ସରକାର ତାଙ୍କର ଚିକିତ୍ସାରେ ସାହାର୍ଯ୍ୟ ପାଇଁ ୨୦ ଲକ୍ଷ ଟଙ୍କା ସାହାର୍ଯ୍ୟ ଦେଇଥିଲେ । ପୂର୍ବ ମନ୍ତ୍ରୀ ଓ କୁଣ୍ଡା ନିର୍ଦଲ ବିଧାୟକ ରଘୁରାଜ ପ୍ରତାପ ସିଂହ ବି ତାଙ୍କୁ ୫ ଲକ୍ଷ ଟଙ୍କାର ସାହାର୍ଯ୍ୟ କରିଥିଲେ । ୬୩ ବର୍ଷର ହୋଇ ସାରିଥିବା ଅଭିନେତା ଅନୁମପ ଶ୍ୟାମଙ୍କ ପ୍ରଶଂସକମାନେ ତାଙ୍କର ଚିକିତ୍ସାରେ ସହଯୋଗ ମଧ୍ୟ ଦେଇଥିଲେ । ଏହା ସହିତ ଇଶ୍ଵରଙ୍କ ନିକଟରେ ତାଙ୍କର ଦୀର୍ଘାୟୁର କାମନା ବି କରିଥିଲେ ।

କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହେବା କାରଣରୁ ତାଙ୍କର ସୁସ୍ଥ ନିମନ୍ତେ ଲୋକମାନେ ପ୍ରାର୍ଥନା କରିଲେ । କିନ୍ତୁ ରବିବାର ଦିନ ରାତି ୧ ସମୟରେ ମୁମ୍ବାଇରେ ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ହୋଇଗଲା । ପ୍ରତାପଗଡ ଠାରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ତାଙ୍କର ସମସ୍ତ ପ୍ରଶଂସକ ସୋସିଆଲ ମିଡ଼ିଆରେ ତାଙ୍କୁ ଶ୍ରନ୍ଧାଞ୍ଜଳି ଦେଉଛନ୍ତି । ଉତ୍ତର ପ୍ରଦେଶର ପ୍ରତାପଗଡରେ ରହୁଥିବା ଅନୁପମ ଶ୍ୟାମ ନିଜର କ୍ୟାରିୟରର ଆରମ୍ଭ ୧୯୯୩ରେ କରିଥିଲେ ।

ସେ ଲଖନଊର ଭାରତେଂଦୁ ଏକେଡମୀ ଅଫ ଡ୍ରାମେଟିକ ଆର୍ଟ୍ସର ପୂର୍ବ ଛାତ୍ର ରହିସାରିଛନ୍ତି । ସେ ‘ଦସ୍ତକ’, ‘ଦିଲ ସେ’, ‘ଲଗାନ’, ‘ଗୋଲମାଲ’ ଓ ‘ମୁନ୍ନା ମାଇକଲ’ ଭଳି ବଲୀଉଡ ଫିଲ୍ମର ଅଂସ ହୋଇସାରିଛନ୍ତି । ‘ମନ କୀ ଆବାଜ ପ୍ରତିଜ୍ଞା’ ଛଡା ସେ ‘ରିଶ୍ତେ’, ‘ଡୋଲୀ ଅରମାନୋଂ କୀ’, ‘କୃଷ୍ଣା ଚଲୀ ଲଂଦନ’ ଓ ‘ହମ ନେ ଲେ ଲୀ ଶପଥ’ ଭଳି ଟିଭି ସିରିଏଲରେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ ନିଜର ଦିବାନା କରିଥିଲେ ।

ସେ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ସେ ଅସୁସ୍ଥ ଅଛନ୍ତି ତଥାପି ସେ ‘ପ୍ରତିଜ୍ଞା ୨’ ସିରିଏଲରେ ଠାକୁର ସଜ୍ଜନ ସିଂହଙ୍କ ଭୂମିକା ଏଥିପାଇଁ କରିଲେ କାରଣ ଲୋକମାନେ ତାଙ୍କର କ୍ୟାରେକ୍ଟରକୁ ପସନ୍ଦ କରୁଥିଲେ ଓ ଦ୍ଵିତୀୟ ସିଜିନରେ ସେ ନିଜର ଫ୍ୟାନମାନଙ୍କୁ ନିରାଶ କରିବାକୁ ଚାହୁଁ ନ ଥିଲେ ।

Leave a Reply

Your email address will not be published. Required fields are marked *