ଦୁନିଆର ସବୁ ଠାରୁ ୪ ଟି ଭାଗ୍ୟଶାଳୀ ରାଶି, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ?

ବ୍ଯକ୍ତିର ଜନ୍ମ ସମୟ ଚନ୍ଦ୍ର ଗ୍ରହ ଯେଉଁ ରାଶିରେ ରହିଥାଏ ତାହା ସେହି ବ୍ୟକ୍ତିଙ୍କର ନାମ ରାଶି ହୋଇଥାଏ । ଯାହାକୁ ଚନ୍ଦ୍ର ରାଶି ମଧ୍ୟ କୁହାଯାଇଥାଏ । ଆଉ ଚନ୍ଦ୍ର ରାଶି ଅନୁସାରେ ସମସ୍ତ ୧୨ ଟି ରାଶି ପାଇଁ ଅଲଗା ଅଲଗା ନାମ ଅକ୍ଷର ରହିଛି । ନାମର ପ୍ରଥମ ଅକ୍ଷରରୁ ଲୋକର ରାଶି ଜଣାପଡିଥାଏ ।

ସେଥିରେ ତାଙ୍କ ଭବିଷ୍ୟା ଆଉ ସ୍ଵଭାବ ବିଷୟରେ ମଧ୍ୟ ଜାଣି ହୋଇଥାଏ । ସମସ୍ତ ଲୋକଙ୍କର ସ୍ଵଭାବ ଆଉ ଭବିଷ୍ୟ ଅଲଗା ଅଲଗା ଅଲଗା ହୋଇଥାଏ । କିନ୍ତୁ କିଛି ରାଶି ଏପରି ହୋଇଥାନ୍ତି ଯାହା ଅନ୍ୟ ରାଶି ମାନଙ୍କ ତୁଳନାରେ ଅଧିକ ଭାଗ୍ୟଶୀଳ ବିଚାର କରାଯାଇଥାଏ ।

୧୨ ରାଶି ମଧ୍ୟରୁ ଚାରୋଟି ରାଶି ଏମିତି ହୋଇଛି ଏହାକୁ ଅଧିକ ଭାଗ୍ୟଶାଳୀ ବୋଲି ବିଚାର କରାଯାଇଥାଏ । ଏହି ରାଶି ସନି ଓ ମଙ୍ଗଳଙ୍କର ରାଶି ଅଟେ । ଅର୍ଥାତ ଦୁଇଟି ଶନିଙ୍କର ରାଶି ରହିଛି ଆଉ ଦୁଇଟି ମଙ୍ଗଳଙ୍କର ରାଶି ରହିଛି । ତେବେ ଆସନ୍ତୁ ଜାଣିବା କଣ ସେଇ ରାଶି ଅଟେ । ଯାହାକୁ ସବୁଠୁ ଭାଗ୍ୟଶାଳୀ ରାଶି ବୋଲି ବିଚାର କରାଯାଏ । ଏମାନଙ୍କ ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ ରାଶି । ଏହା ରାଶିଚକ୍ରର ପ୍ରଥମ ରାଶି ଅଟେ । ଏହି ରାଶିର ସ୍ଵାମୀ ଗ୍ରହ ମଙ୍ଗଳ ହୋଇଥାନ୍ତି । ମଙ୍ଗଳ ଗ୍ରହ ମାନଙ୍କର ସେନାପତି ହୋଇଥାନ୍ତି । ଏହି କାରଣରୁ ମେଶ ରାଶି ଲୋକଙ୍କର ନେତୃତ୍ଵ କରିବାର ଅଦଭୁତ କ୍ଷମତା ରହିଥାଏ । ଏମାନେ ଅଲଗା ରାଶି ଠାରୁ ବହୁତ ଶକ୍ତିଶାଳୀ ହୋଇଥାନ୍ତି । ମଙ୍ଗଳ ଏମାନଙ୍କୁ ସହଯୋଗ କରିଥାଏ ।


