ଦୁନିଆର ଏମିତି ଗୋଟେ ଗାଁ ଯେଉଁଠି ଲୋକ କେଉଁଠି ବି କେତେବେଳେ ବି ଶୋଇଯାଆନ୍ତି

ଆଜିକା ସମୟ ରେ ଯେଉଁଠି ଆଜିକା ଚିନ୍ତା ଲୋକଙ୍କ ନିଦ ନେଇ ଯାଇଛି ସେଠି ଦୁନିଆରେ ଏମିତି ଗୋଟେ ଗାଁ ଅଛି ଯେଉଁଠି ଲୋକ କେବେ ବି ସୋଇପଡନ୍ତି । ଲୋକ କଥା ହଉ ହଉ ସୋଇପଡନ୍ତି, ରାସ୍ତା ରେ ଚାଲୁ ଚାଲୁ ବି ଲୋକ ସୋଇପଡନ୍ତି । ଏବେ ଆପଣ ଏହା ଭାବୁ ଥିବେ ଯେ ଏହା କେମିତି ସମ୍ଭବ ଅଟେ, ହଟାତ କାହା ସହ କଥା ହଉ ବା ଚାଲୁଥିବା ବେଳେ କାହାକୁ ନିଦ କେମିତି ଲାଗି ପାରେ ?

ତେବେ ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁ ଯେ ଏହା ଠିକ କଥା ।

ଏହି ଘଟଣା କଜାକିସ୍ତାନ ର ଅଟେ, ଏଠାର କଲାଚି ଗାଁ ଲୋକ କେବେ ବି ସୋଇ ପଡନ୍ତି ଲୋକଙ୍କ ନିଦ ଅବସ୍ତା ଏମିତି ଅଛି ଯେ ଲୋକ କେବେ ବି ସୋଇପଡନ୍ତି ଓ ଲୋକ ବହୁତ ରହସ୍ୟମଇ ଭାବରେ ସୋଇ ଯାନ୍ତି ଓ ବେଳେ ବେଳେ ମାସ ମାସ ଥଋ ଉଠି ନଥାନ୍ତି ।କେତେକ ଲୋକ ସୋଇକି ଉଠିଲା ପରେ ବହୁତ କଥା ଭୁଲି ଯାନ୍ତି ତାଙ୍କୁ ଗତ କଥା କିଛି ମନେ ନଥାଏ ଏହି ଲୋକ ସୋଇକି ଉଠିଲା ପରେ ଅଜବ ଗଜବ କଥା କହି ଥାନ୍ତି ।

କଲାଚି ଗାଁ ର ଏହି ସତ୍ୟତା ସମାଜ ଆଗରେ ୨୦୧୦ରେ ଆସିଥିଲା କିଛି ଛୁଆ ହଟାତ ସ୍କୁଲ ରେ ଗଳି ପଡିଲେ ଓ ସୋଇ ଗଲେ । ଏହା ପରେ ଏହି ରୋଗ ସଂଖ୍ୟା ଗାଁ ରେ ବଢିବାକୁ ଲାଗିଲା । ତେବେ ଠାରୁ ବୈଜ୍ଞାନିକମାନେ ଏହି ଗାଁ ଉପରେ ରିସର୍ଚ କରୁଛନ୍ତି । ଏବେ ପର୍ଜନ୍ତ ବୈଜ୍ଞାନିକ ବା ଡକ୍ଟର କୌଣସି ଉତ୍ତର ପାଇ ନାହାନ୍ତି ତେବେ ଆଖ ପାଖ ଲୋକଙ୍କ ଅନୁଯାଇ ଏହି ସ୍ଳିପିଙ୍ଗ ଡିଶଅଡର ମୁଖ୍ୟ କାରଣ ୟୂରେନିୟମ ମାଇନ୍ସ ଅଟେ ।

ୟୂରାନିୟମ ଗ୍ଯାସ ମଣିଷ ଶରୀର ଉପରେ ବହୁତ ପ୍ରଭାବ ପକାଇଥାଏ ଏହି ଗ୍ୟାସ ଦ୍ଵାରା ଲୋକ ବେହୋଶ ହୋଇ ଯାନ୍ତି । ଏହି ରୋଗ ପାଇଁ ଲୋକ ଏହି ଗାଁ ଛାଡି ପଳଉଛନ୍ତି ଗତ କିଛି ସମୟ ଧରି ବହୁତ ଲୋକ ଏହି ଜାଗା ଛାଡି ପଳେଈଲେଣି ।

Leave a Reply

Your email address will not be published. Required fields are marked *