ମହାଶିବରାତ୍ରୀ ୨୦୨୦: ବହୁତ ବର୍ଷ ପରେ ଶିବରାତ୍ରି ରେ ଆସିଛି ଦୁର୍ଲଭ ଯୋଗ, ମିଳିବ ବିଶେଷ ଲାଭ

୨୧ ଫେବୃୟାରୀ ଫାଲଗୁନ କୃଷ୍ଣପକ୍ଷ ର ଉଦୟା ତିଥି ତ୍ରୟୋଦଶୀ ଏବଂ ଶୁକ୍ରବାର ଦିନ । ତ୍ରୟୋଦଶୀ ତିଥି ସନ୍ଧ୍ୟା ୫.୨୨  ମିନିଟ ପର୍ଯ୍ୟନ୍ତ ହିଁ ରହିବ । ତାହାପରେ ଚତୁର୍ଦଶି ତିଥି ଆରମ୍ଭ ହେବ ଏବଂ ପ୍ରତିବର୍ଷ ଏହି ତିଥିରେ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମହାଶିବରାତ୍ରିର ବ୍ରତ କରା ଯାଇଥାଏ । ବର୍ଷର ପ୍ରତି ମାସକୁ କୃଷ୍ଣପକ୍ଷ ଏବଂ ଶୁକ୍ଳପକ୍ଷ ର ଚତୁର୍ଦଶି କୁ ଭଗବାନ ଶଙ୍କର ଙ୍କୁ ସମର୍ପିତ ମାସ ଶିବରାତ୍ରିର ବ୍ରତ କରା ଯାଇଥାଏ ।

କିନ୍ତୁ ଫାଲଗୁନ ମାସ କୃଷ୍ଣପକ୍ଷର ଶିବରାତ୍ରି ର ବହୁତ ଅଧିକ ମହତ୍ଵ ଅଛି ।

କୁହାଯାଏ କି ଏହିଦିନ ସୃଷ୍ଟିର ଆରମ୍ଭ ହୋଇଥିଲା । ଇଶାନ ସଂହିତାରେ କୁହାଯାଇଛି କି-

ଫାଲଗୁନ କୃଷ୍ଣ ଚତୁର୍ଦଶ୍ୟାମ ଆଦିଦେବୀ ମହାନିଶି । ଶିବଲିଙ୍ଗ ତୟୋଧୃତ କୋଟି ସୂର୍ଯ୍ୟ ସମପ୍ରଭା ॥

ଫାଲଗୁନ କୃଷ୍ଣ ଚତୁର୍ଦଶି କୁ ମହାନିଶିଥକାଳ ରେ ଆଦିଦେବ ଭଗବାନ ଶିବ କରୋଡ ସୂର୍ଯ୍ୟଙ୍କ ସାମ୍ନାରେ ପ୍ରଭାବ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ । ବହୁତ ମାନ୍ୟତାରେ କୁହାଯାଇଛି କି ଏହି ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀ ଙ୍କର ବିବାହ ହୋଇଥିଲା ।

ଗରୁଡ ପୁରାଣ ,ସ୍କନ୍ଦ ପୁରାଣ ଏବଂ ଅଗ୍ନି ପୁରାଣ ଆଦିରେ ଶିବରାତ୍ରିର ବର୍ଣନ ମିଳିଥାଏ । କୁହାଯାଏ କି ଶିବରାତ୍ରି ଦିନ ଯେଉଁ ବ୍ୟକ୍ତି ଶ୍ରଦ୍ଧା ମନରେ ଶିବଙ୍କୁ ପୂଜା କରିଥାଏ ଏବଂ ରାତି ସମୟରେ ଚାହିଁ ଭଗବାନ ଙ୍କର ମନ୍ତ୍ର ଜପ କରିଥାଏ ,ତାକୁ ଭଗବାନ ଶିବ ଆନନ୍ଦ ଏବଂ ମୌକ୍ଷ ପ୍ରଦାନ କରନ୍ତି ।

ଆସୁଛି ଶୁଭ ଯୋଗ

ଆଚାର୍ଯ୍ୟ ଇନ୍ଦୁ ପ୍ରକାଶଙ୍କ ଅନୁସାରେ ସର୍ବାର୍ଥୀସିଦ୍ଧି ଯୋଗ ବା ସବୁ କାମ କରୁଥିବା ଯୋଗ ସକାଳ ୮.୧୬ରୁ ୨୨ଫେବୃୟାରୀ ଅପରାହ୍ନ ୧୧.୧୯ପର୍ଯ୍ୟନ୍ତ ରହିବ । ଏହି ଯୋଗରେ ଭଗବାନ ଶିବଙ୍କର ପୂଜା କରିବା ଶୁଭ ବୋଲି କୁହାଯାଇଛି ।

ଲାଗୁଛି ଶୁଭ କାଳ

ଆଚାର୍ଯ୍ୟ ଇନ୍ଦୁ ପ୍ରକାଶଙ୍କ ଅନୁସାରେ ମହାଶିବରାତ୍ରି ଦିନ ମହାନିଶିଥକାଳର ବହୁତ ମହତ୍ଵ ରହିଥାଏ । ଏହି ଦିନରେ ଶିବଙ୍କର ରୁଦ୍ରାଭିଷେକ କଲେ ଭଗବାନ ଶିବ ଭକ୍ତର ସବୁ କଷ୍ଟ ଦୂର କରିଥାନ୍ତି ଏବଂ ସୁଖ ସମୃଦ୍ଧି ପ୍ରଦାନ କରିଥାନ୍ତି । ମାନିଶିଥକାଳ ୨୧ଫେବୃୟାରୀ ରାତି ୧୧ଟା ୪୭ମିନିଟ ଠାରୁ ଆରମ୍ଭ ହୋଇ ୧୨ଟା ୩୮ମିନିଟ ପର୍ଯ୍ୟନ୍ତ ରହିବ । ଶିବରାତ୍ରିର ବ୍ରତ ନିତ୍ୟ ଏବଂ କାମ୍ୟ ଦୁଇଟି ଅଛି । ଏହି ବ୍ରତର ନିତ୍ୟ ହେବା ବିଷୟରେ କାରଣ ଏହା କି ଯେଉଁ ବ୍ୟକ୍ତି ତିନି ଲୋକର ସ୍ଵାମୀ ରୁଦ୍ରଙ୍କର ଭକ୍ତି କରେ ନାହିଁ ,ସେ ଶହେ ଜନ୍ମ ପର୍ଯ୍ୟନ୍ତ ଭ୍ରମିତ ରହିଥାଏ । କୁହାଯାଇଛି କି ପୁରୁଷ ଏବଂ ନାରୀଙ୍କୁ ପ୍ରତିବର୍ଷ ଶିବରାତ୍ରିରେ ଭକ୍ତିର ସହିତ ଶିବଙ୍କୁ ପୂଜା କରିବା ଦରକାର ,କାରଣ ଏହା କଲେ ଶୁଭଫଳ ମିଳିଥାଏ ।

Leave a Reply

Your email address will not be published. Required fields are marked *