ବିଛା ରାଶି :- ବିଛା ରାଶିର ସ୍ଵାମୀ ମଧ୍ୟ ମଙ୍ଗଳ ହୋଇଥାନ୍ତି । ମଙ୍ଗଳ ଗ୍ରହ କାରଣରୁ ଏହି ରାଶି ସାହସୀ ପ୍ରକୃତିର ହୋଇଥାନ୍ତି । ଏହି ରାଶିର ଲୋକ ଅସମ୍ଭବ କାମ କରିବାକୁ ମଧ୍ୟ ଡରନ୍ତି ନାହିଁ । ନିଜର କାମ ସଚୋଟତାଏଅ ସହିତ କରିଥାନ୍ତି । ନିଜ ପରିଶ୍ରମ ଦ୍ଵାରା ଅନ୍ୟ ରାଶିଠାରୁ ବହୁତ ସଫଳ ହୋଇଥାନ୍ତି । ଏହି ଲୋକ ମାନେ କାର୍ଯ୍ୟକୁ ବହୁତ ନିଷ୍ଠାର ସହିତ କରିଥାନ୍ତି ।


ମକର :- ଗ୍ରହ ମାନଙ୍କ ମଧ୍ୟରେ ଶନିଦେବଙ୍କର ସବୁଠୁ ଅଲଗା ସ୍ଥାନ ରହିଥାଏ । ଶନିଦେବ ଗ୍ରହ ମାନଙ୍କର ନ୍ୟାୟ ଧୀଶ ଅଟନ୍ତି । ମକର ରାଶିର ସ୍ଵାମୀ ଗ୍ରହ ଶନି ଗ୍ରହ ଅଟନ୍ତି । ଏହି କାରଣରୁ ମକର ରାଶିର ବ୍ୟକ୍ତିଙ୍କୁ ଶନିଦେବଙ୍କ କୃପା ସର୍ବଦା ରହିଥାଏ । ଏହି ବ୍ୟକ୍ତିଙ୍କ ଠାରେ ଆତ୍ମ ବିଶ୍ଵାସ ପୂର୍ଣ ଭାବରେ ରହିଥାଏ । ସନିଦେବ ତାଙ୍କୁ ଭଲ ନେତୃତ୍ଵ ପ୍ରଦାନ କରିଥାନ୍ତି । କଠିନ ପରିଶ୍ରମ ଓ ପ୍ରବଳ ଆତ୍ମା ବିଶ୍ଵାସ ଫଳରେ ପ୍ରାୟତଃ ପ୍ରତେକ କାର୍ଯ୍ୟରେ ଉଚ ସ୍ତରର ସଫଳତା ହାସିଲ କରିଥାନ୍ତି ।


କୁମ୍ଭ :- ଏହା ରାଶି ଚକ୍ରର ୧୧ ତମ ରାଶି ଚକ୍ର ଅଟେ । ଏହାଙ୍କର ସ୍ଵାମୀ ମଧ୍ୟ ଶନି ଗ୍ରହ ଅଟନ୍ତି । ଶନି ଦେବଙ୍କୁ କର୍ମର ଫଳଦାତା ମଧ୍ୟ କୁହାଯାଇଥାଏ । ଏହି ଗ୍ରହ ଆମକୁ ଭଲ କର୍ମ ଓ ଖରାପ କର୍ମର ଫଳ ପ୍ରଦାନ କରିଥାନ୍ତି । ଯଦି କୁମ୍ଭ ରାଶିର ଜାତକ ସଚୋଟତାର ସହିତ କାର୍ଯ୍ୟ କରିଥାନ୍ତି ତେବେ ଶନି ଦେବା ତାଙ୍କୁ ସମ୍ପୂର୍ଣ ସହଯୋଗ କରିଥାନ୍ତି । ଆଉ ନିଜ କାର୍ଯ୍ୟ କ୍ଷେତ୍ରରେ ବହୁତ ଉଚ ଶିଖର ପର୍ଯ୍ୟନ୍ତ ପହଞ୍ଚାଇ ଥାନ୍ତି ।

Leave a Reply

Your email address will not be published. Required fields are marked *